Advertisment

ଉତ୍ତରପ୍ରଦେଶ ଡବଲ୍ ମର୍ଡର୍, ଅଭିଯୁକ୍ତର ବାପା ଓ ଦାଦାଙ୍କୁ ହେପାଜତକୁ ନେଲା ପୁଲିସ

ଗୋଟିଏ ପରିବାରର ତିନି ଭାଇଙ୍କ ତଣ୍ଟି କାଟିଥିଲା ଅଭିଯୁକ୍ତ।

ଅଦ୍ୟତନ ହୋଇଛି
Accused Sajid & Javed

Accused Sajid & Javed

Advertisment

ଉତ୍ତରପ୍ରଦେଶ ବାବା କୋଲୋନୀରେ ଗତକାଲି ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତର ବାପା ଏବଂ ଦାଦାଙ୍କୁ ହେପାଜତକୁ ନେଲା ପୁଲିସ। ଏନକାଣ୍ଟରରେ ମୃତ ଅଭିଯୁକ୍ତ ସାଜିଦର ବାପା ଏବଂ ଦାଦାକୁ ଅଟକ ରଖି ପଚରାଉଚରା କରୁଛି। କେଉଁ କାରଣରୁ ସାଜିଦ ଏପରି ଏକ ହତ୍ୟାକାଣ୍ଡ ଘଟାଇଲା, ଖୋଳତାଡ଼ କରୁଛି ପୁଲିସ।

Advertisment

ପ୍ରକାଶ ଥାଉ କି, ସାଜିଦ ବାବା କୋଲୋନୀର ଏକ ସାଲୁନର ଚୁଟି କଟାଳି। ସେହି କୋଲୋନୀରେ ରହୁଥିବା ବିନୋଦଙ୍କ ସହ ତାଙ୍କର ପୂର୍ବରୁ କୌଣସି କଥାକୁ ନେଇ ବିବାଦ ଥିଲା। କିନ୍ତୁ ଗତକାଲି ସେ ବିନୋଦଙ୍କ ଘରକୁ ଯାଇ ଚା' ପିଇବାକୁ ମାଗିଥିଲା। ବିନୋଦଙ୍କ ପତ୍ନୀ ଯେତେବେଳେ ଚା' ତିଆରି କରିବାକୁ ଘର ଭିତରକୁ ଯାଇଥିଲେ, ସେତେବେଳେ ସାଜିଦ ବିନୋଦଙ୍କର ତିନି ଜଣ ପିଲା ଖେଳୁଥିବା ସ୍ଥାନକୁ ଯାଇଥିଲା।   

ସେଠାରେ ଧାରୁଆ ଅସ୍ତ୍ରରେ ବିନୋଦଙ୍କ ତିନି ପୁଅଙ୍କ ତଣ୍ଟି କାଟି ଦେଇଥିଲା ସାଜିଦ। ଘଟଣାସ୍ଥଳରେ ବଡ଼ ପୁଅ ଆୟୁଷ (୧୩) ଏବଂ ଆହାନ (୭)ର ମୃତ୍ୟୁ ଘଟିଥିବା ବେଳେ ସାନ ପୁଅ ପିୟୁଷ (୬) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

Advertisment

ହତ୍ୟାକାଣ୍ଡ ପରେ ଉତ୍ତ୍ୟକ୍ତ ଲୋକେ ପୋଡାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ କାବୁ କରିବାକୁ ଉଦ୍ୟମ କରିବା ବେଳେ ପୁଲିସ ଉପରକୁ ଆକ୍ରମଣ କରିଥିଲା ସାଜିଦ। ଫଳରେ ଏନକାଉଣ୍ଟର କରିଥିଲା ପୁଲିସ। ଏଥିରେ ସାଜିଦର ମୃତ୍ୟୁ ଘଟିଛି।

ମୁଖ୍ୟ ଅଭିଯୁକ୍ତର ମୃତ୍ୟୁ ଘଟିବା ପରେ ହତ୍ୟାକାଣ୍ଡର କାରଣକୁ ନେଇ ସସ୍ପେନ୍ସ ବଢିଛି। ମୃତ ପିଲାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ସାଜିଦର ବାପା ଏବଂ ଦାଦାଙ୍କୁ ହେପାଜତକୁ ନେଇଛି ପୁଲିସ। ଏହି ଘଟଣାରେ ସାଜିଦର ଭାଇ ଜାବେଦକୁ ଅନ୍ୟ ଜଣେ ଅଭିଯୁକ୍ତ ଭାବେ ସନ୍ଦେହ କରୁଛି ପୁଲିସଷ ଜାବେଦ ଫେରାର୍ ଥିବାବେଳେ ପୁଲିସ ତାକୁ ଖୋଜାଖୋଜି କରୁଛି। 

MURDER CASE UP Police Crime UP Double Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe