Advertisment

ମହଙ୍ଗା ପଡ଼ିଲା ଦାଦାଗିରି, ବନ୍ଧା ହେଲେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ

ମିଶନ ଶକ୍ତିର ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ମାଡ ମାରିଥିବା ଅଶୋକ ଦୋରାଙ୍କ ୫ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

author-image
Manoranjan Sial
Ashok Dora

Ashok Dora

ମହଙ୍ଗା ପଡ଼ିଲା ଦାଦାଗିରି। ଦୀର୍ଘ ଦିନର ଲୁଚାଛପା ଖେଳ ପରେ ବନ୍ଧାହେଲେ ବ୍ଲକ୍‌ ଅଧ୍ୟକ୍ଷାଙ୍କ ସ୍ୱାମୀ। ବଲାଙ୍ଗିର ତୁଷୁରା ଥାନା ପୁଲିସ୍ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ଗତ ୧୦ ତାରିଖ ସନ୍ଧ୍ୟା ବେଳେ ନିଜ ସମର୍ଥକଙ୍କ ସହ ଗୁଡଭେଲା ବ୍ଲକ୍‌ ଅଫିସରେ ଧସେଇ ପଶିଥିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଅଶୋକ ଦୋରା। ସେଠାରେ ମିଶନ ଶକ୍ତିର ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନଙ୍କ ସହ ଯୁକ୍ତିତର୍କ କରିଥିଲେ। ପରେ ତାଙ୍କୁ ଅଶୋକ ଦୋରାଙ୍କ ସମର୍ଥକମାନେ ମାଡ ମାରିଥିବା ଅଭିଯୋଗ ହୋଇଥିଲା।

ମିଶନ ଶକ୍ତିର ବ୍ଲକ୍‌ ପ୍ରକଳ୍ପ ସଂଯୋଜକ ନିର୍ମଳ ପଧାନ ଏନେଇ ତୁଷୁରା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ୍‌ ମାମଲା ରୁଜୁ କରି ମାଡ ମାରିଥିବା ଅଶୋକ ଦୋରାଙ୍କ ୫ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ହେଲେ ସେଦିନଠାରୁ ଅଶୋକ ଦୋରା ଫେରାର ହୋଇଯାଇଥିଲେ। ଆଜି ତୁଷୁରା ଥାନା ପୁଲିସ୍‌ ତାଙ୍କୁ ଗିରଫ କରିବାରେ ସଫଳ ହୋଉଛି। ପୂର୍ବରୁ ଅନେକ ଥର ବ୍ଲକ ଅଫିସରେ ପଶି ଦାଦାଗିରି କରି ଚର୍ଚ୍ଚାରେ ଥିଲେ ଅଶୋକ ଦୋରା। ବର୍ତ୍ତମାନ ଅଶୋକ ଦୋରାଙ୍କ ସ୍ତ୍ରୀ ବେବି ଦୋରା ଗୁଡଭେଲା ବ୍ଲକର ଅଧ୍ୟକ୍ଷା ଅଛନ୍ତି।

Advertisment

ରିପୋର୍ଟ-ବଲାଙ୍ଗିରରୁ ମନରଞ୍ଜନ ଯୋଶୀ

Balangir