Advertisment

ବାଂଲାଦେଶୀ ଦେହଜୀବୀଙ୍କ କବ୍‌ଜାରେ ଟ୍ୱିନ୍ ସିଟି!

କଟକରୁ ଉଦ୍ଧାର ବାଂଲାଦେଶୀ ନାବାଳିକାଙ୍କ ବୟାନ ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି ବାଂଲାଦେଶୀ ଦେହଜୀବୀ।

author-image
Debadatta Aryashrestha
Sex Racket (Symbolic Image)

Sex Racket (Symbolic Image)

ଟ୍ୱିନ୍ ସିଟିରେ ଛାଇ ଗଲେଣି କି ବାଂଲାଦେଶୀ ଦେହଜୀବୀ? କଟକ ଆଉ ଭୁବନେଶ୍ୱରରେ ଆଡ୍ଡା ଜମାଇଲେଣି କି ବାଂଲା ସୁନ୍ଦରୀ? ନିକଟରେ କଟକ ମଧୁପାଟଣା ଥାନା ଅଞ୍ଚଳରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ହେବା ଆଉ CWC ଆଗରେ ଚାଞ୍ଚଲ୍ୟକର ବୟାନ ରଖିବା ପରେ ପୁଣି ସତେଜ ହୋଇଛି ବାଂଲାଦେଶୀ ସେକ୍ସ ରାକେଟ୍ ପ୍ରସଙ୍ଗ। ନାବାଳିକାଙ୍କ ବୟାନ ଆଧାରରେ ତାଙ୍କୁ ଦେହଜୀବୀ ଭାବେ କାମରେ ଲଗାଇଯାଇଥିବା ନେଇ କଟକ ଶିଶୁ ମଙ୍ଗଳ କମିଶନ ରିପୋର୍ଟ ଦେଇଛନ୍ତି।

Advertisment

ଶିଶୁ ମଙ୍ଗଳ କମିଶନଙ୍କୁ ନାବାଳିକା ଜଣକ କହିଛନ୍ତି ଯେ ତାଙ୍କ ଘର ବାଂଲାଦେଶରେ। ପରିବାରରେ ଆର୍ଥିକ ବୋଝରୁ ମୁକୁଳିବାକୁ ଚାକିରି ଖୋଜୁଥିବା ବେଳେ ସେଠାକାର ଦୁଇ ଜଣ ବ୍ୟକ୍ତିଙ୍କ ସହାୟତାରେ ପ୍ରଥମେ କୋଲାକାତା, ଆଉ ତାପରେ ପହଞ୍ଚିଥିଲେ ଭୁବନେଶ୍ୱରରେ। ଏଠାରେ ତାଙ୍କୁ ଏକ ମସାଜ୍ ପାର୍ଲରରେ କାମ ମିଳିଥିଲା। ପରେ ତାଙ୍କୁ ସେକ୍ସ ୱାର୍କର ଭାବେ ନିୟୋଜିତ କରାଯାଇଥିଲା। ସେଠାରୁ ତାଙ୍କୁ କଟକ ନେଇ ଶୋଷଣ କରାଯିବା ଭିତରେ ତାଙ୍କୁ ଉଦ୍ଧାର କରିଥିଲା ପୁଲିସ। ନାବାଳିକାଙ୍କ ଏ ବୟାନ ଆଧାରରେ ମଧୁପାଟଣା ଥାନାରେ ଏକ ମାମଲା ରୁଜୁ ହୋଇଛି। ଘଟଣାରେ ପୁଲିସ୍ ଆଜି ଏକ ଦମ୍ପତିଙ୍କୁ ଉଠାଇ ଆଣି ପଚାରାଉଚରା କରୁଥିବା ସୂଚନା ମିଳିଛି।

ରାଜଧାନୀ ଭୁବନେଶ୍ୱର ସହ ଲିଙ୍କ୍ ଥାଇ କଟକରୁ ସନ୍ଦିଗ୍ଧ ବାଲାଂଦେଶୀ ନାବାଳିକା ଉଦ୍ଧାର ପରେ ଖୋଲିବାରେ ଲାଗିଛି ସ୍ମାର୍ଟ ସିଟିରେ ଚାଲିଥିବା ବାଂଲାଦେଶୀ ସେକ୍ସ ରାକେଟର ଗୁମର। ଏଠି ବି ବହୁ ବାଂଲାଦେଶୀ ଯୁବତୀ ସେକ୍ସ ୱାର୍କର ଭାବେ ସକ୍ରିୟ ଥିବା କୁହାଯାଉଛି। ଯାହାର ପ୍ରମାଣ ଦେଉଛି ଦଲାଲଙ୍କ ଜରିଆରେ ଘୂରି ବୁଲୁଥିବା ବହୁ ବାଂଲାଦେଶୀ ଯୁବତୀଙ୍କ ଫଟୋ। କିଏ ଚାକିରି ଲୋଭ ତ ଆଉ କିଏ ଦଲାଲଙ୍କ ଜାଲରେ ପଡ଼ି ବେଆଇନ୍ ଭାବେ ସୀମା ପାର ହୋଇ ଆସିବା ପରେ ଏଠି ପାଲଟି ଯାଉଛନ୍ତି ବୃତ୍ତିଗତ ଦେହଜୀବୀ। କିଛି ହୋଟେଲ, ଆପାର୍ଟମେଣ୍ଟ, ପାର୍ଲରରେ ଏମାନଙ୍କୁ ରଖି ଲୁଚାଚୋରାରେ ରାକେଟ୍ ଚଳାଉଛନ୍ତି ଦଲାଲ ଓ ଅସାଧୁ ବ୍ୟକ୍ତି।

Advertisment

କଟକରୁ ନାବାଳିକା ଉଦ୍ଧାର, ଭୁବନେଶ୍ୱରେ ବାଂଲାଦେଶୀ ଯୁବତୀଙ୍କ ଭେରାଇଟି ଫଟୋ ବୁଲିବା ଆଉ ଏଠି ଏମାନେ ସକ୍ରିୟ ସେକ୍ସ ରାକେଟ୍ ଚଳାଇଥିବା କଥା ସାମ୍ନାକୁ ଆସିବା ପରେ ରାଜଧାନୀରେ ଆଲର୍ଟ ମୋଡକୁ ଆସିଛି କମିଶନରେଟ୍ ପୋଲିସ। ଏଭଳି ବେଆଇନ୍ କାରବାର ଚାଲିଥିବା ଠିକଣା ଖୋଜିବାକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି। କେଉଁ ଦଲାଲ ବାଂଲାଦେଶୀ ଯୁବତୀଙ୍କୁ ରଖି ଅନୈତିକ କାର୍ଯ୍ୟ କରାଉଛନ୍ତି, ତାର ଖୋଳତାଡ କରିବାକୁ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡିସିପି କହିଛନ୍ତି।

Bangladeshi Minor Girl Bangladeshi Sex Racket Bhubaneswar Sex Racket Cuttack Sex Trafficking