Advertisment

ବଦଲାପୁର ଯୌନ ନିର୍ଯାତନା ମାମଲାର ଅଭିଯୁକ୍ତ କଲା ଗୁଳି

କିଛି ରିପୋର୍ଟରେ ସେ ନିଜକୁ ନିଜେ ଗୁଳି କରିଥିବା କୁହାଯାଇଥିବା ବେଳେ ଆଉ କିଛି ରିପୋର୍ଟରେ ପୁଲିସ୍‌ ଗୁଳିରେ ପ୍ରାଣ ହରାଇଥିବା କୁହାଯାଇଛି।

ଅଦ୍ୟତନ ହୋଇଛି
Akshay Shinde

Akshay Shinde

Advertisment

ମହାରାଷ୍ଟ୍ରର ବହୁ ଚର୍ଚ୍ଚିତ ବଦଲାପୁର ଯୌନ ନିର୍ଯାତନା ମାମଲାର ମୁଖ୍ୟ ଅଭିଯୁକ୍ତ ଅକ୍ଷୟ ସିନ୍ଦେ ଗୁଳିମାଡ଼ରେ ପ୍ରାଣ ହରାଇଛି। ଗୁଳି ମାଡ଼ ପରେ ତା’କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ହୋଇଛି।  କିଛି ରିପୋର୍ଟରେ ସେ ନିଜକୁ ନିଜେ ଗୁଳି କରିଥିବା କୁହାଯାଇଥିବା ବେଳେ ଆଉ କିଛି ରିପୋର୍ଟରେ ପୁଲିସ୍‌ ଗୁଳିରେ ଅକ୍ଷୟ ପ୍ରାଣ ହରାଇଥିବା କୁହାଯାଇଛି। 

Advertisment

ଇଣ୍ଡିଆ ଟୁଡେର ରିପୋର୍ଟରେ କୁହାଯାଇଛି ଯେ ବଦଲାପୁର ସ୍ଥିତ ଗୋଟିଏ ସ୍କୁଲରେ ୨ ଜଣ ନର୍ସରୀ ଛାତ୍ରୀଙ୍କୁ ଯୌନ ନିର୍ଯାତନା ଘଟଣାରେ ଗିରଫ ଅକ୍ଷୟକୁ ଆଜି ପୁଲିସ୍‌ ଜେଲରୁ ସ୍ଥାନାନ୍ତର କରୁଥିଲା। ଏହି ସମୟରେ ସେ ପୁଲିସ୍‌ ଠାରୁ ରିଭଲଭର ଛଡ଼ାଇ ନେଇ ଗୁଳିମାଡ଼ କରିଥିଲା। ପୁଲିସ ଭ୍ୟାନ ଭିତରେ ସେ ଗୁଳି ମାଡ଼ କରି ଖସି ଯିବାକୁ ଚେଷ୍ଟା କରୁଥିଲା।

ହେଲେ ପୁଲିସ୍ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଥିଲା। ଏହି ଗୁଳି ବିନିମୟରେ ଦୁଇ ଜଣ ପୁଲିସ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ସେହିପରି ପୁଲିସ୍‌ର ଗୁଳି ଅକ୍ଷୟ ଦେହରେ ମାଡ଼ ହେବାରୁ ସେ ବି ଗୁରୁତର ହୋଇଥିଲା। ତା’କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଅତ୍ୟଧିକ ରକ୍ତସ୍ରାବ ଯୋଗୁ ହସ୍ପିଟାଲରେ ସେ ଆଖି ବୁଜିଛି। ତା’ ଗୁଳି ମାଡ଼ରେ ଆହତ ହୋଇଥିବା ଦୁଇ ପୁଲିସ୍‌ କର୍ମଚାରୀଙ୍କର ଏବେ ଚିକିତ୍ସା ଚାଲିଛି।

Advertisment

ଅନ୍ୟତମ ଜାତୀୟ ଗଣମାଧ୍ୟମ ଏନଡି ଟିଭି ରିପୋର୍ଟରେ ଅଲଗା କଥା କୁହାଯାଇଛି। ଅକ୍ଷୟ ପୁଲିସ୍‌ ଭ୍ୟାନରେ ଥିବା ବେଳେ ଜଣେ ଅଧିକାରୀଙ୍କ ଠାରୁ ରିଭଲଭର ଛଡ଼ାଇ ନେଇଥିଲା। ଏହାପରେ ସେ ନିଜକୁ ନିଜେ ଗୁଳି କରିବାକୁ ଚେଷ୍ଟା କରିଥିଲା।

ଜଣେ ପୁଲିସ୍‌ ଅଫିସର ତା’କୁ ଅଟକାଇବାକୁ ଚେଷ୍ଟା କରିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ। ସେହିପରି ଗୋଟିଏ ଗୁଳି ଅକ୍ଷୟ ସିନ୍ଦେ ଦେହରେ ମଧ୍ୟ ବାଜିଥିଲା। ଉଭୟଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଅକ୍ଷୟ ସିନ୍ଦେ ପ୍ରାଣ ହରାଇଛି। ଏବେ ହସ୍ପିଟାଲରେ କେବଳ ଜଣେ ପୁଲିସ କର୍ମଚାରୀ ଚିକିତ୍ସିତ ହେଉଛନ୍ତି।

ଅକ୍ଷୟ ସିନ୍ଦେକୁ ପୁଲିସ୍‌ ଅଗଷ୍ଟ ୧୭ରେ ଗିରଫ କରିଥିଲା। ଏହାର ୫ ଦିନ ପୂର୍ବରୁ ସେ ଦୁଇ ଜଣ ନର୍ସରୀ ଛାତ୍ରୀଙ୍କୁ ଶୌଚ କରିବାକୁ ନେଇ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ପୂରା ମହାରାଷ୍ଟ୍ରରେ ବିକ୍ଷୋଭ ଦେଖିବାକୁ ମିଳିଥିଲା। ପ୍ରଥମେ ସ୍ଥାନୀୟ ପୁଲିସ ଘଟଣାର ତଦନ୍ତ କରୁଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ମହାରାଷ୍ଟ୍ର ସରକାର ଏସଆଇଟି ଗଠନ କରିଥିଲେ।

Maharashtra Govt Maharashtra Akshay Shinde
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe