Advertisment

ଜମିଜମା ବିବାଦରୁ ଘର ଭାଙ୍ଗିଦେଲେ

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ରେମୁଣା ଥାନା ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରୁଛି। ଦୀର୍ଘ ୩ ଘଣ୍ଟା ପରେ ପୁଲିସ୍‌ ଅଭିଯୁକ୍ତ ଜଳଧର ଦାସଙ୍କୁ ଗିରଫ କରିଥିଲା।

author-image
Manoranjan Sial
Balasore

Balasore

ଦୀର୍ଘ ଦିନ ଧରି ଲାଗି ରହିଥିବା ବିବାଦ ଆଜି ଉଗ୍ର ରୂପ ଧାରଣ କରିଥିଲା। ଜଣଙ୍କ ଘରେ ପଶି ଫିଙ୍ଗା ଫିଙ୍ଗି କରିବା ସହିତ ଘର ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ବାଲେଶ୍ୱର ଜିଲ୍ଲା ରେମୁଣା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପୁଲିସ୍‌ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରି ଘଟଣାର ତଦନ୍ତ ଚଳାଛି।

Advertisment

ରେମୁଣା ଅଞ୍ଚଳର ଅଠାନ୍ତର ଗାଁର ଲକ୍ଷ୍ମୀଧର ବାରିକ ଓ ଜଳଧର ଦାସଙ୍କ ପରିବାର ଭିତରେ ଜମି ଜମା ବିବାଦ ଲାଗି ରହିଥିଲା। ଏ ବିବାଦ ଦୀର୍ଘ ୮ ବର୍ଷର। ହେଲେ ଆଜି ଏହି ବିବାଦ ଉଗ୍ର ରୂପ ଧାରଣ କରିଥିଲା। ଅଭିଯୋଗ ଅନୁସାରେ ଜଳଧର ଦାସ କୁଆଡ଼େ ଲୋକ ଲଗାଇ ଲକ୍ଷ୍ମୀଧର ବାରିକଙ୍କ ଘର ଭାଙ୍ଗି ଦେଇଥିଲେ। ଏପରିକି ଘର ଭିତରେ ଥିବା ସବୁ ଆସବାବ ପତ୍ର ଫିଙ୍ଗି ନଷ୍ଟ କରିଦେଇଥିଲେ। ଏପରି ଦାଦାଗିରିକୁ ଗାଁ ଲୋକେ ବିରୋଧ କରିଥିଲେ। ତାଣ୍ଡବ ରଚୁଥିବା ଉତ୍ତ୍ୟକ୍ତ ଲୋକଙ୍କୁ ଗାଁ ଲୋକେ ଘଉଡାଇ ଥିଲେ। ସେମାନେ ଦୌଡ଼ି ଜଳଧର ଦାସଙ୍କ ଘରେ ପଶି ଯାଇଥିଲେ।

ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁ ଲୋକେ ଟାୟାର ଜାଳି ରାସ୍ତାରୋକ କରିଥିଲେ। ଘଟଣା ସ୍ଥଳରେ ରେମୁଣା ଥାନା ପୁଲିସ ପହଞ୍ଚି ଗାଁ ଲୋକଙ୍କୁ ବୁଝାସୁଝା କରୁଛି। ଦୀର୍ଘ ୩ ଘଣ୍ଟା ପରେ ପୁଲିସ୍‌ ଅଭିଯୁକ୍ତ ଜଳଧର ଦାସଙ୍କୁ ଗିରଫ କରିଥିଲା। ଏହା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।

Advertisment

ରିପୋର୍ଟ-ବାଲେଶ୍ୱରରୁ ଚନ୍ଦ୍ରକାନ୍ତ ଜେନା

Balasore Crime