Advertisment

ନକଲି ସୁନାରେ ଅସଲି ଠକେଇ... ଦୁଇ ଗିରଫ

ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ପରେ ଠକିଥିବା ଦୁଇ ଠକ ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର କାର୍ତ୍ତିକ ମେହେର ଓ ତୁଷୁରାର ମାଧବ ବୋଲି ପୁଲିସ ଜାଣିବାକୁ ପାଇଥିଲା।

author-image
Manoranjan Sial
Crime

Crime

ନକଲି ସୁନା ଦେଇ ଅସଲି ଟଙ୍କା ଠକେଇ। ଏପରି ଏକ ଠକେଇ ଘଟଣାର ପର୍ଦ୍ଦାଫାଶ କରିଛି ବଲାଙ୍ଗିର ସଦର ଥାନା ପୁଲିସ। ଏହି ଅଭିଯୋଗରେ ପୁଲିସ୍‌ ଦୁଇ ଠକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହିତ ଟଙ୍କା ଜବତ କରିଛି।

Advertisment

ଗତ ୪ ତାରିଖରେ ଦୁଇଜଣ ବ୍ୟକ୍ତି ଚନ୍ଦନଭାଟି ଗାଁର କିଶୋର ମେହେରଙ୍କ ଘରକୁ ଆସିଥିଲେ। ଗୋଟିଏ ସୁନା ହାର ଓ ଚେନ ବନ୍ଧକ ରଖି ଟଙ୍କା ଦେବାକୁ କହିଥିଲେ। କିଶୋର ମେହେର ପ୍ରଥମେ ସୁନା ପରୀକ୍ଷା କରିଥିଲେ। ସୁନା ଅସଲି ଜାଣିବା ପରେ ଟଙ୍କା ଆଣିବାକୁ ଘର ଭିତରକୁ ଯାଇଥିଲେ। ସେହି ସମୟରେ ଅସଲି ସୁନା ହାର ଓ ଚେନକୁ ପକେଟରେ ଭର୍ତ୍ତି କରି ନକଲି ରଖିଦେଲେ ଦୁଇ ଠକ। କିଶୋର କିଛି ଜାଣିନପାରି ସେହି ସୁନା ବଦଳରେ ୮୦ ହଜାର ଟଙ୍କା ଦେଇଦେଲେ। ପରବର୍ତ୍ତୀ ସମୟରେ ସେହି ସୁନା ନକଲି ଜାଣିବାକୁ ପାଇଥିଲେ।

ଠକାମୀରେ ଶିକାର ହେବା ପରେ କିଶୋର ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ସଦର ଥାନା ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା। ତଦନ୍ତ ପରେ ଠକିଥିବା ଦୁଇ ଠକ ସୋନପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳର କାର୍ତ୍ତିକ ମେହେର ଓ ତୁଷୁରାର ମାଧବ ବୋଲି ପୁଲିସ ଜାଣିବାକୁ ପାଇଥିଲା। ପରେ ସେହି ଦୁଇ ଠକଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ପୁଲିସ୍‌ ସେମାନଙ୍କ ନିକଟରୁ ୮୦ ହଜାର ଟଙ୍କା ଓ ବାଇକ ଜବତ କରିଛି। ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ ଏନେଇ ସୂଚନା ଦେଇଛି।

Advertisment

ରିପୋର୍ଟ- ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir Crime