Advertisment

ବାଲେଶ୍ୱରରେ ଛତୁଆ ଯୋଗାଣରେ ଜାଲିଆତି ଘଟଣା: ଭିଜିଲାନ୍ସ ଟିମର ଯାଞ୍ଚ ଆରମ୍ଭ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ବ୍ଲକରେ ଥିବା ଏସଏଚଜି ଗୁଡ଼ିକୁ ଛତୁଆ ଯୋଗାଣରେ ହୋଇଥିବା ଜାଲିଆତିର ଯାଞ୍ଚ ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି । ଜିଲ୍ଲାର ଏହି ୩ ବ୍ଲକ ଅଞ୍ଚଳରେ ଛତୁଆ ଯୋଗାଣ ନ ହୋଇ ଜାଲ୍ ବିଲ ମାଧ୍ୟମରେ ଟଙ୍କା ଉଠାଇବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଥିଲା । ଏପରି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଚଢାଉ […]

author-image
Rakesh Mallick
ବାଲେଶ୍ୱରରେ ଛତୁଆ ଯୋଗାଣରେ ଜାଲିଆତି ଘଟଣା: ଭିଜିଲାନ୍ସ ଟିମର ଯାଞ୍ଚ ଆରମ୍ଭ

baleswar

baleswarବାଲେଶ୍ୱର: ବାଲେଶ୍ୱର ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ବ୍ଲକରେ ଥିବା ଏସଏଚଜି ଗୁଡ଼ିକୁ ଛତୁଆ ଯୋଗାଣରେ ହୋଇଥିବା ଜାଲିଆତିର ଯାଞ୍ଚ ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି । ଜିଲ୍ଲାର ଏହି ୩ ବ୍ଲକ ଅଞ୍ଚଳରେ ଛତୁଆ ଯୋଗାଣ ନ ହୋଇ ଜାଲ୍ ବିଲ ମାଧ୍ୟମରେ ଟଙ୍କା ଉଠାଇବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଥିଲା । ଏପରି ଅଭିଯୋଗ ପାଇବା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟରେ ଚଢାଉ କରାଯାଇଛି । ଭିଜିଲାନ୍ସ ଡ଼ିଏସପି ମଧୁସୂଦନ ବେହେରାଙ୍କ ନେତୃତ୍ୱରେ ୫ଜଣିଆ ଟିମ୍ ସମାଜ ମଙ୍ଗଳ କାର୍ଯ୍ୟାଳୟରେ ପହଞ୍ଚି ବିଭିନ୍ନ ଫାଇଲ ଯାଞ୍ଚ କରିଛନ୍ତି ।

Advertisment

ସୂଚନାଯୋଗ୍ୟ ଯେ, ୨୦୧୪ ଅଗଷ୍ଟରୁ ଡ଼ିସେମ୍ୱର ପର୍ଯ୍ୟନ୍ତ ମାଟିଆଳପଦା ଏସଏଚଜି ସୋର, ସିମୁଳିଆ ଓ ଖଇରା ବ୍ଲକରେ ଥିବା ଏସଏଚଜିଗୁଡିକୁ ଛତୁଆ ଯୋଗାଇ ଥିବା ଦର୍ଶାଇ ୨୦ ଲକ୍ଷରୁ ଅଧିକ ଟଙ୍କ।ର ବିଲ୍ ଉଠାଇ ନେଇଥିବା ଅଭିଯୋଗ ହୋଇଛି। ହେଲେ ଏହି ଛତୁଆ ପ୍ରସ୍ତୁତି ପାଇଁ ମାଟିଆଳପଦା ଏସଏଚଜିକୁ ସମାଜ ମଙ୍ଗଳ କାର୍ଯ୍ୟାଳୟ ତରଫରୁ ଗହମ ଯୋଗାଇ ଦିଆଯାଇ ନ ଥିଲା । ଏପରି ସ୍ଥିତିରେ ଛତୁଆ ବଣ୍ଟନ ନ କରି ଜାଲ ବିଲ୍ ଦେଇ ଟଙ୍କ। ଉଠାଇଥିବା ନେଇ ଭିଜିଲାନ୍ସ ବିଭାଗ ତରଫରୁ ଯାଞ୍ଚ ଆରମ୍ଭ ହୋଇଛି। ବାଲେଶ୍ୱର ସମେତ ଗଣ୍ଡିବେଡ଼, ଖଇରା, ସିମୁଳିଆ ଓ ସୋର ସିଡ଼ିପିଓଙ୍କ କାର୍ଯ୍ୟାଳୟରେ ମଧ୍ୟ ଭିଜିଲାନ୍ସ ଟିମ୍ ଚଢାଉ କରି ଯାଞ୍ଚ ଚଳାଇଥିବା ଜଣାପଡ଼ିଛି।