Advertisment

ଚଢ଼ଉ ବେଳେ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଅଶାଳୀନ ବ୍ୟବହାର

ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁମତି ତ୍ରିପାଠୀ ଏ ନେଇ ଲକ୍ଷ୍ମୀସାଗର ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ରେନ୍‌ ଦ କ୍ଳବ୍ ମାଲିକ ସତ୍ୟ ମହାନ୍ତିଙ୍କୁ ପୁଲିସ୍‌ ଗିରଫ କରିଛି।

author-image
Manoranjan Sial
Capital

Capital

ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ବିଳମ୍ୱିତ ରାତି ଚଢ଼ଉ ବେଳେ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ଙ୍କୁ ଅଶାଳୀନ ବ୍ୟବହାର କରିଲେ ବାର୍‌ ମାଲିକ। ଏ ନେଇ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ ନିଜେ ଲକ୍ଷ୍ମୀସାଗର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତିକରି କମିଶନରେଟ୍‌ ପୁଲିସ୍‌ ବାର ମାଲିକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

Advertisment

ଲକ୍ଷ୍ମୀସାଗରରେ ଥିବା ରେନ୍‌ ଦ କ୍ଳବ୍‌ରେ ବିଳମ୍ୱିତ ରାତି ପର୍ଯ୍ୟନ୍ତ ଆସର ଜମୁଥିଲା। ଏନେଇ ଅଭିଯୋଗ ହେବା ପରେ ଶନିବାର ରାତି ପ୍ରାୟ ୧ଟା ୪୦ ମିନିଟ୍‌ରେ ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁମତି ତ୍ରିପାଠୀ ଓ ତାଙ୍କ ଟିମ୍‌ ବାର୍‌ରେ ଚଢ଼ଉ କରିବା ପାଇଁ ଯାଇଥିଲା। ସେହି ସମୟରେ ବାର୍‌ ମାଲିକ ସତ୍ୟ ମହାନ୍ତି ଅବକାରୀ ଟିମ୍‌କୁ ଅଟକାଇ ଥିଲେ। ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁମତି ତ୍ରିପାଠୀଙ୍କ ଶରୀରକୁ ଛୁଇଁଥିଲେ। ତାଙ୍କୁ ଅଶାଳୀନ ବ୍ୟବହାର ପ୍ରଦର୍ଶନ କରିଥିଲେ। ଏପରିକି ଚଢ଼ଉରେ ସାମିଲ୍ ଥିବା ଅବକାରୀ କର୍ମଚାରୀଙ୍କୁ ନାଲି ଆଖି ଦେଖାଇଥିଲେ। ସରକାରୀ କାର୍ଯ୍ୟରେ ବାଧା ଦେଇଥିଲେ।

ଅବକାରୀ ସୁପରିନ୍‌ଟେଣ୍ଡେଣ୍ଟ୍‌ ସୁମତି ତ୍ରିପାଠୀ ଏ ନେଇ ଲକ୍ଷ୍ମୀସାଗର ଥାନରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ରେନ୍‌ ଦ କ୍ଳବ୍ ମାଲିକ ସତ୍ୟ ମହାନ୍ତିଙ୍କୁ ପୁଲିସ୍‌ ଗିରଫ କରିଛି। ମହିଳା ସରକାରୀ କର୍ମଚାରୀଙ୍କୁ ଅଶାଳୀନ ବ୍ୟବହାର କରିବା ଓ ସରକାରୀ କର୍ମଚାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ପୁଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜୋନ୍‌-୪ ଏସିପି ମାନସ କୁମାର ଦେଓ କହିଛନ୍ତି।

Advertisment

Bhubaneswar Bhubaneswar News