Advertisment

ପେସାରେ ସାମ୍ୱାଦିକ, କିନ୍ତୁ ଚଳାଇଥିଲେ ଚୋରା ବାଇକ୍‌ ରାକେଟ

ଘର ମାଲିକଙ୍କୁ ପୁଲିସ୍‌ ହେବାଜତକୁ ନେଇ ପଚରା ଉଚରା କରିଥିଲା। ତାଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ବାଲେଶ୍ୱର ଟାଉନ୍‌ ସହଦେବଖୁଣ୍ଟା ଅଞ୍ଚଳରେ ଚଢ଼ଉ କରି ଆଉ ଏକ ଘରୁ ୯ଟି ବାଇକ୍‌ ଜବତ କରିଥିଲା। ମୋଟ୍‌ ୨୨ଟି ଚୋରା ଗାଡ଼ି ଜବତ କରିଛି ପୁଲିସ୍‌।

author-image
Manoranjan Sial
Balasore

Balasore

ପେସାରେ ସାମ୍ୱାଦିକ। କିନ୍ତୁ ଚଳାଇଥିଲେ ଚୋରା ବାଇକ୍‌ ରାକେଟ। ବାଲେଶ୍ୱର ଜିଲ୍ଲା ଔପଦା ଥାନା ଅଞ୍ଚଳରୁ ଆସିଛି ଏପରି ଅଭିଯୋଗ। ପୁଲିସ୍‌ ୨୨ଟି ବାଇକ୍‌ ଓ ସ୍କୁଟି ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଚୋରି ହୋଇଥିବା ବାଇକ୍‌ ସିନେମା ହଲ୍‌, ସପିଂ ମଲ୍‌ ଓ ମାର୍କେଟରୁ ଚୋରି ହୋଇଥିବା ବାଲେଶ୍ୱର ଏସ୍‌ପି ସାଗରିକା ନାଥ କହିଛନ୍ତି।

Advertisment

କୌଣସି ସୂତ୍ରରୁ ଖବର ପାଇ ଔପଦା ଥାନା ପୁଲିସ୍‌ ବଡ଼ପୋଖରୀ ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରେ ଗୋଟିଏ ଘରୁ ୧୩ଟି ମୋଟର ସାଇକେଲ ମିଳିଥିଲା। ହେଲେ ବାଇକ୍‌ ସମ୍ପର୍କରେ କୌଣସି ତଥ୍ୟ ଦେଇପାରିନଥିଲେ ଘର ମାଲିକ। ଆଉ ସେ ନିଜକୁ ୱେବ୍‌ ଚ୍ୟାନେଲ୍‌ ମାଲିକ ବୋଲି କହିଥିଲେ। ଯାଞ୍ଚ ବେଳେ ଗାଡ଼ି ଗୁଡ଼ିକର ନମ୍ୱର ପ୍ଲେଟ୍‌ ନକଲି ବୋଲି ଜଣାପଡ଼ିଥିଲା। ଏହାପରେ ପୁଲିସ୍‌ ସବୁ ବାଇକ୍‌ ଜବତ କରିଥିଲା।

ଘର ମାଲିକଙ୍କୁ ପୁଲିସ୍‌ ହେବାଜତକୁ ନେଇ ପଚରା ଉଚରା କରିଥିଲା। ତାଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ବାଲେଶ୍ୱର ଟାଉନ୍‌ ସହଦେବଖୁଣ୍ଟା ଅଞ୍ଚଳରେ ଚଢ଼ଉ କରି ଆଉ ଏକ ଘରୁ ୯ଟି ବାଇକ୍‌ ଜବତ କରିଥିଲା। ମୋଟ୍‌ ୨୨ଟି ଚୋରା ଗାଡ଼ି ଜବତ କରିଛି ପୁଲିସ୍‌। ଯେଉଁଥିରେ ୧୬ଟି ସ୍କୁଟି ଓ ୬ଟି ବାଇକ୍‌ ରହିଛି। ଏଥିସହ ୫୬ ହଜାର ନଗଦ ଟଙ୍କା ଜବତ କରିଛି ପୁଲିସ୍‌। ଏହି ମାମଲାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଛି।

Advertisment

ଏସ୍‌ପିଙ୍କ କହିବା ଅନୁସାରେ ନିଜକୁ ୱେବ୍‌ ଚ୍ୟାନେଲ ମାଲିକ ବୋଲି କହୁଥିବା ବ୍ୟକ୍ତିଙ୍କ ନାଁରେ ୧୧ଟି ଜମି ଜାଲିଆତି ମାମଲା ରହିଛି। ଏହାଛଡ଼ା ୩ଟି ଅନ୍ୟ ମାମଲା ରହିଛି। ତାଙ୍କ ନାଁରେ ମୋଟ୍‌ ୧୪ଟି ମାମଲା ରହିଛି। ତାଙ୍କ ସହଯୋଗୀଙ୍କ ନାଁରେ ମଧ୍ୟ ବହୁ ମାମଲା ରହିଛି। ଚୋରି ହୋଇଥିବା ବାଇକ୍‌ କଟକ ଲାଲବାଗ୍‌ ଥାନା କୋର୍ଟ ପରିସର, ବାରିପଦା, କେନ୍ଦୁଝର ଓ ବାଲେଶ୍ୱରରୁ ଚୋରି କରାଯାଇଛି। ବାଇକ୍‌ ଗୁଡ଼ିକୁ ହସ୍ପିଟାଲ୍‌, ମାର୍କେଟ, ସିନେମା ହଲ୍‌ ଅଞ୍ଚଳରୁ ଚୋରି କରାଯାଇଛି ବୋଲି ଏସ୍‌ପି କହିଛନ୍ତି।

Balasore