Advertisment

୪ ହଜାର ବୋତଲ କଫ ସିରପ୍‌ ଜବତ, ୬ ଗିରଫ

ଆଜି ସକାଳୁ ସକାଳୁ ବଲାଙ୍ଗିର-ସମ୍ବଲପୁର ରାସ୍ତାରେ ଏକ ମିନି ପିକ୍‌ଅପ୍‌ରେ କଫସିରପ ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ମାଧିଆପାଲି ନିକଟରେ ଛପି ରହିଥିଲା।

Balangir

Balangir

Advertisment

ପାର୍ବଣ ଋତୁରେ ବଲାଙ୍ଗିର ପୁଲିସକୁ ବଡ଼ ସଫଳତା ମିଳିଛି। ଚାରି ହଜାର କଫସିରପ ଜବତ କରିବା ସହିତ ୬ ଜଣଙ୍କୁ ଗିରଫ କରିଛି ପୁଲିସ୍‌। ଗତ କିଛି ଦିନ ହେବ ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ ନିଶା କାରବାର ଉପରେ ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି। ପୂରା ଜିଲ୍ଲାରେ ବ୍ୟାପକ ପରିମାଣର ମଦ, କଫସିରପ ଜବତ କରିବା ସହ ମାଫିଆଙ୍କୁ ଗିରଫ ମଧ୍ୟ କରୁଛନ୍ତି। ତଥାପି ମାନୁନାହାନ୍ତି ନିଶା ବେପାରୀ।

Advertisment

ଆଜି ସକାଳୁ ସକାଳୁ ବଲାଙ୍ଗିର-ସମ୍ବଲପୁର ରାସ୍ତାରେ ଏକ ମିନି ପିକ୍‌ଅପ୍‌ରେ କଫସିରପ ଚାଲାଣ ହେଉଥିଲା। ବିଶେଷ ସୂତ୍ରରୁ ଖବର ପାଇ ବଲାଙ୍ଗିର ଏସ୍‌ପିଙ୍କ ନିର୍ଦ୍ଦେଶରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ମାଧିଆପାଲି ନିକଟରେ ଛପି ରହିଥିଲା। ପିକ୍‌ଅପ୍‌ ଆସିବା ବେଳେ ଚଢ଼ଉ କରିଥିଲେ। ସେହି ସମୟରେ ଚାରି ହଜାର ବୋତଲ କଫସିରପ ଜବତ କରିଥିଲା ପୁଲିସ୍‌। ଏହା ସହିତ ଗାଡିକୁ ଏକ୍ସକର୍ଟ ଦେଉଥିବା ଗୋଟିଏ କାର ଓ ବାଇକ ଜବତ କରିଥିଲା ପୁଲିସ।

ଏହି ଘଟଣାରେ ପୁଲିସ ୬ ଜଣଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ୩୪,୫୦୦ ଟଙ୍କା ଜବତ କରିଥିଲା ପୁଲିସ୍‌। ଆଗକୁ ମଧ୍ୟ ଧରପଗଡ଼ ଜୋରଦାର ହେବ ବୋଲି କହିଛନ୍ତି ବଲାଙ୍ଗିର ଏସ୍‌ପି ଋଷିକେଶ ଖିଲାରୀ।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe