ପରିବାର ଛାରଖାର କରିଦେଲା ଅଟା ଚକି, ନେଇଗଲା ୪ ଜୀବନ

ଆଖି ପିଛୁଳାକେ ଉଜୁଡ଼ିଗଲା ପରିବାର। ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ତାଙ୍କ ୨ ଛୁଆ ଓ ତାଙ୍କ ବାପା ବି ଅଛନ୍ତି।

୪ ଜୀବନ ନେଇଥିବା ଅଟା ଚକି ।

  • Published: Saturday, 02 September 2023
  • , Updated: 02 September 2023, 11:59 AM IST

ଅଟା ଚକିରେ ଅଟା ପେଷୁ ପେଷୁ ଆସିଗଲା କରେଣ୍ଟ। ଫଳରେ ଆଖି ପିଛୁଳାକେ ଉଜୁଡ଼ିଗଲା ପରିବାର। ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ତାଙ୍କ ୨ ଛୁଆ ଓ ତାଙ୍କ ବାପା ବି ଅଛନ୍ତି। ଏପରି ଏକ ଛାତିଥରା ଘଟଣା ରାଜସ୍ଥାନର ବାଡମେରାର ଆରଙ୍ଗ ଗାଁରେ ଗତ ରାତିରେ ଘଟିଛି।

ଆରଙ୍ଗ ଗାଁ ନିବାସୀ ଅର୍ଜୁନ ସିଂ ଗତ ରାତିରେ ଘରେ ନ ଥିଲେ। ଏହି ସମୟରେ ରାତି ପ୍ରାୟ ୯ଟାରେ ତାଙ୍କ ସ୍ତ୍ରୀ ଘରେ ଥିବା ଅଟା ଚକିରେ ଅଟା ପେଶୁଥିଲେ। ଉକ୍ତ ସମୟରେ ସେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ସେ ଜୋରରେ ଚିତ୍କାର କରିଥିଲ। ମା’ଙ୍କ ଚିତ୍କାର ଶୁଣି ତାଙ୍କୁ ବଞ୍ଚାଇବାକୁ ୨ ଛୁଆ ଦୌଡ଼ି ଆସିଥିଲେ। ଫଳରେ ସେମାନେ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ। ଉକ୍ତ ସମୟରେ ସେଠାରେ ଥିବା ଅର୍ଜୁନ ସିଂଙ୍କ ଶ୍ୱଶୁର ଝିଅ ତଥା ନାତିମାନଙ୍କ ପାଟି ଶୁଣି ଦୌଡ଼ି ଆସି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ମାତ୍ର ସେ ବି ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଯାଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ମେଡିକାଲ ନେଇଥିଲେ। ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ୪ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

 ପତ୍ନୀ ତଥା ପିଲାମାନଙ୍କ ଏପରି ମୃତ୍ୟୁକୁ ବିଶ୍ୱାସ କରି ପାରୁ ନ ଥିବା ଅର୍ଜୁନ ସିଂ ଘରକୁ ଫେରି ଆସିଛନ୍ତି। ଖବର ପାଇ ଅତିରିକ୍ତ ଜିଲ୍ଲାପାଳ, ଡିଏସ୍‌ପି, ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ପରିବାରବର୍ଗଙ୍କୁ ସାନ୍ତ୍ୱନା ଜଣାଇଛନ୍ତି।

Related story