ଆକ୍ସନ ମୁଡରେ ବଲାଙ୍ଗିର ପୁଲିସ। ପୁଲିସର ଆକ୍ସନ ଦେଖି ଟେନସନରେ ପ୍ରଶାସନ। ଜେଲରେ ନାହିଁ ଜାଗା ବଢୁଛି କଏଦୀ ସଂଖ୍ୟା। ଏସପି କହୁଛନ୍ତି ଇଏ ତ ଆରମ୍ଭ ମାତ୍ର ଆଗକୁ ଜୋରଦାର ହେବ ଅପରାଧ ଦମନ। ଦୁଇମାସ ଭିତରେ ବଲାଙ୍ଗିର ପୁଲିସ ଦ୍ୱାରା ଆରମ୍ଭ ହୋଇଥିବା ଅପରାଧ ଦମନ କାର୍ଯ୍ୟକ୍ରମ କ୍ଲିନ କ୍ରିମିନାଲ ଯୋଗୁଁ ବଢିଛି ଗିରଫଦାରୀ ସଂଖ୍ୟା। ଅଧିକରୁ ଅଧିକ ବିଚାରଧିନ କଏଦୀଙ୍କ ସଂଖ୍ୟା ବଢିଛି । ଯେଉଁଥି ପାଇଁ ଏ ପରିସ୍ଥିତି ଉପୁଜିଛି। ଗୋଟିଏ ପଟେ ଜେଲରେ ଜାଗା ନାହିଁ। ୨୫ ଜଣ ଓ୍ଵାର୍ଡରଙ୍କ ବଦଳରେ ବଲାଙ୍ଗିର ଜେଲରେ କାମ କରୁଛନ୍ତି ମାତ୍ର ୧୫ ଜଣ ଜେଲ ୱାର୍ଡର୍ ।