Advertisment

ପ୍ରେମ ପାଇଁ ରକ୍ତର ହୋଲି ଖେଳିଥିଲା ପ୍ରେମିକ

ଗୁରୁବାର ପୂର୍ବାହ୍ନରେ ଘରେ କେହି ନଥିବା ବେଳେ ଶେଷାଦ୍ରିଙ୍କ ଘରକୁ ଆସିଥିଲା ମିଲନ୍‌। ଘର ଭିତରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରେ ଏକ କଟୁରୀରେ ଶେଷାଦ୍ରୀଙ୍କ ବେକ ପଛ ପାର୍ଶ୍ୱରୁ ଚୋଟ ପରେ ଚୋଟ ପକାଇଥିଲା।

Balangir

Balangir

Advertisment

ପ୍ରେମ ପାଇଁ ବୋହିଥିଲା ରକ୍ତ। ଆଉ ରକ୍ତର ହୋଲି ଖେଳିଥିଲା ପ୍ରେମିକ। ଅତି ନିର୍ମମ ଭାବେ ପ୍ରେମିକାକୁ କଟୁରୀ ହାଣି କରିଥିଲା ହତ୍ୟା। ଆର୍‌ପିଏଫ୍‌ ସହାୟତାରେ ବଲାଙ୍ଗିର ପୁଲିସ୍‌ ଅଭିଯୁକ୍ତ ହତ୍ୟାକାରୀ ଓ ତା’ ସହଯୋଗକୁ ଗିରଫ କରିଛି।

Advertisment

ଅଗଲପୁର ଥାନା ରୋତ ଗାଁର ମିଲନ ରଣା ବଲାଙ୍ଗିର ଟାଉନ୍‌ ଥାନା ନିଖିଳନଗର ପଡାର ଶେଷାଦ୍ରି ନାଗଙ୍କୁ ପ୍ରେମ କରୁଥିଲା। ଶେଷାଦ୍ରି ମଧ୍ୟ ମିଲନ୍‌ଙ୍କୁ ଭଲ ପାଉଥିଲେ। ତେବେ ହଠାତ୍‌ ଉଭୟଙ୍କ ମଧ୍ୟ କ’ଣ ହେଲା, ପ୍ରେମ ସମ୍ପର୍କରେ ଭଟ୍ଟା ପଡ଼ିଥିଲା। ଆଉ ମିଲନଙ୍କଠାରୁ ଦୂରେଇ ଯାଇଥିଲେ ଶେଷାଦ୍ରି। ଯାହାକୁ ନେଇ ପ୍ରତିଶୋଧ ପରାୟଣା ହୋଇପଡ଼ିଥିଲା ମିଲନ୍‌। ଆଉ ବଦଲା ନେବା ପାଇଁ ସୁଯୋଗ ଖୋଜୁଥିଲା।

ଗୁରୁବାର ପୂର୍ବାହ୍ନରେ ଘରେ କେହି ନଥିବା ବେଳେ ଶେଷାଦ୍ରିଙ୍କ ଘରକୁ ଆସିଥିଲା ମିଲନ୍‌। ଘର ଭିତରେ ଉଭୟଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା। ପରେ ଏକ କଟୁରୀରେ ଶେଷାଦ୍ରୀଙ୍କ ବେକ ପଛ ପାର୍ଶ୍ୱରୁ ଚୋଟ ପରେ ଚୋଟ ପକାଇଥିଲା। ଯେଉଁଥିପାଇଁ ଘଟଣାସ୍ଥଳରେ ଶେଷଦ୍ରିଙ୍କ ମୃତ୍ୟୁ ଘଟିଥିଲା। ତା’ ପରେ ମିଲନ୍‌ ନିକଟସ୍ଥ ଜଙ୍ଗଲକୁ ପଳାଇ ଯାଇଥିଲା। ସେଠାରେ କଟୁରୀକୁ ଫିଙ୍ଗି ଦେଇ ବଲାଙ୍ଗିର ଷ୍ଟେସନ୍‌କୁ ପଳାଇ ଯାଇଥିଲା। ସେଠାରୁ ଟ୍ରେନ୍‌ରେ ଚଢ଼ି ରାଜ୍ୟ ବାହାରକୁ ପଳାଇ ଯାଉଥିଲା।

Advertisment

ସେପଟେ ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ବଲାଙ୍ଗିର ଟାଉନ୍‌ ଥାନା ପୁଲିସ୍‌ ମାମଲାର ଖୋଳତାଡ ଆରମ୍ଭ କରିଥିଲା। ତଦନ୍ତ ବେଳେ ପୁଲିସ୍‌ର ସନ୍ଦେହ ମିଲନ୍‌ଙ୍କ ଉପରକୁ ଯାଇଥିଲା। ଏହା ପରେ ପୁଲିସ୍‌ ମିଲନ୍‌କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ତେବେ ମିଲନ୍‌ ରାଜ୍ୟ ବାହାରକୁ ଟ୍ରେନ୍‌ରେ ପଳାଇ ଯାଉଥିବା ଜାଣିପାରି ପୁଲିସ୍‌ ଆର୍‌ପିଏଫ୍‌ର ସହାୟତା ଲୋଡ଼ିଥିଲା। ଆର୍‌ପିଏଫ୍‌ ମିଲନ୍‌କୁ ଆନ୍ଧ୍ରପ୍ରଦେଶର ବିଜୟନଗ୍ରମରୁ ଧରି ପୁଲିସ୍‌ ଜିମା ଦେଇଛି। ଆଜି ସନ୍ଧ୍ୟା ବେଳେ ବଲାଙ୍ଗିର ପୁଲିସ୍ ମିଲନ୍‌କୁ ଧରି ସିନ୍‌ ରିକ୍ରିଏସନ୍‌ କରିଛି। ଏହାଛଡ଼ା ହତ୍ୟାରେ ବ୍ୟବହୃତ କଟୁରୀକୁ ଜବତ କରିଛି। ଏଥିସହ ମିଲନ୍‌ଙ୍କ ସହଯୋଗୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Crime Balangir Love Birds Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe