Advertisment

ସିଦ୍ଦିକିଙ୍କୁ ଗୁଳି କରିବା ପରେ ଡାକ୍ତରଖାନା ଆଗରେ ଜଗି ରହିଥିଲା ଅଭିଯୁକ୍ତ

ମୃତ୍ୟୁ ହେଲା କି ନାହିଁ ସ୍ପଷ୍ଟ ହେବା ପରେ ଘଟଣାସ୍ଥଳରୁ ଫେରାର୍ ହୋଇଥିଲା ମୁଖ୍ୟ ଅଭିଯୁକ୍ତ।

ଅଦ୍ୟତନ ହୋଇଛି
Accused & Baba Siddique

Accused & Baba Siddique

Advertisment

ପୂର୍ବତନ ମନ୍ତ୍ରୀ ତଥା ଏନସିପି ନେତା ବାବା ସିଦ୍ଦିକିଙ୍କୁ ଗୁଳି କରିବା ପରେ ଡାକ୍ତରଖାନା ଆଗରେ ୩୦ ମିନିଟ୍ ଅପେକ୍ଷା କରିଥିଲା ମୁଖ୍ୟ ଅଭିଯୁକ୍ତ। ସିଦ୍ଦିକିଙ୍କ ମୃତ୍ୟୁ ହେଲା କି ନାହିଁ ଜାଣିବା ପାଇଁ ଅପରାଧ ଘଟାଇବା ପରେ ବି ଡାକ୍ତରଖାନା ସମ୍ମୁଖରେ ଅଧଘଣ୍ଟା ଅପେକ୍ଷା କରି ରହିଥିଲା ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମ।

Advertisment

ଜେରା ସମୟରେ ପୁଲିସ ଆଗରେ ଏନେଇ ସ୍ୱୀକାର କରିଛି ଶିବ କୁମାର। ପୁଲିସର କହିବା ଅନୁସାରେ, ହତ୍ୟା କରିବା ପରେ ତତକ୍ଷଣାତ୍ ଶାର୍ଟ ବଦଳାଇ ଥିଲା ଶିବ କୁମାର। ଏହାପରେ ଗହଳି ଭିତରେ ଅଧ ଘଣ୍ଟା ଧରି ଡାକ୍ତରଖାନା ଆଗରେ ଅପେକ୍ଷା କରି ରହିଥିଲା। ସିଦ୍ଦିକିଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଶୁଣିବା ପରେ ସେଠାରୁ ଫେରାର୍ ହୋଇ ଯାଇଥିଲା।

ସୂଚନା ଅନୁସାରେ, ଅକ୍ଟୋବର ୧୨ରେ ରାତି ୯ଟା ୧୦ ବେଳେ ମୁମ୍ବାଇର ବାନ୍ଦ୍ରାରେ ସିଦ୍ଦିକିଙ୍କୁ ଗୁଳି କରା ଯାଇଥିଲା। ୱାଇ ପ୍ଲସ୍ ସୁରକ୍ଷା ସହ ଜନ ଗହଳି ସତ୍ତ୍ୱେ ସିଦ୍ଦିକିଙ୍କ ଉପରକୁ ୬ ରାଉଣ୍ଡ ଗୁଳି କରିଥିଲେ ଦୁର୍ବୃତ୍ତ। ଏଥିରୁ ଦୁଇ ରାଉଣ୍ଡ ଗୁଳି ତାଙ୍କ ଛାତିରେ ବାଜିଥିଲା। ଏହାପରେ ତୁରନ୍ତ ତାଙ୍କୁ ଲିଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ମୃତ୍ୟୁ ହୋଇଥିଲା।

Advertisment

ଏହି ହତ୍ୟାକାଣ୍ଡ ପଛରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ହାତ ଥିବା କୁହାଯାଉଛି। ବିଷ୍ଣୋଇ ଗ୍ୟାଙ୍ଗର ପ୍ରାୟ ୧୩ ଜଣଙ୍କୁ ପୁଲିସ ବାନ୍ଧି ସାରି ଥିବାବେଳେ ଗତ ରବିବାର ମୁଖ୍ୟ ଅଭିଯୁକ୍ତ ଶିବ କୁମାର ଗୌତମକୁ ଗିରଫ କରିଛି। ଉତ୍ତରପ୍ରଦେଶ ଦେଇ ନେପାଳ ଖସି ଯିବାକୁ ଚେଷ୍ଟା କରିବା ସମୟରେ ଶିବ କୁମାରକୁ ଗିରଫ କରିଛି ପୁଲିସ।

ଫୋନ୍ କଲ୍ ଏବଂ ମେସେଜକୁ ଟ୍ରାକ୍ କରି ମୁମ୍ବାଇ କ୍ରାଇମ ବ୍ରାଞ୍ଚ ଏବଂ ଉତ୍ତରପ୍ରଦେଶ ପୁଲିସ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ମିଳିତ ଭାବେ ତଦନ୍ତ କରିଥିଲା। ନେପାଳ ଖସି ଯିବାକୁ ଯୋଜନା କରିବା ସମୟରେ ଶିବ କୁମାର ସହ ତା'ର ଚାରି ଜଣ ସହଯୋଗୀଙ୍କୁ ଗିରଫ କରାଯାଇଛି।

Baba Siddique Baba Siddique Killed Baba Siddique Shooter
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe