Advertisment

ବୈପାରୀଗୁଡ଼ା ଥାନା ଆଇଆଇସି ଗିରଫ

ଚଳିତବର୍ଷ ଜୁଲାଇ ମାସରେ ସେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇବା ପରେ କୋରାପୁଟ ଜିଲ୍ଲାର ସାଇବର ଥାନା ଦାୟିତ୍ୱରେ ରହିଥିଲେ। ତେବେ ୨୦୨୩ ଅଗଷ୍ଟ ମାସରେ ତାଙ୍କୁ ବୈପାରୀଗୁଡ଼ା ଥାନା ଆଇଆଇସି ଭାବେ ବଦଳି କରାଯାଇଥିଲା ।

IIC S.Satapthi

IIC S.Satapthi

Advertisment

ଆୟବର୍ହିଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କୋରାପୁଟର ବୈପାରୀଗୁଡ଼ା ଥାନା ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଭିଜିଲାନ୍ସ ଆଜି ଗିରଫ କରି କୋର୍ଟଚାଲାଣ କରିଛି । ଇନ୍ସପେକ୍ଟର ଶ୍ରୀ ଶତପଥୀ ଗତକାଲି ବୈପାରୀଗୁଡ଼ାରୁ କଟକ ଆସୁଥିବାବେଳେ ଭିଜିଲାନ୍ସ ତାଙ୍କୁ ପିଛା କରିଥିଲା । ବସ୍ ଭିତରେ ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ବିଭିନ୍ନ ସ୍ଥାନରେ ଚଢ଼ଉ କରି ଶ୍ରୀ ଶତପଥୀଙ୍କଠୁ ୩୭.୨୭ଲକ୍ଷ ଟଙ୍କା ନଗଦ ଜବତ କରିଥିବା ଜଣାପଡ଼ିଛି ।

Advertisment

ଭିଜିଲାନ୍ସ ପକ୍ଷରୁ ଜାରି ସୂଚନା ଅନୁସାରେ, କୌଣସି ସୂତ୍ରରୁ ତଥ୍ୟ ମିଳିବା ପରେ ଭିଜିଲାନ୍ସ ଶ୍ରୀ ଶତପଥୀ କଟକ ଆସୁଥିବା ବସକୁ ପିଛା କରିଥିଲେ । ତାଙ୍କଠୁ ନଗଦ ୨.୭୦ଲକ୍ଷ ଟଙ୍କା ଜବତ କରିବା ପରେ ଏକକାଳୀନ ଚଢ଼ଉ କରି ତାଙ୍କର ବୈପାରୀଗୁଡ଼ା ସରକାରୀ କ୍ୱାର୍ଟର୍ସରୁ ୩ଲକ୍ଷ ଟଙ୍କା, ବୈପାରୀଗୁଡ଼ା ପୁଲିସ ଷ୍ଟେସନସ୍ଥିତ ଅଫିସରୁ ୧.୮୦ଲକ୍ଷ ଟଙ୍କା ଓ କଟକସ୍ଥିତ ସରକାରୀ କ୍ୱାର୍ଟର୍ସରୁ ୨୯.୭୭ଲକ୍ଷ ଟଙ୍କା ନଗଦ ଜବତ କରିଛି । ଏହି ସମସ୍ତ ନଗଦ ଅର୍ଥକୁ ମିଶାଇଲେ ମୋଟ ୩୭.୨୭କ୍ଷ ଟଙ୍କା ହେବ ।

ଭିଜିଲାନ୍ସ ପକ୍ଷରୁ କୋରାପୁଟ ଭିଜିଲାନ୍ସ ଥାନାରେ ଗତକାଲି ଏକ ମାମଲା ଶ୍ରୀ ଶତପଥୀଙ୍କ ବିରୁଦ୍ଧରେ ରୁଜୁ କରାଯାଇଥିଲା । ଆଜି ତାଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି ।

Advertisment

୧୯୭୮ ମସିହାରେ ଜନ୍ମିତ ସୁଶାନ୍ତ ଶତପଥୀ ୧୯୯୯ ମସିହାରେ ଭୁବନେଶ୍ୱର ଜିଲ୍ଲା ପୁଲିସରେ କନେଷ୍ଟବଳ ଭାବେ ଚାକିରି ଆରମ୍ଭ କରିଥିଲେ । ତେବେ ୨୦୦୮ ମସିହାରେ ପୁଲିସ ସବଇନ୍ସପେକ୍ଟର ପରୀକ୍ଷା ଦେଇ ଚାକିରି ପାଇବା ପରେ ୨୦୦୮-୦୯ରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପ୍ରଶିକ୍ଷଣ କେନ୍ଦ୍ରରୁ ପ୍ରଶିକ୍ଷଣ ନେଇଥିଲେ । ୨୦୦୯ରୁ ୨୦୨୩ ମସିହା ଜୁଲାଇ ମାସ ମଧ୍ୟରେ ସେ କେନ୍ଦୁଝର ଜିଲ୍ଲାରେ ପୁଲିସ ଏସଆଇ, ନରସିଂହପୁର ଥାନା, ତିଗିରିଆ ଥାନା, ଆଠଗଡ଼ ଥାନା, ମଙ୍ଗଳାବାଗ ଥାନା, ନାଉଗାଁ ଥାନା ଓ ରମାନଗୁଡ଼ା ଥାନାରେ ସବଇନ୍ସପେକ୍ଟର ଭାବେ କାର୍ଯ୍ୟ କରିଥିଲେ । ଚଳିତବର୍ଷ ଜୁଲାଇ ମାସରେ ସେ ଇନ୍ସପେକ୍ଟର ପାହ୍ୟାକୁ ପଦୋନ୍ନତି ପାଇବା ପରେ କୋରାପୁଟ ଜିଲ୍ଲାର ସାଇବର ଥାନା ଦାୟିତ୍ୱରେ ରହିଥିଲେ । ତେବେ ୨୦୨୩ ଅଗଷ୍ଟ ମାସରେ ତାଙ୍କୁ ବୈପାରୀଗୁଡ଼ା ଥାନା ଆଇଆଇସି ଭାବେ ବଦଳି କରାଯାଇଥିଲା ।

ଏବେ ଭିଜିଲାନ୍ସ ଅଧିକ ତଦନ୍ତ ଜାରି ରଖିଛନ୍ତି ଓ ତାଙ୍କର ସ୍ଥାବର-ଅସ୍ଥାବର ସମ୍ପତ୍ତିର ଆକଳନ ଜାରି ରହିଥିବା ସୂଚନା ଦେଇଛି ।

Odisha Police Vigilance Raid Vigilance Net Vigilance Odisha Vigilanace
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe