Advertisment

ବାର୍‌ ଡ୍ୟାନ୍ସର ବଖାଣିଲେ ରାତିର ଦୁଃଖ, ଛାତି ତଳର ଯନ୍ତ୍ରଣା

ରାଜଧାନୀ ଭୁବନେଶ୍ୱରରେ ରାତି ୧୨ଟା ପରେ ସବୁ ବାର୍‌ ବନ୍ଦ ହେଉଛି। ହେଲେ ଲକ୍ଷ୍ମୀ ସାଗର ଅଞ୍ଚଳର ସେହି ବାରରେ ରାତି ସାରା କେମିତି ଡ୍ୟାନ୍ସ ହେଉଛି? କଣ ସେହି ବାର୍‌ ଉପରେ କମିଶନରେଟ୍‌ ପୁଲିସ୍‌ର ନଜର ପଡ଼ୁନି?

ଅଦ୍ୟତନ ହୋଇଛି
Bar Dancer

Bar Dancer

Advertisment

ଗ୍ରାହକଙ୍କୁ ସନ୍ତୁଷ୍ଟ କରିବା ପାଇଁ ବାର୍‌ ଡ୍ୟାନ୍ସରଙ୍କୁ କୁହାଯାଉଛି। ରାତିରେ ସେମାନଙ୍କ ସହିତ ଯିବା ପାଇଁ କୁହାଯାଉଛି। ନଗଲେ ଦିଆଯାଉଛି ଅକଥନୀୟ ନିର୍ଯାତନା। ଏପରିକି ପରିଶ୍ରମିକ ଦିଆଯାଉନି। ରାଜଧାନୀ ଭୁବନେଶ୍ୱରରେ ଏକ ବାର୍‌ ନାଁରେ ଆସିଛି ଏପରି ଅଭିଯୋଗ। ଦୁଇ ବାର୍‌ ଡ୍ୟାନ୍ସର ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଏତଲା ଦେବା ପରେ ଗଣମାଧ୍ୟମ ଆଗରେ ଦୁଇ ବାର୍‌ ଡ୍ୟାନ୍ସର ବଖାଣିଛନ୍ତି ରାତିର ଦୁଃଖ ଓ ଛାତି କୋହ।

Advertisment

ବାର୍‌ ଡ୍ୟାନ୍ସର କହିଛନ୍ତି, ୭ ମାସ ତଳେ ବାର୍‌ରେ ଡ୍ୟାନ୍ସ କରିବା ପାଇଁ ଆସିଥିଲି। ରାତି ହେଲେ ଡ୍ୟାନ୍ସ କରୁଥିଲି। ରାତି ୧୨ଟା ପର୍ଯ୍ୟନ୍ତ ଡ୍ୟାନ୍ସ କରିବାକୁ କୁହାଯାଉଥିଲା। ହେଲେ ସକାଳ ୬ଟା ପର୍ଯ୍ୟନ୍ତ ଡ୍ୟାନ୍ସ କରିବାକୁ ପଡ଼ୁଥିଲା। ମାତାଲ ଗ୍ରାହକମାନେ ରାତି ସାରା ରହୁଥିବାରୁ ଆମକୁ ଡ୍ୟାନ୍ସ କରିବାକୁ ପଡ଼ୁଥିଲା। ଅନେକ ସମୟରେ ଗ୍ରାହକଙ୍କ ସହିତ ଯିବା ପାଇଁ କୁହାଯାଉଥିଲା। ବେଳେ ବେଳେ ଆମକୁ ହୋଟେଲ୍‌ରେ ଜବରଦସ୍ତି ରଖାଯାଇ ଗ୍ରାହକଙ୍କ ସହିତ ସମ୍ପର୍କ ରଖିବାକୁ କୁହାଯାଉଛି। ମନା କଲେ ଦିଆଯାଉଛି ନିର୍ଯାତନା। ମାଡ଼ ମରାଯାଉଛି ବୋଲି ବାର୍‌ ଡ୍ୟାନ୍ସରମାନେ କହିଛନ୍ତି।

ଜଣେ ବାର୍‌ ଡ୍ୟାନ୍ସର କହିଛନ୍ତି, ମୋର ଦରମା ବାବଦକୁ ୫୦ ହଜାର ଟଙ୍କା ବାକି ରହିଛି। ସେହି ଟଙ୍କା ମାଗିବା ପାଇଁ ଯାଇଥିଲି। ଟଙ୍କା ଦେବା ପରିବର୍ତ୍ତେ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଇଥିଲା। ରାଜି ନହେବାରୁ ହୋଟେଲ୍‌ ମାଲିକ ମୋତେ ଘୁଷୁରା ଟଣା କରିଥିଲେ। ମୋ’ ଚୁଟି ଟାଣି ମାଡ଼ ମାରିଥିଲେ। ଜୀବନ ବିକଳରେ ସେଠାରୁ ପଳାଇ ଆସିଥିଲି ବୋଲି ସେ କହିଛନ୍ତି।

Advertisment

ବାର ଡ୍ୟାନ୍ସର ଜଣକ ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ହେଲେ କମିଶନରେଟ୍‌ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବାରମ୍ୱାର ଡାକି ବସାଉଛି। ଏଣୁତେଣୁ ପଚାରି ଛାଡ଼ି ଦେଉଛି। ହେଲେ ହୋଟେଲ୍‌ ମାଲିକଙ୍କୁ ଡାକି ଏ ସମ୍ପର୍କରେ ପଦୁଟିଏ ପଚାରୁନଥିବା ବାର୍‌ ଡ୍ୟାନ୍ସର ଜଣକ କହିଛନ୍ତି।

ତେବେ ଏଠି ପ୍ରଶ୍ନ ଉଠୁଛି, ରାଜଧାନୀ ଭୁବନେଶ୍ୱରରେ ରାତି ୧୨ଟା ପରେ ସବୁ ବାର୍‌ ବନ୍ଦ ହେଉଛି। ହେଲେ ଲକ୍ଷ୍ମୀ ସାଗର ଅଞ୍ଚଳର ସେହି ବାରରେ ରାତି ସାରା କେମିତି ଡ୍ୟାନ୍ସ ହେଉଛି? କଣ ସେହି ବାର୍‌ ଉପରେ କମିଶନରେଟ୍‌ ପୁଲିସ୍‌ର ନଜର ପଡ଼ୁନି? ନା ପୁଲିସ୍‌ ଜାଣିଶୁଣି ରାତି ସାରା ବାର୍‌ ଚଲାଇବାକୁ ଅନୁମତି ଦେଉଛି?

ଦୁଇ ବାର୍‌ ଡ୍ୟାନ୍ସରଙ୍କ ଅଭିଯୋଗ ନେଇ କମିଶନରେଟ୍‌ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରି ନାହିଁ।

Bhubaneswar Bhubaneswar News Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe