Advertisment

ସ୍ୱାମୀଙ୍କୁ ଖୋଜି ବାଲେଶ୍ୱରରେ ବାଂଲାଦେଶୀ ଯୁବତୀ, କିନ୍ତୁ ହାତରେ ନାହିଁ ପ୍ରମାଣ

ଯୁବତୀଜଣଙ୍କ ନିଜ ପ୍ରେମିକଙ୍କ ନାଁରେ କମର୍ଦ୍ଦା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

Couple

Couple

Advertisment

ଫେସବୁକ୍‌ ପ୍ରେମରୁ ମନ ଦିଆନିଆ। ଆଉ ବିଦେଶ ମାଟିରେ ହେଲା ଦେଖା ସାକ୍ଷାତ। ସେଠାରେ ଉଭୟ ପରସ୍ପର ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ଏକସଙ୍ଗେ ବଞ୍ଚିବାକୁ ପରସ୍ପରକୁ କଥା ବି ଦେଇଥିଲେ। ଏହାପରେ କିନ୍ତୁ ଉଭୟଙ୍କ ବାଟ ଅଲଗା ହୋଇ ଯାଇଥିଲା। ହେଲେ ପ୍ରେମିକ ତାଙ୍କୁ ନିକାହ କରିଥିବା ଯୁବତୀଜଣକ କହିବା ସହ ସ୍ୱାମୀଙ୍କ ସନ୍ଧାନ ଆରମ୍ଭ କରି ଦେଇଛନ୍ତି। ଆଉ ସ୍ୱାମୀଙ୍କୁ ଖୋଜି ଖୋଜି ୬ ବର୍ଷ ପରେ ବାଲେଶ୍ୱରରେ ପହଞ୍ଚିଛନ୍ତି ବାଂଲାଦେଶୀ ଯୁବତୀ। ହେଲେ ପୁଅର ବିବାହ କଥାକୁ ଖଣ୍ଡନ କରିଛନ୍ତି ଯୁବତୀଙ୍କ ପରିବାର। 

Advertisment

 ଯୁବତୀଜଣଙ୍କ ନିଜ ପ୍ରେମିକଙ୍କ ନାଁରେ କମର୍ଦ୍ଦା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି । ପୁଲିସ୍‌ ଏହି ମାମଲାକୁ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଯୁବତୀଜଣକ କିପରି ଓଡ଼ିଶାରେ ପ୍ରବେଶ କଲେ ସିବିଆଇ ତାହାର ତଦନ୍ତ କରୁଛି।

ଅଭିଯୋଗ ଅନୁଯାୟୀ, ବାଂଲାଦେଶ ବର୍ଦ୍ଧନା ଜିଲ୍ଲା ଆମତୋଲି ଅଞ୍ଚଳର ରୁମା ମାରିୟମ୍  । ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ବୁଧ କୁସୁମିର ବୀରେନ୍ଦ୍ର ପ୍ରତାପ ଭଞ୍ଜଙ୍କୁ ତାଙ୍କ ସ୍ୱାମୀ ବୋଲି ଦାବି କରୁଛନ୍ତି ।

Advertisment

ରୁମାଙ୍କ ଅଭିଯୋଗ ଅନୁଯାୟୀ, ପ୍ରଥମେ ଫେସବୁକରୁ ଆରମ୍ଭ ପ୍ରେମ ଏତେ ନିବିଡ ହେଲା ଯେ ଦେଶ ପାରି ହୋଇ ବୀରେନ୍ଦ୍ର ପହଞ୍ଚି ଯାଇଥିଲେ ବାଂଲାଦେଶରେ । ସେଠାରେ ଉଭୟ ପରସ୍ପରର ଜୀବନ ସାଥୀ ପାଲଟି ଯାଇଥିବା କହିଛନ୍ତି ରୁମା। । ଏପରିକି ବାଂଲାଦେଶର ଏକ ମସଜିଦରେ ୬ ବର୍ଷ ତଳେ ସେମାନେ ନିକାହ କରିଥିବା ବି କହିଛନ୍ତି।

ମାତ୍ର ବିରେନ୍ଦ୍ର ୬ ମାସ ତଳେ ବିବାହ କରିଛନ୍ତି। ଏହି ଖବର ପାଇ ନିଜ ସ୍ୱାମୀଙ୍କୁ ପାଇବା ପାଇଁ ସୁଦୂର ବାଂଲାଦେଶରୁ ଖୋଜି ଖୋଜି ଆସି ରୁମା ମାରିୟମ୍ ଗତ ୩ ତାରିଖରେ ବାଲେଶ୍ୱରରେ ପହଞ୍ଚିଥିଲେ । ହେଲେ ନିଜ ବିବାହ ନେଇ କୌଣସି ପ୍ରମାଣ ସେ ପୁଲିସ୍‌କୁ ଦେଇ ପାରି ନାହାନ୍ତି।

ରୁମାଙ୍କୁ ବାଲେଶଶ୍ୱର ୱାନ ଷ୍ଟପ୍‌ ସେଣ୍ଟରରେ ରଖାଯାଇଛି। ସିବିଆଇ ବି ଘଟଣାର ତଦନ୍ତ କରୁଛି। ଓଡ଼ିଶାରେ କିପରି ପ୍ରବେଶ କଲେ ଓ ଏହା ପଛର କାରଣ କ’ଣ ତାହା ଜାଣିବାକୁ ଚେଷ୍ଟା କରୁଛି ତଦନ୍ତକାରୀ ସଂସ୍ଥା।

ତେବେ ଯଦି ରୁମା ମୋ’ ପୁଅକୁ ୬ ବର୍ଷ ତଳେ ବିବାହ କରିଥିଲେ ତେବେ ଏନେଇ ସେ ପୂର୍ବରୁ କାହିଁକି ଜଣାଇ ନଥିଲେ, ଏନେଇ ପ୍ରମାଣ କାହିଁ ବୋଲି ବୀରେନ୍ଦ୍ରଙ୍କ ବାପା ପ୍ରଶ୍ନ କରିଛନ୍ତି। ଏଥିସହ ପୁଅ କେଉଁଠି ପଚାରିବାରୁ ମାସେ ହେଲା ସେ ଘରକୁ ଆସି ନ ଥିବା କହିଛନ୍ତି। 

Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe