Advertisment

ଜଘନ୍ୟ ହତ୍ୟାକାଣ୍ଡ! ଘରେ ପଶି ତିନି ଭାଇଙ୍କ ତଣ୍ଟି କାଟିଲା ଦୁର୍ବୃତ୍ତ

ଏନକାଣ୍ଟରରେ ଟଳିଲା ଅଭିଯୁକ୍ତ...

ଅଦ୍ୟତନ ହୋଇଛି
File Photo

File Photo

Advertisment

ପୁରୁଣା ବିବାଦକୁ ନେଇ ଜଘନ୍ୟ ହତ୍ୟାକାଣ୍ଡ। ଘରେ ପଶି ଦୁଇ ନାବାଳକଙ୍କୁ ହତ୍ୟାକଲା ଦୁର୍ବୃତ୍ତ। ଏପରି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ବଦାଉନଠାରେ। ହତ୍ୟାକାଣ୍ଡ ପରେ ପୁଲିସ ଏନକାଣ୍ଟରରେ ଅଭିଯୁକ୍ତର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। 

Advertisment

ଖବର ଅନୁସାରେ, ଅଭିଯୁକ୍ତ ସାଜିଦ ଏବଂ ମୃତ ପିଲାମାନଙ୍କ ବାପା ବିନୋଦ ପୂର୍ବରୁ ପରିଚିତ ଥିଲେ। କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ସାମାନ୍ୟ ବିବାଦ ଥିଲା। ହଠାତ୍ ଗତକାଲି ସନ୍ଧ୍ୟାରେ ସାଜିଦ, ବିନୋଦଙ୍କ ଘରକୁ ଯାଇ ଚା' ପିଇବାକୁ ମାଗିଥିଲା। ସେମାନେ ଯେତେବେଳେ ଘର ଭିତରକୁ ଯାଇଥିଲେ, ସେତେବେଳେ ବିନୋଦଙ୍କ ତିନି ପୁଅ ଖେଳୁଥିବା ସ୍ଥାନକୁ ଯାଇଥିଲା ସାଜିଦ।

ଏହି ସମୟରେ ଧାରୁଆ ଅସ୍ତ୍ରରେ ବିନୋଦଙ୍କ ତିନି ପୁଅଙ୍କ ତଣ୍ଟି କାଟି ଦେଇଥିଲା ସାଜିଦ। ଘଟଣାସ୍ଥଳରେ ବଡ଼ ପୁଅ ଆୟୁଷ (୧୩) ଏବଂ ଆହାନ (୭)ର ମୃତ୍ୟୁ ଘଟିଥିବା ବେଳେ ସାନ ପୁଅ ପିୟୁଷ (୬) ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହୋଇଛନ୍ତି।

Advertisment

ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉତ୍ତ୍ୟକ୍ତ ଲୋକେ ପୋଡାଜଳା କରିବା ସହ ଭଙ୍ଗାରୁଜା କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସାଜିଦକୁ କାବୁ କରିବାକୁ ଉଦ୍ୟମ କରିବା ସମୟରେ ସେ ପୁଲିସ ଉପରକୁ ଆକ୍ରମଣ କରିଥିଲା। ଫଳରେ ପୁଲିସର ପାଲଟା ଗୁଳିଚାଳନା କରିଥିଲେ। ଏଥିରେ ଅଭିଯୁକ୍ତ ସାଜିଦର ମୃତ୍ୟୁ ଘଟିଛି।  

ପୁଲିସ ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି। ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ତେବେ ପ୍ରକୃତରେ କେଉଁ କାରଣରୁ ସାଜିଦ ହତ୍ୟାକାଣ୍ଡ ଘଟଣାଇଥିଲା, ତା'ର ତଦନ୍ତ ଚାଲିଥିବା କହିଛି ପୁଲିସ। 

UP Police Crime UP Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe