Advertisment

ଋଣ ଶୁଝିଲେନି; ଘର ଓ ଜମିବାଡ଼ି କବ୍‌ଜାକୁ ନେଲା ବ୍ୟାଙ୍କ

୨୦୨୪ ସୁଦ୍ଧା କଳ୍ପନାଙ୍କ ବ୍ୟାଙ୍କ ଋଣ ବଢ଼ି କୋଟିଏରୁ ଅଧିକ ଟଙ୍କା ହୋଇଥିଲା। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ କଳ୍ପନାଙ୍କ ପୈତୃକ ଘର ଓ ଅନ୍ୟାନ୍ୟ ଜମିବାଡ଼ିକୁ କବ୍‌ଜାକୁ ନେଇଛି। କଡା ସୁରକ୍ଷା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କଳ୍ପନାଙ୍କ ସମସ୍ତ ସମ୍ପତ୍ତିକୁ କବ୍‌ଜାକୁ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ।

author-image
Manoranjan Sial
Balasore

Balasore

ବ୍ୟାଙ୍କରୁ ଋଣ ନେଇ ବ୍ୟବସାୟ କରୁଥିଲେ। ହେଲେ ପରବର୍ତ୍ତୀ ସମୟରେ ବ୍ୟାଙ୍କ ଋଣ ଶୁଝି ପାରିଲେ ନାହିଁ। ତେଣୁ ପୈତୃକ ଘର ଓ ଜମିବାଡ଼ିକୁ କବ୍‌ଜାକୁ ନେଲା ବ୍ୟାଙ୍କ। ଏପରି ଖବର ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନା ଅଞ୍ଚଳରୁ ଆସିଛି।

Advertisment

ଭୋଗରାଇ ବ୍ଲକ୍‌ ଦେହୁର୍ଦ୍ଦା ଗାଁର କଳ୍ପନା ଦାସ ୨୦୦୩ ମସିହାରେ ଦେହୁର୍ଦ୍ଦା ୟୁକୋ ବ୍ୟାଙ୍କରୁ ୧୮ ଲକ୍ଷ ଟଙ୍କା ଋଣ ନେଇଥିଲେ। ସେ ନିଜ ନାଁ କଳ୍ପନା ଟ୍ରେଡର୍ସ ନାମରେ ଏକ ସଂସ୍ଥା ଖୋଲି ବ୍ୟବସାୟ କରୁଥିଲେ। ହେଲେ ବ୍ୟାଙ୍କ ଋଣ ଟଙ୍କା ଶୁଝୁନଥିଲେ। ସେଥିପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ବାରମ୍ୱାର ନୋଟିସ୍‌ କରୁଥିଲେ। ହେଲେ କଳ୍ପନା ଦାସ ବ୍ୟାଙ୍କ ନୋଟିସ୍‌ର ଜବାବ ଦେଉନଥିଲେ।

୨୦୨୪ ସୁଦ୍ଧା କଳ୍ପନାଙ୍କ ବ୍ୟାଙ୍କ ଋଣ ବଢ଼ି କୋଟିଏରୁ ଅଧିକ ଟଙ୍କା ହୋଇଥିଲା। ତେଣୁ ବ୍ୟାଙ୍କ କର୍ତ୍ତୃପକ୍ଷ କଳ୍ପନାଙ୍କ ପୈତୃକ ଘର ଓ ଅନ୍ୟାନ୍ୟ ଜମିବାଡ଼ିକୁ କବ୍‌ଜାକୁ ନେଇଛି। କଡା ସୁରକ୍ଷା ମଧ୍ୟରେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କଳ୍ପନାଙ୍କ ସମସ୍ତ ସମ୍ପତ୍ତିକୁ କବ୍‌ଜାକୁ ନେଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ତେବେ ଏନେଇ ଘର ମାଲିକାଣୀ କଳ୍ପନା ଦାସଙ୍କ ପ୍ରତିକ୍ରିୟା ମିଳିନାହି ନାହିଁ।

Advertisment

ସେପଟେ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, ଦୀର୍ଘ ବର୍ଷ ଧରି ଋଣ ଟଙ୍କା ପରିଷୋଧ କରାଯାଉନଥିଲା। ଯେଉଁଥିପାଇଁ ଘରକୁ କବ୍‌ଜାକୁ ନିଆଯାଇଛି।

ରିପୋର୍ଟ- ଜଳେଶ୍ୱରରୁ ଅଜିତ କୁମାର ଦାସ

Balasore