hawks
Advertisment
ବ୍ରହ୍ମପୁର: ସୁନା ଅଳଙ୍କାର ଓ ଟଙ୍କା ଚୋରି ଅଭିଯୋଗରେ ବ୍ରହ୍ମପୁର ପୋଲିସ ଆଜି ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ଟି.ସୀମା, ଟି.କ୍ରିଷ୍ଣା, ଟି.ସୁଦାମ, ବୁଲୁ କେଲା, ଏସ୍.ବାବୁଲା ଓ ଟି. ଚନ୍ଦ୍ର। ପୋଲିସ ଏମାନଙ୍କଠାରୁ ୧୭୦ ଗ୍ରାମ ସୁନା, ୧୨୦୦ ଗ୍ରାମ ରୁପା, ୫୦,୦୦୦ ଟଙ୍କା ଓ ମାରଣାସ୍ତ୍ର ଜବତ କରିଥିଲା। ଏମାନେ କୁକୁଡ଼ାଖଣ୍ଡି ଅଞ୍ଚଳର ହୋଇଥିବା ବେଳେ ଗୋପାଳପୁର, ଗୋଲନ୍ଥା, ସଦର ଥାନ ଅଞ୍ଚଳରୁ ଚୋରି କରିଥିବା ଅଭିଯୋଗ ହୋଇଥିଲା। ଏମାନଙ୍କ ନାମରେ ୧୨ରୁ ଅଧିକ ମାମଲା ରହିଛି। ତେବେ ଅନ୍ୟ ୩ ଜଣଙ୍କ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2017/03/hawks.jpg)