Advertisment

ରଙ୍ଗିଲା ଯନ୍ତ୍ରୀ; ୪ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ!

ରଙ୍ଗିଲା ଯନ୍ତ୍ରୀଙ୍କ କଳା କାରନାମା ପଦାକୁ ଆସିବା ପରେ ଗତ ୯ ତାରିଖରେ ଦୁଇ ଜଣ ମହିଳା ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିବା ସହିତ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Minor Girl

Minor Girl

Advertisment

ରଙ୍ଗିଲା ଯନ୍ତ୍ରୀ! ଜଣେ କି ଦୁଇ ଜଣ ନୁହେଁ, ୪ ଯୁବତୀଙ୍କ ସହିତ ରଖିଥିଲେ ଶାରୀରିକ ସମ୍ପର୍କ! ପରବର୍ତ୍ତୀ ସମୟରେ ସେମାନଙ୍କୁ ଠକି ଦେଇଥିଲେ। ଦୁଇ ପୀଡ଼ିତାଙ୍କ ବୟାନ୍‌ ଆଧାରରେ ବାରିପଦା ଟାଉନ୍‌ ଥାନା ପୁଲିସ୍‌ ରଙ୍ଗିଲା ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Advertisment

ରାଇରଙ୍ଗପୁର ଜଳସେଚନ ବିଭାଗରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି ଶୁକ୍ରା ସିଂ। ସେ ସୋଶାଲ ମିଡିଆ ଫେସ୍‌ବୁକ୍‌ ଓ ଇନ୍‌ଷ୍ଟାରେ ଆକାଉଣ୍ଟ ଖୋଲି ସୁନ୍ଦରୀ ମହିଳା ଏବଂ ଯୁବତୀଙ୍କ ସହିତ ବନ୍ଧୁତା କରୁଥିଲେ। ପରବର୍ତ୍ତୀ ସମୟରେ ବନ୍ଧୁତା, ପ୍ରେମରେ ପାଲଟୁଥିଲା। ଆଉ ତା’ପରେ ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କୁ ଡାକି ସେମାନଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଥିଲେ। ଏପରିକି ସେମାନଙ୍କଠାରୁ ଟଙ୍କା ହଡପ୍‌ କରିଥିବା ଅଭିଯୋଗ ହୋଇଛି।

ରଙ୍ଗିଲା ଯନ୍ତ୍ରୀଙ୍କ କଳା କାରନାମା ପଦାକୁ ଆସିବା ପରେ ଗତ ୯ ତାରିଖରେ ଦୁଇ ଜଣ ମହିଳା ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ମାମଲା ରୁଜୁ କରିବା ସହିତ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ନେଣ ଦେଣ ଦେଇ ତଦନ୍ତ ଚାଲିଥିବା ପୁଲିସ୍‌ କହିଛି।

Advertisment

ରିପୋର୍ଟ-ବାରିପଦାରୁ ମାନିକଲାଲ ପାଣି

Baripada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe