Advertisment

ବାଲେଶ୍ୱର : ୫ ଡକାୟତ ଗିରଫ, ୩ ବାଇକ୍ ଓ ୭ ମୋବାଇଲ୍ ଜବତ

ବାଲେଶ୍ୱର: ବିଭିନ୍ନ ସ୍ଥାନରେ ଚୋରି, ଡ଼କାୟତି କରିଥିବା ଅଭିଯୋଗରେ ବାଲେଶ୍ୱର ଟାଉନଥାନା ପୋଲିସ ପାତ୍ରପଡ଼ାରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ  ଗୋଟିଏ ବନ୍ଧୁକ, ଭୁଜାଲି, ୭ଟି ମୋବାଇଲ, ସୁନାଚେନ ସହିତ ୩ଟି ମୋଟର ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ପାତ୍ରପଡ଼ାର ସତ୍ୟପ୍ରକାଶ ଜେନା, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଅକ୍ଷୟ କୁମାର ପଲେଇ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜୀବନ ମହାପାତ୍ର, ନିହାର ରଞ୍ଜନ ଭୁୟାଁ ଓ […]

author-image
Rakesh Mallick
ଅଦ୍ୟତନ ହୋଇଛି
ବାଲେଶ୍ୱର : ୫ ଡକାୟତ ଗିରଫ, ୩ ବାଇକ୍ ଓ ୭ ମୋବାଇଲ୍ ଜବତ

balswer

ବାଲେଶ୍ୱର: ବିଭିନ୍ନ ସ୍ଥାନରେ ଚୋରି, ଡ଼କାୟତି କରିଥିବା ଅଭିଯୋଗରେ ବାଲେଶ୍ୱର ଟାଉନଥାନା ପୋଲିସ ପାତ୍ରପଡ଼ାରୁ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ  ଗୋଟିଏ ବନ୍ଧୁକ, ଭୁଜାଲି, ୭ଟି ମୋବାଇଲ, ସୁନାଚେନ ସହିତ ୩ଟି ମୋଟର ସାଇକେଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ପାତ୍ରପଡ଼ାର ସତ୍ୟପ୍ରକାଶ ଜେନା, ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଅଞ୍ଚଳର ଅକ୍ଷୟ କୁମାର ପଲେଇ, ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଜୀବନ ମହାପାତ୍ର, ନିହାର ରଞ୍ଜନ ଭୁୟାଁ ଓ ସୁନହଟ ଗାଁର ଧିରଜ ମାଝୀ। ଅଭିଯୁକ୍ତମାନେ ବାଲେଶ୍ୱର ଟାଉନଥାନା, ସଦର ଥାନା, ସହଦେବଖୁଣ୍ଟା ଥାନା ସମେତ ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଜିଲାର ବିଭିନ୍ନ ଥାନା ଅଞ୍ଚଳରେ ଚୋରି ଡ଼କାୟତି ଘଟଣାରେ ସାମିଲ ଥିବା ପୋଲିସ ସୂଚନା ଦେଇଛି।

Advertisment