Advertisment

ଭଦ୍ରକରେ ଆଉ ୪୮ ଘଣ୍ଟା ବଢ଼ିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା

ପୁଲିସକୁ ଆକ୍ରମଣ ଘଟଣାରେ ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଗଲାଣି।

undefined

Mobile

Advertisment

ଭଦ୍ରକରେ ଆଉ ୪୮ ଘଣ୍ଟା ବଢ଼ିଲା ମୋବାଇଲ୍ ଇଣ୍ଟରନେଟ୍ କଟକଣା। ତେବେ ଲିଜ୍ ଲାଇନ ସେବା ଚାଲୁ ରହିବ। ପୂର୍ବାଂଚଳ ଆଇଜି ସତ୍ୟଜିତ ନାୟକ କହିଛନ୍ତି, ସହରରେ ସ୍ୱାଭାବିକ ସ୍ଥିତି ଫେରୁଛି। ତେବେ ପୂର୍ବପରି ଧାର୍ଯ୍ୟ ଅଞ୍ଚଳରେ ୧୬୩ ଧାରା ଅନିର୍ଦ୍ଦିଷ୍ଟ କାଳ ପାଇଁ ବଳବତ୍ତର ରହିବ।

Advertisment

ପୁଲିସକୁ ଆକ୍ରମଣ ଘଟଣାରେ ଏଯାବତ ମୁଖ୍ୟ ଅଭିଯୁକ୍ତଙ୍କ ସମେତ ୧୫ ଜଣଙ୍କୁ ଗିରଫ କରାଗଲାଣି। ଏହାମଧ୍ୟରେ ଭଦ୍ରକ ପୁରୁଣାବଜାରର ୮ ଓ ଧାମନଗରର ୭ ଅଭିଯୁକ୍ତ ରହିଛନ୍ତି।

ଗତକାଲି ପର୍ଯ୍ୟନ୍ତ ସହରର ନଙ୍ଗାମହଲା ଓ ସନ୍ଥିଆ ଛକରେ ଦୋକାନ ବଜାର ବନ୍ଦ ରହିଥିଲା। ଆଜି ସକାଳ ଠାରୁ ବଜାର ଘାଟ ଖୋଲିଛି। ଲୋକଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବା ପାଇଁ ରାପିଡ ଆକ୍ସନ ଫୋର୍ସ ସହିତ ଜିଲ୍ଲାପାଳ, ପୂର୍ବାଞ୍ଚଳ ଡିଆଜି, ଏସପି ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ସହରରେ ଫ୍ଲାଗ୍ ମାର୍ଚ୍ଚ କରିଛନ୍ତି। ଭଦ୍ରକରେ ୧୨ ପ୍ଲାଟୁନ ଫୋର୍ସ ସମେତ ୧ କମ୍ପାନୀ ରାପିଡ ଆକ୍ସନ ଫୋର୍ସ ମୁତୟନ କରାଯାଇଛି।

Advertisment

ସାମାଜିକ ଗଣମାଧ୍ୟମରେ ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟ ବିରୋଧରେ ଜଣେ ବ୍ୟକ୍ତିଙ୍କ ମନ୍ତବ୍ୟରୁ ଅଶାନ୍ତ ହୋଇଛି ଭଦ୍ରକ ସହର। ଉକ୍ତ ସଂପ୍ରଦାୟର ଲୋକେ ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବା ଦାବିରେ ଶୁକ୍ରବାର ଅପରାହ୍ନରେ ସନ୍ଥିଆ ପୋଲ ନିକଟରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ଭଦ୍ରକ ତହସିଲଦାର ଓ ପୁରୁଣା ବଜାର ପୁଲିସ ସେଠାରେ ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବା ସହିତ ରାସ୍ତାରୋକରୁ ଓହରି ଯିବାକୁ କହିଥିଲେ। ହେଲେ ଆନ୍ଦୋଳନକାରୀ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଫଳରେ ତିନି ଜଣ ପୁଲିସ ଅଧିକାରୀ ସହିତ ଆଉ କିଛି କର୍ମଚାରୀ ଆହତ ହୋଇଥିଲେ। ଭଦ୍ରକ ତହସିଲଦାରଙ୍କ ଗାଡ଼ିକୁ ମଧ୍ୟ ଆନ୍ଦୋଳନକାରୀ ଭାଙ୍ଗି ଦେଇଥିଲେ। ଏମିତିକି ଏହି ଘଟଣାକୁ ନେଇ ଧାମନଗର ଥାନା ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe