Advertisment

ସମ୍ପର୍କ ଭାଙ୍ଗିଦେଲା ସହାୟତା ରାଶି !

ବାହାନଗା ଟ୍ରେନ୍ ଦୁର୍ଘଟଣା: ସହାୟତା ରାଶି ହଡ଼ପ ନେଇ ଶାଶୁ-ଶ୍ୱଶୁରଙ୍କ ବିରୋଧରେ ବୋହୂର ଏତଲା । ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାଙ୍କ ଶ୍ୱଶୁର ରବୀନ୍ଦ୍ର ସାହୁ ଓ ଶାଶୁ ଅନ୍ନପୂର୍ଣ୍ଣା ସାହୁ। ସେମାନେ ବିଜୟଲକ୍ଷ୍ମୀଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇଥିବା କଥାକୁ ସ୍ୱୀକାର କରିଛନ୍ତି, କିନ୍ତୁ ତାଙ୍କ ସହମତିରେ ଟଙ୍କା ଉଠାଯାଇଥିବା କହିଛନ୍ତି।

Advertisment

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସୁଗୋ ଗାଁର ଗୋବିନ୍ଦ ସାହୁଙ୍କ ପରିବାରରେ ସହାୟତା ରାଶିକୁ ନେଇ ଦେଖା ଦେଇଛି ବିବାଦ। କଥା ଥାନା ପର୍ଯ୍ୟନ୍ତ ଯାଇଛି। ଶ୍ୱଶୁର ଘର ଲୋକେ ସବୁ ଟଙ୍କା ହଡ଼ପ କରି ନେଇଥିବା ଅଭିଯୋଗ କରିଛନ୍ତି ଗୋବିନ୍ଦଙ୍କ ପତ୍ନୀ ବିଜୟଲକ୍ଷ୍ମୀ ସାହୁ। ମୃତ ଗୋବିନ୍ଦ ସାହୁଙ୍କ ପତ୍ନୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଓ ରେଳବାଇ ପକ୍ଷରୁ ୯ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ମିଳିଥିଲା। ରେଳବାଇ ପକ୍ଷରୁ ଆଉ ୫୦ ହଜାର ଟଙ୍କା ଶୁଦ୍ଧିକ୍ରିୟା ପାଇଁ ଦିଆଯାଇଥିଲା।

Advertisment
Train Accident Bahanaga
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe