murder
ବାଲେଶ୍ୱର/ସୋର: ଜାମୁଝଡି ସୁଙ୍ଗୁଡା କେନାଲ ନିକଟରେ ଜଣେ ଯୁବକ ମୃତ ଦେହ ପୋଲିସ ଉଦ୍ଧାର କରିଛି । ତାଙ୍କୁ ହତ୍ୟା କରାଯାଇ ଅଭିଯୋଗ ହୋଇଛି। ମୃତ ଯୁବକଙ୍କ ନାଁ ସୁଜିତ କୁମାର ମହାନ୍ତି। ତାଙ୍କ ଘର ବରୀ ରୋଡ ବୋଲି ଜଣାପଡ଼ିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ତାଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି। ଏକ ବାଇକରେ ସୁଜିତ ତାଙ୍କ ସାଙ୍ଗ ଦିବାକର ନାୟକଙ୍କ ସହ ଘରକୁ ଫେରୁଥିଲେ। ତେବେ ସୁଙ୍ଗୁଡା କେନାଲ ନିକଟରେ ଗତରାତିରେ ସୁଜିତଙ୍କୁ କିଛି ଯୁବକ ଅଟକାଇ ତାଙ୍କ ସହ ଗଣ୍ଡଗୋଳ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ସୁଜିତଙ୍କ ମୃତ୍ୟୁ ହୋଇଥିଲା। ସିମୁଳିଆ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତଙ୍କ ପତ୍ତା ପାଇନି ପୋଲିସ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/10/୫୫୫୫୫.jpg)