Advertisment

ପ୍ରଧାନମନ୍ତ୍ରୀ ଫସଲ ବୀମାରେ ମହାଘୋଟାଲା, ପୁଲିସ୍‌ ପଞ୍ଝାରେ ୧୪

ବୀମା ଟଙ୍କା ଆସିଲା ପରେ କୋଟି କୋଟି ଟଙ୍କା ହଡପ୍‌ କରିବା ପାଇଁ ଯୋଜନା କରିଥିବା ଜଣାପଡିଥିଲା। ଜିଲ୍ଲାର ସାତ ହଜାର ଚାଷୀ ନାଁରେ ଏପରି ନକଲି କାରବାର କରାଯାଇଥିଲା।

Balangir

Balangir

Advertisment

ଲୋକଙ୍କୁ ସୁବିଧାରେ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇଦେବା ପାଇଁ ରାଜ୍ୟରେ ଖୋଲିଛି ଶହ ଶହ ଜନସେବା କେନ୍ଦ୍ର (ସିଏସ୍‌ସି)। ସେହି ଜନସେବା କେନ୍ଦ୍ର ନାଁରେ ଆସିଛି ସାଙ୍ଘାତିକ ଅଭିଯୋଗ। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ କରାଯାଉଥିଲା ମହାଘୋଟଲା। ଯାହାର ପର୍ଦ୍ଦାଫାଶ କରିଛି କୃଷି ବିଭାଗ ଓ ବଲାଙ୍ଗିର ସାଇବର ଥାନା ପୁଲିସ୍‌। ଚାଷୀମାନଙ୍କ ଡକ୍ୟୁମେଣ୍ଟକୁ ବ୍ୟବହାର କରି ନକଲି ଚାଷୀଙ୍କ ନାଁରେ କୋଟି କୋଟି ଟଙ୍କାର ଫସଲ ବୀମା ହଡପ୍‌ କରାଯାଇଥିବା କୃଷି ବିଭାଗ କହିଛି।

Advertisment

ଜନସେବା କେନ୍ଦ୍ରର କର୍ମଚାରୀମାନେ ଏସବୁ କାରନାମା କରୁଥିବା ଜାଣିବା ପରେ ବଲାଙ୍ଗିର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲା କୃଷି ବିଭାଗ। ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ପରେ ଟିମ୍‌ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଚଢ଼ଉ କରି ୧୪ ଜଣ ଜନସେବା କେନ୍ଦ୍ର କର୍ମଚାରୀଙ୍କୁ ଗିରଫ କରିଥିଲା। ସେମାନଙ୍କଠାରୁ ବହୁ ସଂଖ୍ୟାରେ ଲାପ୍‌ଟପ୍‌, କମ୍ପ୍ୟୁଟର, ମୋବାଇଲ ଜବତ କରିଥିଲା।

ବୀମା ଟଙ୍କା ଆସିଲା ପରେ କୋଟି କୋଟି ଟଙ୍କା ହଡପ୍‌ କରିବା ପାଇଁ ଯୋଜନା କରିଥିବା ଜଣାପଡିଥିଲା। ଜିଲ୍ଲାର ସାତ ହଜାର ଚାଷୀ ନାଁରେ ଏପରି ନକଲି କାରବାର କରାଯାଇଥିଲା। ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ଆଗକୁ ଆହୁରି ଅଧିକ ଲୋକ ଗିରଫ ହେବାର ସମ୍ଭାବନା ରହିଛି। ଗିରଫ କର୍ମଚାରୀମାନଙ୍କ ଜନସେବା କେନ୍ଦ୍ରକୁ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନକୁ ଲିଖିତ ଭାବରେ ଜଣାଇ ଦିଆଯିବ ବୋଲି କହିଛନ୍ତି ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Odisha Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe