Advertisment

ବ୍ରାଞ୍ଚ ମ୍ୟାନେଜର ନିଖୋଜ; ଅପହରଣ ଅଭିଯୋଗ

ଶନିବାର ଓ ରବିବାର ଛୁଟିଥିବାରୁ ତପନ ନିଜ ଘର ବ୍ରହ୍ମପୁର ଯାଇଥିଲେ।

Branch manager

Branch manager

Advertisment

ବ୍ୟାଙ୍କକୁ ଯିବା ବେଳେ ବାଟରୁ ନିଖୋଜ ହୋଇ ଯାଇଛନ୍ତି କାନାଡ଼ା ବ୍ୟାଙ୍କର ବଡ଼ମ୍ବା ବ୍ରାଞ୍ଚ ମ୍ୟାନେଜର। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ। ନିଖୋଜ ବ୍ରାଞ୍ଚ ମ୍ୟାନେଜର ଜଣଙ୍କ ହେଲେ ତପନ ସାହୁ। ବ୍ରାଞ୍ଚ ମ୍ୟାନେଜର ନିଖୋଜ ନେଇ ବୈଦେଶ୍ୱର ଥାନାରେ ଏତଲା ଦେଇଛନ୍ତି କଳାପଥର ବ୍ରାଞ୍ଚ କର୍ତ୍ତୃପକ୍ଷ। ଏହାସହ ବ୍ରାଞ୍ଚ ମ୍ୟାନେଜରଙ୍କର ସ୍ତ୍ରୀ ମଧ୍ୟ ଥାନାରେ ଏତଲା ଦେଇଛନ୍ତି। ତାଙ୍କ ସ୍ୱାମୀଙ୍କୁ ଅପହରଣ କରାଯାଇଥିବା ଏଫ୍‌ଆଇଆର କପିରେ ଉଲ୍ଲେଖ କରିଛନ୍ତି।

Advertisment

ଶନିବାର ଓ ରବିବାର ଛୁଟିଥିବାରୁ ତପନ ନିଜ ଘର ବ୍ରହ୍ମପୁର ଯାଇଥିଲେ। । ଗତକାଲି ଭୋର ସମୟରେ ବାଇକ୍ ନେଇ ଘରକୁ ବାହାରି ଆସିଥିଲେ। ଦିନ ୧୦ଟା ସମୟରେ ବାଙ୍କୀ କଳାପଥରରେ ଥିବା କାନାଡା ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ। ସେଠାରେ ତପନ ବ୍ୟାଙ୍କ ସଂପର୍କିତ କିଛି କାମ ସାରି ବାଇକ୍ ଯୋଗେ ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କ୍ ଶାଖା ବାହାରିଥିଲେ। ହେଲେ ସେ ବଡମ୍ବା ସ୍ଥିତ କାନାଡା ବ୍ୟାଙ୍କରେ ପହଞ୍ଚି ନଥିଲେ।

ତପନ ବ୍ୟାଙ୍କରେ ପହଞ୍ଚିବା ବିଳମ୍ବ ହେବାରୁ କର୍ମଚାରୀ ମାନେ କଳାପଥର ମ୍ୟାନେଜରଙ୍କୁ ଫୋନ୍‌ ଯୋଗେ ପଚାରିଥିଲେ। ତପନ ବ୍ୟାଙ୍କ ଆସିଥିଲେ ବୋଲି କଳାପଥର ମ୍ୟାନେଜର କହିଥିଲେ। ଏହାସହ ତପନଙ୍କୁ ଫୋନ୍‌ ଲଗାଇଥିଲେ। ହେଲେ ତପନଙ୍କ ଫୋନ୍ ସୁଇଚ୍ ଅପ୍ ଆସିଥିଲା। କଳାପଥର ମ୍ୟାନେଜର  ତପନଙ୍କ ସାଙ୍ଗସାଥୀଙ୍କ ପଚରାଉଚରା କରିଥିଲେ। ହେଲେ ତାଙ୍କର କୌଣସି ମିଳିନଥିଲା। ଶେଷରେ ବ୍ୟାଙ୍କ ମ୍ୟାନେଜ ତପନଙ୍କ ପରିବାର ଲୋକଙ୍କୁ ଅବଗତ କରିବା ସହ ଥାନାରେ ଏତଲା ଦେଇଥିଲେ। ପୁଲିସ ତପନଙ୍କୁ ଖୋଜାଖୋଜି କରୁଛି। ହେଲେ ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।

Advertisment

ତପନଙ୍କୁ କିଏ ଅପହରଣ କରିନେଇଛି ନା ସେ କୁଆଡେ ପଳାଇଯାଇଛନ୍ତି  କିଛି ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe