Advertisment

ପୂର୍ବ ଶତ୍ରୁତା କେନ୍ଦ୍ର କରି ମହିଳାଙ୍କୁ ଭୁଜାଲି ମାଡ଼!

ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

author-image
Tapaswini Nayak
Attack

Attack

ଦୁର୍ବୁତ୍ତଙ୍କ ଭୁଜାଲି ମାଡ଼ରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅନ୍ତର୍ଗତ ଠାକୁରମାପାଟଣାରେ। ଗୁରୁତର ଅବସ୍ଥାରେ ମହିଳାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ବିଳମ୍ବିତ ରାତିରେ ମହିଳା ଜଣଙ୍କ ଘରେ ଶୋଇଥିଲେ। ହଠାତ୍ କିଛି ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଭୁଜାଲିରେ ଆକ୍ରମଣ କରିଥିଲେ। ପରିବାର ଲୋକେ ମହିଳାଙ୍କ ପାଟି ଶୁଣି ଦୌଡ଼ି ଆସିଥିଲେ। ମହିଳାଙ୍କୁ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ପରିବାର ଲୋକେ ତାଙ୍କୁ ପ୍ରଥମେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳରେ ଭର୍ତ୍ତି କରିଥିଲେ। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ମହିଳାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। 

ତେବେ କିଏ ଓ କାହିଁକି ମହିଳାଙ୍କୁ ଭୁଜାଲିରେ ଆକ୍ରମଣ କଲା ତାର କାରଣ ଜଣାପଡ଼ିନାହିଁ। ପୂର୍ବ ଶତ୍ରୁତା ପାଇଁ ଭୁଜାଲି ମାଡ଼ ହୋଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି।

Advertisment
Mayurbhanj