Advertisment

ନକଲି ଶିକ୍ଷକ, ୪ ଜଣଙ୍କୁ ବହିଷ୍କାର କଲେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ

ଫେକ୍‌ ସାର୍ଟିଫିକେଟ୍‌ ଦେଇ ଅନେକଶିକ୍ଷ ଓ ଶିକ୍ଷୟିତ୍ରୀ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ବିଭାଗ ତତ୍ପର ହୋଇଥିଲା।

author-image
Manoranjan Sial
Teacher

Teacher

ମାହାଙ୍ଗା ପଡିଲା ନକଲି ସାର୍ଟିଫିକେଟରେ ଅସଲି ଚାକିରି। ଆଗରୁ ଚାରିଜଣଙ୍କୁ ନିଲମ୍ବନ କରି ଥାନାରେ ଅଭିଯୋଗ ଦାଖଲ କରିଥିଲା ଜିଲ୍ଲା ଶିକ୍ଷା ବିଭାଗ। ଏବେ ଚାରି ଜଣଙ୍କୁ ଜିଲ୍ଲା ଶିକ୍ଷାଅଧିକରି ବହିଷ୍କାର କରିଛନ୍ତି। ବହିଷ୍କୃତ ହୋଇଥିବା ଶିକ୍ଷକମାନେ ହେଉଛନ୍ତି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ଆଲମା ଟପ୍ପୋ, ସଇଁତଳା ବ୍ଲକ୍‌ ଗଣପତ୍ରାପାଳି ହାଇସ୍କୁଲର ସଂଜିତ ପାଣି ମହାନନ୍ଦ, ବେଲପଡା ବ୍ଲକ ସୁଲେକେଲା ଧରମସିଂ ହାଇସ୍କୁଲର ଶିକ୍ଷକ ବିରଞ୍ଚି ପ୍ରସାଦ ନାଏକ ଓ ରଣ୍ଡା ହାଇସ୍କୁଲର ଶିକ୍ଷକ ମିନମୟୀ ପଣ୍ଡା। ଏନେଇ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ।

Advertisment

ସୂଚନାରୁ ପ୍ରକାଶ, ଫେକ୍‌ ସାର୍ଟିଫିକେଟ୍‌ ଦେଇ ଅନେକଶିକ୍ଷ ଓ ଶିକ୍ଷୟିତ୍ରୀ ଚାକିରି କରୁଥିବା ଅଭିଯୋଗ ହୋଇଥିଲା। ଏହା ପରେ ଜିଲ୍ଲା ଶିକ୍ଷା ବିଭାଗ ତତ୍ପର ହୋଇଥିଲା। ଶିକ୍ଷକତା କରୁଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍‌ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ବଲାଙ୍ଗିର ଜିଲ୍ଲାର ୨୫୧ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ୍‌ ସନ୍ଦେହ ଘେରକୁ ଆସିଥିଲା। ସେ ଗୁଡ଼ିକର ଅଧିକ ଯାଞ୍ଚ କରାଯାଉଛି।

Fake Teacher Balangir