Advertisment

ଗୋଡ଼ାଇ ଗୋଡ଼ାଇ ଧରିଲେ, ବହେ ଛେଚିଲେ

ଦୁଇ ଲୁଟେରା ଚମ୍ପଟ ମାରୁଥିବା ବେଳେ ରେମୁଣା ଗୋଲେଇରେ ସନ୍ଦୀପଙ୍କ ବାଇକ୍‌ ସେମାନଙ୍କ ସ୍କୁଟିକୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲେ। ଯେଉଁଥିପାଇଁ ଦୁଇ ଲୁଟେରା ସେଠାରେ ପଡ଼ି ଯାଇଥିଲେ।

Balasore

Loot

Advertisment

ମୋବାଇଲ୍‌ ଲୁଟ୍‌ କରି ଚମ୍ପଟ ମାରୁଥିଲେ ଦୁଇ ଲୁଟେରା। ଗୋଡ଼ାଇ ଗୋଡ଼ାଇ ମାଡ଼ି ବସିଲେ, ବହେ ଛେଚିଲେ। ଆଜି ଏପରି ଘଟଣା ବାଲେଶ୍ୱର ସଦର ମହକୁମାରେ ଘଟିଛି। ଦିନ ଦି’ ପହରରେ ଲୁଟ୍‌ ହେଉଥିବାରୁ ସାଧାରଣରେ ଭୟର ବାତାବରଣ ଖେଳିଯାଇଛି।

Advertisment

ଦେବାନନ୍ଦ ଗ୍ୟାରେଜ ମିସ୍ତ୍ରି ଭାବେ କାମ କରନ୍ତି। ଆଜି ସକାଳେ ସେ ମୋବାଇଲରେ କଥା ହୋଇ ଚାଲି ଚାଲି ରାମେଶ୍ୱର ମନ୍ଦିର ରାସ୍ତାରେ ଗ୍ୟାରେଜକୁ ଯାଉଥିଲେ। ଠିକ୍‌ ସମୟରେ ଦୁଇ ଜଣ ଯୁବକ ଏକ ସ୍କୁଟିରେ ଆସି ତାଙ୍କଠାରୁ ମୋବାଇଲ ଝାମ୍ପି ନେଇ ଚମ୍ପଟ ମାରୁଥିଲେ। ତେବେ ଦେବାନନ୍ଦ ଚିତ୍କାର କରିବାରୁ ସେହି ରାସ୍ତାରେ ବାଇକ୍‌ରେ ଯାଉଥିବା ସନ୍ଦୀପ ମିଶ୍ର ଦୁଇ ମୋବାଇଲ୍‌ ଲୁଟେରାଙ୍କୁ ପିଛା କରିଥିଲେ।

ଦୁଇ ଲୁଟେରା ଚମ୍ପଟ ମାରୁଥିବା ବେଳେ ରେମୁଣା ଗୋଲେଇରେ ସନ୍ଦୀପଙ୍କ ବାଇକ୍‌ ସେମାନଙ୍କ ସ୍କୁଟିକୁ ପଛ ପାର୍ଶ୍ୱରୁ ଧକ୍କା ଦେଇଥିଲେ। ଯେଉଁଥିପାଇଁ ଦୁଇ ଲୁଟେରା ସେଠାରେ ପଡ଼ି ଯାଇଥିଲେ। ଏହାପରେ ସନ୍ଦୀପ ଦୁଇ ଲୁଟେରାଙ୍କ ଭିତରୁ ଜଣକୁ କାବୁ କରି ଚୋର ଚୋର ଚିତ୍କାର କରିଥିଲେ। ସ୍ଥାନୀୟ ଲୋକ ତାଙ୍କୁ(ଲୁଟେରା) କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ। ତେବେ ଅନ୍ୟତମ ଲୁଟେରା ସ୍କୁଟି ଧରି ଚମ୍ପଟ ମାରିଥିଲା।

Advertisment

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇଁ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଥିଲା। ଉତ୍ତ୍ୟକ୍ତ ଲୋକଙ୍କ କବଳରୁ ମୋବାଇଲ ଲୁଟେରାକୁ ଉଦ୍ଧାର କରିଥିଲେ। ପୁଲିସ ତାକୁ ଅଟକ ରଖି ଜେରା କରୁଛି। ହେଲେ ଲୁଟେରା ସମ୍ପର୍କରେ ପୁଲିସ୍‌ କୌଣସି ସୂଚନା ଦେଇନି। ଅନ୍ୟପକ୍ଷରେ ଫେରାର ଥିବା ଲୁଟେରାକୁ ଧରିବା ପାଇଁ ପୁଲିସ୍‌ ଉଦ୍ୟମ ଆରମ୍ଭ କରିଛି।

ରିପୋର୍ଟ- ବାଲେଶ୍ୱରରୁ ରଞ୍ଜିତ ପାକଳ

Loot Balasore Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe