Advertisment

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଆରଆଇ

ଭିଜିଲାନ୍ସ ଟିମ୍ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି ଓ ତାଙ୍କୁ ନିଜ ହେପାଜତରେ ରଖି ତଦନ୍ତ ଜାରି ରଖିଛି।

RI

RI

Advertisment

ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ବାହାରଣା ସର୍କଲର ରାଜସ୍ୱ ନିରୀକ୍ଷକ (ଆରଆଇ) ରମାକାନ୍ତ ବେହେରା। ସେ ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଅଧିକାରୀମାନେ ଧରିଛନ୍ତି।

Advertisment

ଜମି ପାର୍ଟିସନ ସୁଟ୍‌ ତଦନ୍ତ ରିପୋର୍ଟ ଦେବା ପାଇଁ ନିକୁଞ୍ଜ ସ୍ୱାଇଁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଆରଆଇ ରମାକାନ୍ତ ବେହେରା ୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜଗତସିଂହପୁର ଭିଜିଲାନ୍ସ ଟିମ୍‌ ହାତରେ ଧରା ପଡ଼ିଥିଲେ। ଭିଜିଲାନ୍ସ ଟିମ୍ ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଛି ଓ ତାଙ୍କୁ ନିଜ ହେପାଜତରେ ରଖି ତଦନ୍ତ ଜାରି ରଖିଛି।

କଟକ ଓ ଜଗତସିଂହପୁର ଭିଜିଲାନ୍ସ ଟିମ ତରଫରୁ ଆରଆଇ ରମାକାନ୍ତ ବେହେରାଙ୍କ ବାହାରଣା ଅଫିସ, କଣ୍ଟିଲୋ ସ୍ଥିତ ପୈତୃକ ବାସଭବନ ଓ କିଶନ ନଗର ସ୍ଥିତ ଭଡ଼ା ଘରେ ମିଳିତ ଚଢ଼ାଉ କରାଯାଇଥିବା ଜଗତସିଂହପୁର ଭିଜିଲାନ୍ସ ଇନ୍ସପେକ୍ଟର ଅନୁପମା ସାହୁ ସୂଚନା ଦେଇଛନ୍ତି। ରମାକାନ୍ତ ବେହେରା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।

Advertisment
Vigilance Raid Bribe Odisha Vigilance Vigilance Net Vigilance
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe