/odisha-reporter/media/post_attachments/uploads/2015/09/bana.png)
bana
କୋଣାର୍କ: କୋଣାର୍କ ନିକଟ ବାଲିଦୋକାନରେ ଥିବା ବାନା ବାବାଙ୍କ ସମର୍ଥକଙ୍କ ନାଁରେ ଗୋଧନପଡା ଗ୍ରାମବାସୀଙ୍କୁ ମାଡ ମାରିବା ଅଭିଯୋଗ ଆସିଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ୫ ଘଣ୍ଟା ଧରି କୋଣାର୍କ-କାକଟପୁର ରାସ୍ତାକୁ ଅବରୋଧ କରିଥିଲେ ଗୋଧନପଡା ଗ୍ରାମବାସୀ । ପରେ ପୁରୀ ଆଡସିନାଲ ଏସପିଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାଶୁଝା କରିଥିଲେ । ଆକ୍ରମଣକାରୀକୁ ଗିରଫ କରାଯାଇଥିବା ନେଇ ସୂଚନା ଦେବା ପରେ ଗ୍ରାମବାସୀ ରାସ୍ତାରୋକ ପ୍ରତ୍ୟାହୃତ କରିଥିଲେ । ଏ ନେଇ କୋଣାର୍କ ଥାନାରେ ଏକ ମାମଲା ରୁଜୁ ହୋଇଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
