Advertisment

ଖୋଲିଲା କନଷ୍ଟେବଳ ହତ୍ୟାକାଣ୍ଡର ରହସ୍ୟ

ଗତ ୧୬ ତାରିଖରେ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରାପ୍ରସ୍ଥର ରୁମ୍‌ ନମ୍ବର 212 ରେ ସୋନପୁର ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କୁ ନିର୍ମମ ଭାବରେ ହତ୍ୟା କରି ଫେରାର ମାରିଥିଲେ ଲୁଟେରା।

Crime

Crime

Advertisment

ବହୁ ଚର୍ଚ୍ଚିତ ପୁଲିସ କନଷ୍ଟେବଳ ଶଙ୍କରଭାନୁ ବେହେରା ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହି ମାମଲାରେ ବଲାଙ୍ଗିର ପୁଲିସ୍‌ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତମାନଙ୍କୁ ରାଜ୍ୟ ବାହାରୁ ଗିରଫ କରାଯାଇଛି। ହୀରା ବ୍ୟବସାୟକୁ ନେଇ ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ କହିଛି।

Advertisment

ଗତ ୧୬ ତାରିଖରେ ବଲାଙ୍ଗିର ରେଲୱେ ଷ୍ଟେସନ ନିକଟରେ ଥିବା ହୋଟେଲ ଇନ୍ଦ୍ରାପ୍ରସ୍ଥର ରୁମ୍‌ ନମ୍ବର 212 ରେ ସୋନପୁର ଜିଲ୍ଲାରେ କାର୍ଯ୍ୟରତ କନଷ୍ଟେବଳ ଶଙ୍କରଭାନୁ ବେହେରାଙ୍କୁ ନିର୍ମମ ଭାବରେ ହତ୍ୟା କରି ଫେରାର ମାରିଥିଲେ ଲୁଟେରା। ପୁଲିସ୍‌ ମୃତଦେହ ଜବତ କରିବା ସହିତ ହୋଟେଲ୍‌ରେ ଲାଗିଥିବା ସିସିଟିଭି ଓ କାଗଜପତ୍ର ଯାଞ୍ଚ କରିଥିଲା। ସେହି ଆଧାରରେ ପୁଲିସ୍‌ ୩ଟି ଟିମ୍‌ କୋଲକାତା, ବିହାର ଗୟା ଓ ପଞ୍ଜାମର ଜଳନ୍ଦରଯାଇ ଥିଲା।

ହତ୍ୟା ଅଭିଯୋଗରେ ପୁଲିସର ସ୍ୱତନ୍ତ୍ର ଟିମ ୬ ଜଣଙ୍କୁ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ପଙ୍କଜ କୁମାର ଓ ସୁରଜ କୁମାର ବର୍ଣ୍ଣୱାଲ, ଓଡ଼ିଶା ରାଜ୍ୟ ଅନୁଗୋଳ ଜିଲ୍ଲାର କୃଷ୍ଣ ମେହେର, ବୌଦ୍ଧ ଜିଲ୍ଲାର ମନୋରଞ୍ଜନ ସାଥୁଆ, ସୋନପୁର ଜିଲ୍ଲାର ନିତାଇ କର ଓ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ରୋହିତ ସା। ହୀରା ବ୍ୟବସାୟକୁ ନେଇ ଶଙ୍କର ଭାନୁଙ୍କୁ ହତ୍ୟା କରାଯାଇଥିବା ପୁଲିସ କହିଛି।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Crime Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe