Advertisment

ମଦ ଦେବାକୁ ମନା କରିବାରୁ ମାଡ଼; ବାର୍ କର୍ମଚାରୀ ଗୁରୁତର

ବାର୍‌ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ ।

author-image
Niharika Rout
ଅଦ୍ୟତନ ହୋଇଛି
Attack

Attack

ବିଳମ୍ବିତ ରାତିରେ ମଦ ପାଇଁ ବାର୍‌ ସମ୍ମୁଖରେ ପହଞ୍ଚିଲେ ୪ ଯୁବକ । ମାତ୍ର ବାର୍‌ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କଲେ କର୍ମଚାରୀ। ଏଥିରେ ଉତ୍ତ୍ୟକ୍ତ ହୋଇ ସଂଘବଦ୍ଧ ଭାବେ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ ୪ ଯୁବକ । ଏଥିରେ କର୍ମଚାରୀଜଣକ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଏପରି ଏକ ଘଟଣା ଗତକାଲି ରାତିରେ ଭଦ୍ରକ ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ ଘଟିଛି ।

Advertisment

ଗତ ରାତିରେ ଭଦ୍ରକ ଟାଉନ୍ ଥାନା ମୋଟେଲ ଛକରେ ଥିବା ପାନ୍ଥନିବାସ ବାର୍‌ରେ ଏହି ଘଟଣା ଘଟିଛି। ଆହତ ବାର କର୍ମଚାରୀଜଣକ ହେଉଛନ୍ତି ରଞ୍ଜିତ କୁମାର ଜେନା । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି।

ଗତକାଲି ରାତି ପ୍ରାୟ ୧୧ଟା ପରେ ୪ ଯୁବକ ପାନ୍ଥନିବାସ ଭିତରେ ଥିବା ବାର୍‌ରେ ପହଞ୍ଚି ମଦ କିଣିବାକୁ ଚାହିଁଥିଲେ। ମାତ୍ର ବାର୍‌ ବନ୍ଦ ହେଉଥିବାରୁ ମଦ ଦେବାକୁ ମନା କରିଦେଲେ ରଞ୍ଜିତ।

Advertisment

ଏଥିରେ ଉତ୍ତ୍ୟକ୍ତ ହୋଇ ଉକ୍ତ ୪ ଯୁବକ ରଞ୍ଜିତଙ୍କୁ ପ୍ରବଳ ପିଟିଥିଲେ। ଏହାଦେଖି ବାର୍‌ରେ ଥିବା ଅନ୍ୟମାନେ ପହଞ୍ଚିବାରୁ ଅଭିଯୁକ୍ତ ଯୁବକମାନେ ଘଟଣାସ୍ଥଳରୁ ଫେରାର ହୋଇଗଲେ। ରଞ୍ଜିତଙ୍କୁ ଗୁରୁତର ଅବସ୍ଥାରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳାଳୟରେ ଭର୍ତ୍ତି କରାଯାଇଛି। ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି।

ଏହି ଘଟଣା ସମ୍ପର୍କରେ ଭଦ୍ରକ ଟାଉନ୍ ଥାନାରେ ଏତଲା ହୋଇଛି। ପୁଲିସ୍‌ ଏହି ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କ ଟେର ପାଇ ପାରିନି। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି ହେଉଛି।

Bhadrak