Advertisment

ରାଜଧାନୀରେ ଲଜ୍ୟା! ବୁଦା ମୂଳରୁ ମିଳିଲା ଶିଶୁକନ୍ୟାର ମୃତଦେହ

କଣ୍ଟା ବୁଦା ମୂଳରେ ପଡ଼ିଥିଲା ନବଜାତ ଶିଶୁ କନ୍ୟାର ମୃତଦେହ। ମୃତଦେହଟି ଗୋଟିଏ ଅଖାରେ ଗୁଡ଼ାଯାଇଥିଲା।

author-image
Biswajit Samal
undefined

Baby girl rescued

ରାତି ପାହିଲେ ଦେଶ ପାଳିବ ସାଧାରଣତନ୍ତ୍ର ଦିବସ। ହେଲେ ତାପୂର୍ବରୁ ଅଲୋଡ଼ା ହୋଇଛି ଶିଶୁ କନ୍ୟା। ଇଏ ଭୟାନକ ଚିତ୍ର କୌଣସି ଉପାନ୍ତ ବା ଆଦିବାସୀ ଅଧ୍ୟସିତ ଇଲାକାର ନୁହେଁ, ରାଜଧାନୀ ଭୁବନେଶ୍ୱର ଛାତି ଉପରୁ ଆସିଛି। ଯାହାକୁ ନେଇ ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଭୁବନେଶ୍ୱର କମିଶନରେଟ ପୁଲିସ ନବଜାତ ଶିଶୁ କନ୍ୟାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ଏଠି ପ୍ରଶ୍ନ ଉଠୁଛି ନବଜାତ ଶିଶୁଟି କାହାର? ତାର ପରିଚୟ କ’ଣ?

Advertisment

ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଛକ ହେଉଛି ରସୁଲଗଡ଼। ଏହି ଛକଦେଇ ଯାଇଛି ୧୬ ନମ୍ବର ଜାତୀୟ ରାଜପଥ। ପ୍ରତି ଦିନ ପ୍ରତି କ୍ଷଣ ଶହଶହ ଗାଡ଼ି ଏହି ରାସ୍ତା ଦେଇ ଯିବା ଆସିବା କରୁଛି। ଅନବରତ ଗହଳି ଲାଗିରହିଥାଏ। ହେଲେ ଦୁର୍ଭାଗ୍ୟର ବିଷୟ ଛକଠାରୁ ଅନତି ଦୂରରେ ଏକ କଣ୍ଟା ବୁଦା ମୂଳରେ ପଡ଼ିଥିଲା ନବଜାତ ଶିଶୁ କନ୍ୟାର ମୃତଦେହ। ମୃତଦେହଟି ଗୋଟିଏ ଅଖାରେ ଗୁଡ଼ାଯାଇଥିଲା।

ସେଇ ବାଟ ଦେଇ ଯା଼ଉଥିବା ସ୍ଥାନୀୟ ଲୋକେ ଅଖାଟିକୁ ଦେଖି ସନ୍ଦେହ କରିଥିଲେ। ପରେ ଏନେଇ ପୁଲିସକୁ ଖବର ଦେଇ ଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଅଖାଟିକୁ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଅଖାରୁ ଶିଶୁ କନ୍ୟାର ମୃତଦେହ ମିଳିଥିଲା। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି। ହେଲେ ଶିଶୁ କନ୍ୟାର ପରିଚୟ ମିଳି ପାରିନାହିଁ।

Advertisment

ପ୍ରାଥମିକ ତଦନ୍ତରୁ ପିଲାଟି କୁମାରୀ ମାତୃତ୍ୱ ବୋଲି ଚର୍ଚ୍ଚା ହେଉଛି। ତେବେ ପୁଲିସ ଏନେଇ କୌଣସି ପ୍ରତିକ୍ରିୟା ଦେଇ ନାହିଁ।

Bhubaneswar Baby Girl Rescued