bar
ଭୁବନେଶ୍ୱର: ଡ୍ୟାନସ ବାରରେ ବେଆଇନ ଭାବେ ବାରଗାର୍ଲଙ୍କ ନୃତ୍ୟ ପରିବେଷଣ ଖବର ପ୍ରସାରଣ ପରେ କମିଶନରେଟ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଏଭଳି ବେଆଇନ ନୃତ୍ୟ ଚାଲିଥିବା ଅଭିଯୋଗରେ ଗତକାଲି ରାତିରେ ପ୍ରାୟ ୬ଟି ବାର ଉପରେ ପୋଲିସ ଚଢାଉ କରିଥିଲା । ଏହି ବାରଗୁଡିକର ଲାଇସିନ୍ସ ରଦ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ସେପଟେ ବାର ମାଲିକମାନେ କିଛି ବେଆଇନ କାମ ହେଉନି ବୋଲି ଯୁକ୍ତି ବାଢିଛନ୍ତି।
ରାତି ହେଲେ ରାଜଧାନୀରେ ବିଭିନ୍ନ ବାରରେ ଜମେ ଆସର । ବାର ଭିତରେ ବାରଗାର୍ଲଙ୍କ ନୃତ୍ୟ ଓ ଗୀତ ସହ ମଦର ଆସରର ରଙ୍ଗୀନ କରିଥାଏ ସମସ୍ତଙ୍କୁ। କଟକ ଭୁବନେଶ୍ୱର ରୋଡ ସହ ଅନ୍ୟ ଏକ ବାରରେ ବାରଗାର୍ଲଙ୍କ ଡ୍ୟାନ୍ସର ଖବର ପ୍ରସାରଣ ପରେ କମିଶନରେଟ୍ ପୋଲିସ କିଛି ବାର ଉପରେ ଚଢାଉ କରିଥିଲା । ବିହାର-ଓଡ଼ିଶା ଅବକାରୀ ଆଇନର ଉଲ୍ଲଂଘନ କରି ଯୁବତୀଙ୍କୁ ବେଆଇନ ଭାବେ ନୃତ୍ୟ ପରିବେଷଣରେ ନିୟୋଜିତ କରୁଥିବା ବାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ବିଭିନ୍ନ ଥାନା ଅଧିକାରୀଙ୍କୁ ଏଥିପାଇଁ ତାଗିଦ କରାଯିବା ସହ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ ବାର ଓ ରେଷ୍ଟୁରାଣ୍ଟ ମାଲିକ ସଂଘ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛି। ମ୍ୟୁଜିକ ବ୍ୟାଣ୍ଡ ଚାଲୁଛି ହେଲେ ନୃତ୍ୟ ହେଉନାହିଁ ବୋଲି ସଂଘ ସଫେଇ ଦେଇଛି।
ଏପଟେ ଡ୍ୟାନ୍ସ ବାରକୁ ନେଇ ତନାଘନା ଚାଲିଥିବା ବେଳେ ଗୀତ ଗାଇ ଜୀବିକା ନିର୍ବାହ କରୁଥିବା ଯୁବତୀମାନେ ଏବେ ଅଡୁଆରେ ପଡିଯାଇଛନ୍ତି । ଜଣେ ବାରଗାର୍ଲ ପ୍ରତିକ୍ରିୟା ଦେଇ କହିଛନ୍ତି ବାରରେ ଗୀତ ଗାଇ ମୋ ପରିବାର ଚଳାଇବା ସହ ନିଜ ପାଠପଢା ଖର୍ଚ୍ଚ ଉଠାଇ ଥାଏ । ଏହା ବନ୍ଦ ହୋଇଗଲେ ଆମ ପରି ବହୁ ଝିଅ ନିଜ ଗୀବିକା ହରାଇବେ ବୋଲି ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/11/bar1.jpg)