Advertisment

ମେଡିକାଲରୁ ଅପହୃତ ଶିଶୁପୁତ୍ର ବସ୍ତିରୁ ଉଦ୍ଧାର

ଅପରହରଣକାରୀକୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
soro

soro

ଗତକାଲି ସୋର ମେଡିକାଲରୁ ଅପହୃତ ହୋଇଥିବା ଦେଢ଼ ବର୍ଷର ଶିଶୁପୁତ୍ରକୁ ଉଦ୍ଧାର କରାଯାଇଛି। କୋର୍ଟ ଛକ ଆଦିବାସୀ ବସ୍ତିରୁ ବିଳମ୍ବିତ ରାତିରେ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ପୁଲିସ। ତେବେ ଅପରହରଣକାରୀକୁ ଗିରଫ କରିବାକୁ ପୁଲିସ ଉଦ୍ୟମ ଜାରି ରଖିଛି।

Advertisment

ପ୍ରତିମା ମୁର୍ମୁ ନିଜର ଦେଢ଼ବର୍ଷର ପୁଅକୁ ଧରି ଢିପାସାହିରେ ଥିବା ବାପ ଘରକୁ ବୁଲିବାକୁ ଆସିଥିଲେ। ଗତକାଲି ପ୍ରତିମା ନିଜ ଭଉଣୀକୁ ନେଇ ବଡ଼ ମା’ର ମୃତ୍ୟୁ ସାର୍ଟିଫିକେଟ କାଢ଼ିବା ପାଇଁ ସୋର ମେଡିକାଲକୁ ଆସିଥିଲେ। ସେଠାରେ ଜଣେ ମହିଳାଙ୍କ ସହ ପ୍ରତିମାଙ୍କର ପରିଚିତ ହୋଇଥିଲା। ମହିଳା ଜଣଙ୍କ ପ୍ରତିମାଙ୍କୁ ଚିହ୍ନିଛନ୍ତି ବୋଲି କହିଥିଲେ। ପରେ ମହିଳା ଓ ପ୍ରତିମାଙ୍କ ମଧ୍ୟରେ ଦୀର୍ଘ ସମୟ ଧରି କଥାବର୍ତ୍ତା ହୋଇଥିଲା।

ପରେ ପ୍ରତିମାଙ୍କୁ ବଡ଼ ମା’ର ମୃତ୍ୟୁ ସାର୍ଟିଫିକେଟ ଆଣିବା ପାଇଁ ଦସ୍ତଖତ କରିବାକୁ ଡକାଯାଇଥିଲା। ପ୍ରତିମା ନିଜର ପୁଅକୁ ଅଚିହ୍ନା ମହିଳାଙ୍କ ପାଖରେ ଛାଡ଼ି ଦେଇ ଯାଇଥିଲେ। ପ୍ରତିମା ଦସ୍ତଖତ କରି ଫେରିଲା ବେଳକୁ ସଂପୃକ୍ତ ମହିଳା ଜଣଙ୍କ ଘଟଣାସ୍ଥଳରେ ନଥିଲେ କି ତାଙ୍କ ପୁଅ ମଧ୍ୟ ନଥିଲା। ପ୍ରତିମା ଚାରିଆଡେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ଶେଷରେ ପ୍ରତିମା ସୋର ଥାନାରେ ଏତଲା ଦେଇଥିଲେ।

Advertisment

ପୁଲିସ ଘଟଣାର ଛାନଭିନ୍ ଆରମ୍ଭ କରିଥିଲା। ଗତକାଲି ବିଳମ୍ବିତ ରାତିରେ କୋର୍ଟ ଛକ ଆଦିବାସୀ ବସ୍ତିରୁ ଶିଶୁପୁତ୍ରକୁ ଉଦ୍ଧାର କରିଥିଲା ପୁଲିସ। ପରେ ଶିଶୁଟିକୁ ତାର ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ହେଲେ ପୁଲିସ ଅପହରଣକାରୀ ମହିଳାଙ୍କର ପତ୍ତା ପାଇ ନଥିଲା। ପୁଲିସ ଅପହରଣକାରୀ ମହିଳାଙ୍କୁ ଖୋଜିବାକୁ ଉଦ୍ୟମ ଚଳାଇଛି।

Soro