Advertisment

ସାଲାଇନ ‍ନ ଦେବାରୁ ଫର୍ମାସିଷ୍ଟଙ୍କୁ ପିଟିଲେ

ମହେଶ୍ୱର ଏନେଇ ଆଗରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Tension situation

Tension situation

Advertisment

ସାଲାଇନ ‍ଦେବାକୁ ମନା କରିବାରୁ ଫର୍ମାସିଷ୍ଟଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରରେ।

Advertisment

ଆଡିଆ ଗ୍ରାମର ମହେଶ୍ୱର ଦାସ ଆଗରପଡ଼ା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଫର୍ମାସିଷ୍ଟ ଭାବରେ କାମ କରନ୍ତି। ପ୍ରତିଦନି ଭଳି ମହେଶ୍ୱର ଗତକାଲି ଡାକ୍ତରଖାନାରେ ଡ୍ୟୁଟିରେ ଥିଲେ। ତାଙ୍କ ପାଖରେ ଅନେକ ରୋଗୀଙ୍କ ଭିଡ଼ ମଧ୍ୟ ଲାଗିଥିଲା। ଅପରାହ୍ନରେ ସମୟରେ ପୁରୁଷଣ୍ଢ ଗ୍ରାମର ଦିପୁନ ସେଠୀ ନାମକ ଯୁବକ ଓ ତାଙ୍କ ସହିତ ଆଉ ଜଣେ ବ୍ୟକ୍ତି ମହେଶ୍ୱରଙ୍କ ପାଖରେ ପହଞ୍ଚି ସାଲାଇନ ମାଗିଥିଲେ। ଡାକ୍ତରଙ୍କ ପ୍ରେସକ୍ରିପସିନ ନାହିଁ,ଡାକ୍ତରଖାନା ବାହାରକୁ ସାଲାଇନ ଦେଇ ହେବ ନାହିଁ ମହେଶ୍ୱର କହିଥିଲେ।

ମହେଶ୍ୱରଙ୍କ କଥାରେ  ଦିପୁନ ଉତ୍ତ୍ୟକ୍ତ ହୋଇ ପଡ଼ିଥିଲେ। ପରେ ମହେଶ୍ୱରଙ୍କୁ ଆକ୍ରମଣ କରିଥିଲେ। ସେଠାରେ ଉପସ୍ଥିତ ଥିବା ସିକ୍ୟୁରିଟି ଗାର୍ଡ ପହଞ୍ଚି ମହେଶ୍ୱରଙ୍କୁ ଉଦ୍ଧାର କରିଥିଲେ। ପରେ ଦିପୁ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ମହେଶ୍ୱର ଏନେଇ ଆଗରପଡା ଥାନାରେ  ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମେଡିକାଲରେ ଲାଗିଥିବା ସିସିଟିଭିକୁ ଅଧାର କରି ଘଟଣାର ତଦନ୍ତ କରୁଛି।

Advertisment
Bhadrak
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe