Advertisment

ବଳଙ୍ଗା ପୀଡ଼ିତା ମୃତ୍ୟୁ: ୧୫ଦିନ ପରେ ବି ପୁଲିସ-କ୍ରାଇମବ୍ରାଂଚ ନିରବ, ସନ୍ଦେହଘେରରେ ତଦନ୍ତ

ପୁରୀ ପୁଲିସ ଏସପି ପିନାକ ମିଶ୍ର କିଛି ଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାବେଳେ ସେହିଦିନ ପୁଲିସ ଡିଜି ୱାଇବି ଖୁରାନିଆ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କ୍ରାଇମବ୍ରାଂଚକୁ ମଧ୍ୟ ତଦନ୍ତ ଭାର ଦିଆଯାଇଥିଲା । କିନ୍ତୁ ପୁଲିସ ୩ଡଜନରୁ ଅଧିକ ଲୋକଙ୍କୁ ଜେରା ସହ ପୀଡ଼ିତାଙ୍କ ଦୁଇରୁ ଅଧିକ ଥର ବୟାନ ରୁଜୁ କରିଥିଲେ ମଧ୍ୟ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ ।

ଅଦ୍ୟତନ ହୋଇଛି
undefined

Fire

Advertisment

ଦିଲ୍ଲୀସ୍ଥିତ ଏମସରେ ଚିକିତ୍ସାଧୀନ ଅବସ୍ଥାରେ ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ମୃତ୍ୟୁ ଘଟିଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ‘ଏକ୍ସ’ ହ୍ୟାଣ୍ଡଲରେ ଏନେଇ ସୂଚନା ଦେଇଛନ୍ତି । ଦୀର୍ଘ ୧୫ଦିନ ଧରି ମୃତ୍ୟୁ ସହ ଲଢ଼େଇ କରି ବଳଙ୍ଗା ପୀଡ଼ିତା ନାବାଳିକା ଆଖିବୁଜି ଦେଇଥିଲେ ମଧ୍ୟ କେଉଁ ପରିସ୍ଥିତିରେ ତାଙ୍କ ଦେହରେ ନିଆଁ ଲାଗିଲା ଓ କିଏ ତାଙ୍କ ଦେହରେ ନିଆଁ ଲଗାଇଲା ଏହାର ରହସ୍ୟ ଭେଦ କରିବାରେ ପୁଲିସ ଓ କ୍ରାଇମବ୍ରାଂଚ ସକ୍ଷମ ହୋଇନାହାନ୍ତି । ପ୍ରଥମ ଦିନରୁ ପୁଲିସ ଡିଜି ୱାଇବି ଖୁରାନିଆ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ ସହ କ୍ରାଇମବ୍ରାଂଚ ତଦନ୍ତ ସତ୍ତ୍ୱେ ଏହି ରହସ୍ୟଭେଦ ହୋଇପାରିନାହିଁ । ଏବେ ପୀଡ଼ିତାଙ୍କ ମୃତ୍ୟୁ ପରେ ବି ବିଗତ ୧୫ଦିନ ମଧ୍ୟରେ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନଥିବା ପୁଲିସ ଯାହାବି ତଥ୍ୟ ଦେବ ଓ ତାଙ୍କ ମୃତ୍ୟୁ ପଛର ଯେଉଁ କାରଣକୁ ଲୋକଙ୍କ ସମ୍ମୁଖରେ ରଖିବ ତାକୁ ସାଧାରଣରେ ଲୋକେ ସହଜରେ ଗ୍ରହଣ କରିବାର ସମ୍ଭାବନା କ୍ଷୀଣ ବୋଲି ଚର୍ଚ୍ଚା ହେଉଛି ।

Advertisment

ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁ ଓ ମୁଖ୍ୟମନ୍ତ୍ରୀଙ୍କ ସୂଚନା

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜ ‘ଏକ୍ସ’ ହ୍ୟାଣ୍ଡଲରୁ ରାତି ୭ଟା ୪୧ମିନିଟରେ ଏକ ଟ୍ୱିଟ୍ କରି “ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଟିର ମୃତ୍ୟୁ ଖବର ଶୁଣି ମୁଁ ଗଭୀର ମର୍ମାହତ । ସରକାରଙ୍କ ସମସ୍ତ ପ୍ରୟାସ ଓ ଏମ୍ସ ଦିଲ୍ଲୀରେ ବିଶେଷଜ୍ଞ ଡାକ୍ତରୀ ଦଳଙ୍କ ଅହୋରାତ୍ର ଚେଷ୍ଟା ସତ୍ତ୍ୱେ ତାଙ୍କ ଜୀବନ ରକ୍ଷା କରାଯାଇ ପାରିଲା ନାହିଁ । ମୁଁ ଝିଅଟିର ଅମର ଆତ୍ମାର ସଦଗତି କାମନା କରୁଛି ଓ ଏହି ଅପୂରଣୀୟ କ୍ଷତିକୁ ସହିବା ପାଇଁ ତାଙ୍କ ପରିବାରକୁ ଶକ୍ତି ମିଳୁ ବୋଲି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁଛି ।” ମୁଖ୍ୟମନ୍ତ୍ରୀଙ୍କ ଏହି ଟ୍ୱିଟ୍ ପରେ ବଳଙ୍ଗା ପୀଡ଼ିତା ନାବାଳିକାଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଥିଲା ।ଷ୍ୟତରେ ଏପରି ଘଟଣାର ପୁନରାବୃତ୍‌ତି ରୋକାଯାଉ ବୋଲି ଆମେ ଆଶା କରୁଛୁ ।

