vlcsnap-2015-09-12-17h28m47s542
ବରଗଡ଼: ବରଗଡ଼ ଜିଲ୍ଳା ଭେଡେନ ଥାନା ଅନ୍ତର୍ଗତ ବାଘପାଲି ଗାଁରେ ଆଜି ପୁତୁରାର ଚୋଟରେ କାକାର ମୃତ୍ୟୁ ଘଟିଛି। ଜମି ଭାଗବଣ୍ଟାକୁ ନେଇ ଏପରି ଅଭାବନୀୟ ଘଟଣା ଘଟିଛି। ମୃତ ବ୍ୟକ୍ତିର ନାମ ଭକ୍ତ ବାଗ। ତାଙ୍କର ବୟସ ୩୦ ବର୍ଷ ।
ବାଘପାଲି ଗାଁର ପାଣିକଳ ବାଗଙ୍କ ବଡ ପୁଅ ବନମାଳୀ ବାଗ ନିଜ ପତ୍ନୀ ଦୁଇ ପୁତ୍ରଙ୍କୁ ନେଇ ଗତ ୧୫ ବର୍ଷ ଧରି ଅନ୍ୟ ଗାଁରେ ରହୁଥିଲେ । ଗତ ୫ ମାସ ହେଲା ସେମାନେ ଗାଁକୁ ଫେରି ଆସିଥିଲେ। ଜମି ଭାଗବଣ୍ଟାକୁ ନେଇ ଉଭୟ ପରିବାର ମଧ୍ୟରେ ମନାନ୍ତର ହୋଇଥିଲା। ଶନିବାର ସକାଳେ ପୁଣି ଉଭୟ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଉତ୍ୟକ୍ତ ହୋଇ ବନମାଳୀର ବଡ ପୁଅ ସରୋଜ ଏକ ଟାଙ୍ଗିଆରେ କାକା ଭକ୍ତ ବାଗକୁ ଆକ୍ରମଣ କରିଥିଲା । ଫଳରେ ଭକ୍ତର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ଘଟଣାସ୍ଥଳରେ ଭକ୍ତଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରୁ ଭେଡେନ ପୋଲିସ ଶବକୁ ଜବତ କରିଛି। ସରୋଜ ସମେତ ତାର ବାପା ବନମାଳୀ, ମାଆ ଗଜା ଏବଂ ଛୋଟ ଭାଇ ମନୋଜକୁ ଅଟକ ରଖିଛି । ପୋଲିସ ଏ ନେଇ ଏକ ହତ୍ୟା ମାମଲା ରୁଜୁ କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2015/09/vlcsnap-2015-09-12-17h28m47s542.png)