Advertisment

ବ୍ୟାଙ୍କ ଗ୍ରାହକଙ୍କ ୭୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ, କିରାଣିଙ୍କୁ ବାନ୍ଧିଲା ପୁଲିସ

ଏକାଧିକ ଦାୟିତ୍ୱ ପାଇଥିବା କିରାଣି ପ୍ରିୟମ ପ୍ରଥମ ସାବତ ନିଜ କ୍ଷମତାର ଦୁରୁପଯୋଗ କରି ଗ୍ରାହକଙ୍କର ୭୦ ଲକ୍ଷରୁ ଅଧିକ ଟଙ୍କା (ତଦନ୍ତ ସଂପୂର୍ଣ୍ଣ ହେବା ପରେ ଏହି ସଂଖ୍ୟା ବଦଳି ମଧ୍ୟ ପାରେ) ଆତ୍ମସାତ କରିଛନ୍ତି ବୋଲି ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି।

author-image
Jitendra Garnayak
ଅଦ୍ୟତନ ହୋଇଛି
Priyam Pratham Sabat

Priyam Pratham Sabat

ଗ୍ରାହକଙ୍କର ୭୦ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିବା ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାର ଜଣେ କିରାଣିଙ୍କୁ ଗିରଫ କରିଛି ପୁଲିସ। ତାଙ୍କ ନାଁ ଏସ୍‌. ପ୍ରିୟମ ପ୍ରଥମ ସାବତ (୨୮)। ତାଙ୍କ ଘର ଗୋପାଳପୁର ଥାନା ଅମ୍ବାପୁଆର ବସନ୍ତ ବିହାରରେ।

Advertisment

କିରାଣି ପ୍ରିୟମ ପ୍ରଥମ ସାବତ ଗ୍ରାହକଙ୍କ ଟଙ୍କା ଆତ୍ମସାତ କରିଥିବା ନେଇ ଗତକାଲି ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ ୟୁନିୟନ ବ୍ୟାଙ୍କର ଦିଗପହଣ୍ଡି ଶାଖା ପ୍ରବନ୍ଧକ ପି. ପ୍ରଦୀପ କୁମାର। ତାଙ୍କ ଏତଲାକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିଥିଲା।

ତଦନ୍ତ ବେଳେ ପୁଲିସ ଜାଣିବାକୁ ପାଇଥିଲା ଯେ ଅଭିଯୁକ୍ତ ପ୍ରିୟମ ପ୍ରଥମ ସାବତ ୨୦୨୪ ଜୁଲାଇ ମାସରୁ ୟୁନିୟନ ବ୍ୟାଙ୍କର ଦିଗପହଣ୍ଡି ଶାଖାରେ କିରାଣି ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କୁ ଲେଜର ପୋଷ୍ଟିଂ, ନୂଆ ଆକାଉଣ୍ଟ ଖୋଲିବା, ଆକାଉଣ୍ଟରୁ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିବା ଓ ତାଙ୍କ ଶାଖାର ସମସ୍ତ ଆର୍ଥିକ ନେଣଦେଣ କାର୍ଯ୍ୟ କରିବାକୁ ଦାୟିତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ବ୍ୟାଙ୍କର ଶାଖା ପ୍ରବନ୍ଧକ ବା ବ୍ରାଞ୍ଚ ମ୍ୟାନେଜରଙ୍କ ଅନୁପସ୍ଥିତିରେ ପ୍ରିୟମ ପ୍ରଥମ ସାବତ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ।

Advertisment

ଏତେ ସବୁ ଦାୟିତ୍ୱ ପାଇଥିବା କିରାଣି ପ୍ରିୟମ ପ୍ରଥମ ସାବତ ନିଜ କ୍ଷମତାର ଦୁରୁପଯୋଗ କରି ଗ୍ରାହକଙ୍କର ୭୦ ଲକ୍ଷରୁ ଅଧିକ ଟଙ୍କା (ତଦନ୍ତ ସଂପୂର୍ଣ୍ଣ ହେବା ପରେ ଏହି ସଂଖ୍ୟା ବଦଳି ମଧ୍ୟ ପାରେ) ଆତ୍ମସାତ କରିଛନ୍ତି। ସାଧାରଣ ଲୋକମାନେ ସେମାନଙ୍କ ଆକାଉଣ୍ଟରେ ଏହି ଟଙ୍କା ଜମା କରିଥିବା ବେଳେ ସେମାନଙ୍କ ଅଜାଣତରେ ଜାଣିଶୁଣି ତଥା ଉଦ୍ଦେଶ୍ୟମୂଳକ ଭାବେ ଟଙ୍କା ଟ୍ରାନ୍ସଫର କରିଥିଲେ କିରାଣି ପ୍ରିୟମ ପ୍ରଥମ ସାବତ। ଗ୍ରାହକଙ୍କ ଆକାଣ୍ଟରୁ ଏକାଧିକ ସନ୍ଦିଗ୍ଧ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି।

ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି ଯେ ଏହି ‍ଟ୍ରାଞ୍ଜାକ୍ସନ ବାବଦରେ ଅଭିଯୁକ୍ତ କିରାଣି ପ୍ରିୟମ ପ୍ରଥମ ସାବତ ସଂପୂର୍ଣ୍ଣ ଭାବେ ଜ୍ଞାତ ଥିଲେ। ସେ ଅନିୟମିତତା କରୁଥିବା ଜାଣିଥିଲେ। ଗ୍ରାହକଙ୍କ ଟଙ୍କାକୁ ବେଆଇନ ଭାବେ ଟ୍ରାନ୍ସଫର କରି ନିଜ ସ୍ୱାର୍ଥ ହାସଲ କରିଥିଲେ। ସେ ଲୋକଙ୍କୁ ଠକିଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ତାଙ୍କ ବିରୋଧରେ ଠୋସ୍ ପ୍ରମାଣ ପାଇବା ପରେ ଆଜି ସକାଳ ସାଢ଼େ ୯ଟାରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Bank Loot