ପୁଲିସ-କ୍ରାଇମବ୍ରାଂଚର ନିରବତା, କେହିବି ଗିରଫ ହୋଇନାହାନ୍ତି

ଜୁଲାଇ ୧୯ତାରିଖ ସକାଳ ସମୟରେ ବଳଙ୍ଗା ଥାନାଠୁ ମାତ୍ର ୨କିମି ଦୂରରେ ଜଣେ ନାବାଳିକାକୁ କିଛି ଦୁବୃର୍ତ୍ତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଜଣାପଡ଼ିଥିଲା । ପ୍ରାୟ ଦୁଇ ଘଣ୍ଟା ଧରି ସହାୟତା ଅପେକ୍ଷାରେ ପଡ଼ି ରହିବା ପରେ ପୀଡ଼ିତା ନାବାଳିକାକୁ  ପୁଲିସ ଉଦ୍ଧାର କରି ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲା । ରାଜ୍ୟ ସରକାର  ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଦୋଷୀଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ପୁରୀ ପୁଲିସ ଏସପି ପିନାକ ମିଶ୍ର କିଛି ଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ପହଂଚି ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିବାବେଳେ ସେହିଦିନ ପୁଲିସ ଡିଜି ୱାଇବି ଖୁରାନିଆ ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ । କ୍ରାଇମବ୍ରାଂଚକୁ ମଧ୍ୟ ତଦନ୍ତ ଭାର ଦିଆଯାଇଥିଲା । କିନ୍ତୁ ପୁଲିସ ୩ଡଜନରୁ ଅଧିକ ଲୋକଙ୍କୁ ଜେରା ସହ ପୀଡ଼ିତାଙ୍କ ଦୁଇରୁ ଅଧିକ ଥର ବୟାନ ରୁଜୁ କରିଥିଲେ ମଧ୍ୟ କାହାରିକୁ ଗିରଫ କରିବାରେ ସକ୍ଷମ ହୋଇନାହିଁ । ଏହି ଘଟଣା ପଛର କ’ଣ କାରଣ ରହିଛି ତାକୁ ମଧ୍ୟ ପଦାକୁ ଆଣିବାରେ ପୁଲିସ ଏପର୍ଯ୍ୟନ୍ତ ସକ୍ଷମ ହୋଇନାହିଁ । ପୁଲିସର ଏହି ନିରବତା ହିଁ ତା’ର ପାରିବାପଣିଆ ଓ ତଦନ୍ତର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପୀଡ଼ିତାର ମୃତ୍ୟୁ ପରେ ପୁଲିସ ଏବେ ଯାହାବି ସୂଚନା ଦେବ ତାକୁ ସାଧାରଣ ଲୋକେ ବିଶ୍ୱାସ କରିବାର ସମ୍ଭାବନା କ୍ଷୀଣ ।

Advertisment

ସରକାରଙ୍କ ସହାୟତା ଓ ପ୍ରୟାସ ସତ୍ତ୍ୱେ ପୀଡ଼ିତା ଆଖିବୁଜିଲେ

ରାଜ୍ୟ ସରକାର ବଳଙ୍ଗା ପୀଡ଼ିତାଙ୍କୁ ଉଚ୍ଚମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରିବା ସହ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିଥିଲେ । ଉନ୍ନତମାନର ଚିକିତ୍ସା ପାଇଁ ଆବଶ୍ୟକ ଖର୍ଚ୍ଚ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୬ଲକ୍ଷ ଟଙ୍କା ମଧ୍ୟ ଅନୁମୋଦନ କରାଯାଇଛି। ଏସବୁ ସତ୍ତ୍ୱେ ତାଙ୍କୁ ବଂଚାଇବାରେ ଡାକ୍ତରମାନେ ସକ୍ଷମ ହୋଇପାରିନଥିଲେ । ତେବେ ପୀଡ଼ିତାଙ୍କ ନିଜ ନିର୍ବାଚନମଣ୍ଡଳୀରୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରତିନିଧିତ୍ୱ କରୁଥିଲେ ମଧ୍ୟ ତାଙ୍କୁ ଭୁବନେଶ୍ୱର ଏମସରେ ଦେଖିବା ପରିବର୍ତ୍ତେ ଦୁଇଦିନ ପରେ ଦିଲ୍ଲୀ ଯାଇ ସେଠାରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ । ଯାହାକୁ ନେଇ ରାଜନୀତିକ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe