ପ୍ରଶାନ୍ତ ମେହେର 12th ଫେଲ୍‌, ଲୋକଙ୍କ ସହ କରୁଥିଲା ଖେଲ୍‌!

ନିବେଶକଙ୍କ ମନ ଜିଣିବା ପାଇଁ ପ୍ରଶାନ୍ତ ମେହେର ଓ ତାଙ୍କ ସାଥୀମାନେ ଅନ୍ତର୍ଜାତୀୟ ଇଂରାଜୀ ଖବରକାଗଜ ମାଧ୍ୟମରେ ଗୋଟିଏ ପେଡ୍‌ ଆର୍ଟିକିଲ ଲେଖାଇଥିଲେ। ଯେଉଁ ଆର୍ଟିକଲ୍‌ ଏବେ ଭାଇରାଲ୍‌ ହେଉଛି। ସେହି ଆର୍ଟିକିଲକୁ ଦେଖାଇ ନିବେଶ କରିବା ପାଇଁ କହୁଥିଲେ।

Crime PhotoOR

ଗିରଫ ହୋଇଥିବା ଅଭିଯୁକ୍ତ

Manoranjan Sial
  • Published: Saturday, 20 January 2024
  • Updated: 20 January 2024, 06:55 PM IST

ପ୍ରଶାନ୍ତ ମେହେର 12th ଫେଲ୍‌! କିନ୍ତୁ କ୍ରିପ୍ଟୋ କରେନ୍ସି କାରବାର ନାଁରେ ନୀରିହ ଲୋକଙ୍କ ଭବିଷ୍ୟତ ସହ କରୁଥିଲା ଖେଳ। ଆଉ ଲୋଭ ଦେଖାଇ ଲୁଟି ନେଇଥିଲା ୧୦ କୋଟିରୁ ଅଧିକ ଟଙ୍କା। ସେହି ଟଙ୍କାରେ ନାମୀଦାମୀ ଗାଡ଼ି କିଣି କରୁଥିଲା ଅୟସ୍‌। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଜିଲ୍ଲାରୁ। ଏନେଇ ଅଭିଯୋଗ ପରେ ପୁଲିସ୍‌ ମାମଲା ରୁଜୁ କରି ପ୍ରଶାନ୍ତଙ୍କ ସମେତ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ନଗଦ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହା ସହିତ ବିଭିନ୍ନ ଆକାଉଣ୍ଟରେ ଥିବା ୫୫ ଲକ୍ଷ ଟଙ୍କାକୁ ଫ୍ରିଜ୍‌ କରିଛି ପୁଲିସ୍‌।

ବଲାଙ୍ଗିର ପ୍ରଶାନ୍ତ ମେହେର। ଯୁକ୍ତ ଦୁଇ ପାସ୍ କରି ନାହାନ୍ତି। ହେଲେ ବୁଦ୍ଧି ବହୁତ। ଲୋକଙ୍କୁ ଠକିବା ପାଇଁ ଖୋଲିଥିଲେ ପେଗ୍‌ମେଟି ଆଣ୍ଡ ସସ୍‌ଟେନ୍‌ ନାଁରେ ଏକ ମଲ୍‌ଟି ମାର୍କେଟିଂ କମ୍ପାନୀ। ଆଉ ତାହାରି ନାଁରେ ଗୋଟିଏ ୱେବ୍‌ସାଇଟ୍‌ ଖୋଲି କରୁଥିଲେ କ୍ରିପ୍ଟୋ କରେନ୍ସି କାରବାର। କ୍ରିପ୍ଟୋ କରେନ୍ସିର ନାଁ ରଖିଥିଲେ DYKAN। ସେହି କ୍ରିପ୍ଟୋ କରେନ୍ସିକୁ ବ୍ୟବହାର କରି ନିଜ କମ୍ପାନୀରୁ କିଣା ବିକା କରାଉଥିଲେ। ଏହାଛଡ଼ା ନିବେଶ କରିବା ପାଇଁ ଲୋଭ ଦେଉଥିଲେ। ଯିଏ ଅଧିକ ନିବେଶ କରୁଥିଲେ, ସେମାନଙ୍କୁ ଥାଇଲାଣ୍ଡ, ଗୋଆ, ମୋନାଲି ଓ ଦୁବାଇ ବୁଲାଇ ନେବାକୁ କୁହାଯାଉଥିଲା। ଏଥିସହ ଦୁବାଇରେ ହୋଇଥିବା କ୍ରିପ୍ଟୋ କରେନ୍ସି ଏକ୍ସପୋ ଭାଗ ନେଇଥିଲେ ପ୍ରଶାନ୍ତ ଓ ତାଙ୍କ ସାଥୀ। ସେଠାରେ ତାଙ୍କ କମ୍ପାନୀର କ୍ରିପ୍ଟୋ କରେନ୍ସି ସମ୍ପର୍କରେ ପ୍ରଜେନ୍‌ଣ୍ଟେସନ୍‌ ଦେଇଥିଲେ। ବିଭିନ୍ନ ସୋଶାଲ୍‌ ମିଡ଼ିଆ ଓ ୟୁଟ୍ୟୁବ୍‌ରେ ଏହାର ପ୍ରଚାର କରାଯାଉଥିଲା।

Also Read

ନିବେଶକଙ୍କ ମନ ଜିଣିବା ପାଇଁ ପ୍ରଶାନ୍ତ ମେହେର ଓ ତାଙ୍କ ସାଥୀମାନେ ଅନ୍ତର୍ଜାତୀୟ ଇଂରାଜୀ ଖବରକାଗଜ ମାଧ୍ୟମରେ ଗୋଟିଏ ପେଡ୍‌ ଆର୍ଟିକିଲ ଲେଖାଇଥିଲେ। ଯେଉଁ ଆର୍ଟିକଲ୍‌ ଏବେ ଭାଇରାଲ୍‌ ହେଉଛି। ସେହି ଆର୍ଟିକିଲକୁ ଦେଖାଇ ସେମାନେ ନିବେଶ କରିବା ପାଇଁ ଲୋକଙ୍କୁ କହୁଥିଲେ। ଏସବୁ ଦେଖି ନିବେଶକଙ୍କ ଭରସା ବଢ଼ୁଥିଲା। ନିବେଶକମାନେ ଦିଲ୍‌ ଖୋଲି ନିବେଶ କରିଥିଲେ। ନିବେଶ ହେଉଥିବା ଟଙ୍କା ଅନ୍‌ଲାଇନ୍‌ ମୋଡ୍‌ରେ ପେମେଣ୍ଟ ହେଉଥିଲା। ସବୁ ଟଙ୍କା ପ୍ରଶାନ୍ତ ଓ ତାଙ୍କ ସହଯୋଗୀଙ୍କ ପରିବାର ଲୋକଙ୍କ ନାଁରେ ଥିବା ଆକାଉଣ୍ଟକୁ ଯାଉଥିଲା।

ପରବର୍ତ୍ତୀ ସମୟରେ ସେହି ଆକାଉଣ୍ଟରୁ ସେମାନେ ଟଙ୍କା ଉଠାଇ ଅନ୍ୟ ବ୍ୟବସାୟରେ ନିବେଶ କରୁଥିଲେ ଓ ଦାମୀ ଗାଡ଼ି କିଣି ଅୟସ୍‌ କରୁଥିଲେ। ସେହି ଅର୍ଥରେ ବଲାଙ୍ଗିର ଟାଉନ୍‌ରେ ୪୦ ଲକ୍ଷରୁ ଅଧିକ ଟଙ୍କା ଦେଇ ଜମି କିଣିଛନ୍ତି। କେବଳ ଜମି ନୁହେଁ, ଏ ବଡ଼ ଦୋକାନ ଖୋଲିଛନ୍ତି। ଯେଉଁଥିରେ ୩୦ରୁ ୪୦ ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରି ରହିଛି। ଏହାଛଡ଼ା ପେଗ୍‌ମେଟି ଆଣ୍ଡ ସସ୍‌ଟେନ୍‌ ମାଧ୍ୟମରେ ୪୫ ଲକ୍ଷରୁ ଅଧିକ ଟଙ୍କାର କାରବାର କରିଛନ୍ତି। ୪ଟି ନାମୀ ଦାମୀ କାର୍‌, ୪ଟି ଦାମୀ ବାଇକ୍‌, ଲାପ୍‌ଟପ ଓ ମୋବାଇଲ୍‌ ଆଦି ଜବତ ହୋଇଛି। ୧୦ କୋଟିରୁ ଅଧିକ ଟଙ୍କା ଠକେଇ ହୋଇଥିବା ଆଶଙ୍କା କରୁଛି ପୁଲିସ୍‌।

ପ୍ରଶାନ୍ତ ଓ ସାଥୀଙ୍କ କ୍ରିପ୍ଟୋ କରେନ୍ସି ମାୟା ଜାଲରେ ପ୍ରାୟ ୧୫୦୦ରୁ ୨୦୦୦ ଲୋକ ପଡ଼ିଛନ୍ତି। ଏହି ସଂଖ୍ୟା ଆହୁରି ଅଧିକ ହୋଇପାରେ। ବଲାଙ୍ଗିର ଏସ୍‌ପିଙ୍କ କହିବା ଅନୁସାରେ ଗୋଟିଏ ଲେଖାଏଁ ଆକାଉଣ୍ଟରୁ ୧୦ରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର ହୋଇଛି। ପ୍ରାଥମିକ ତଦନ୍ତରୁ ଏହି ଠକେଇ ୧୦ କୋଟିରୁ ଅଧିକ ହେବ। ବର୍ତ୍ତମାନ ତଦନ୍ତ ଚାଲିଛି। ଟଙ୍କା କାରବାର ହେଉଥିବା ଆକାଉଣ୍ଟକୁ ଫ୍ରିଜ୍‌ କରାଯାଇଛି। ଯେଉଁଥିରେ ୫୫ ଲକ୍ଷରୁ ଅଧିକ ଟଙ୍କା ରହିଛି। ଅଭିଯୁକ୍ତଙ୍କଠାରୁ ୮ ଲକ୍ଷରୁ ଅଧିକ ଟଙ୍କା ଜବତ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ପ୍ରଶାନ୍ତ ମେହେରଙ୍କୁ ମିଶାଇ ୭ ଜଣଙ୍କୁ ଗିରଫ କରାଯାଇଛି। ୟୁଟ୍ୟୁବ୍‌ ମାଧ୍ୟମରେ ପ୍ରମୋଶନ୍‌ କରାଉଥିବା ଜଣେ ଅଭିଯୁକ୍ତକୁ ଯାଜପୁରରୁ ଗିରଫ କରାଯାଇଛି ବୋଲି ଏସ୍‌ପି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story