Advertisment

କାର୍‌ ଯାଞ୍ଚ ବେଳେ ମିଳିଲା ୫୫ ଲକ୍ଷ ଟଙ୍କା

ସାଧାରଣ ନିର୍ବାଚନ ପାଇଁ ବିନିକା ଥାନା ପୁଲିସ୍‌ ସହରର କଲେଜ ଛକରେ ନାକାବନ୍ଦି କରି ପାଟ୍ରୋଲିଂ କରୁଥିଲା। ସେହି ସମୟରେ ଆନ୍ଧ୍ରପ୍ରଦେଶ ନମ୍ୱର ଥିବା (AP05 TC-8181) ଇନୋଭା କାର ଆସୁଥିବା ଦେଖି ପୁଲିସ୍‌ ଅଟକାଇଥିଲା।

author-image
Manoranjan Sial
Police

Police

ସାଧାରଣ ନିର୍ବାଚନ ବହୁ ପୂର୍ବରୁ ମିଳିଲା ପୂଳା ପୂଳା ଟଙ୍କା। ୫୫ ଲକ୍ଷରୁ ଅଧିକ ଟଙ୍କା ଓଡ଼ିଶା ଦେଇ ପଡ଼ୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶ ଯାଉଥିଲା। ତେବେ କେଉଁ ଉଦ୍ଦେଶ୍ୟରେ ଏହି ଟଙ୍କା ଯାଉଥିଲା ତାହା ଉପରେ ତଦନ୍ତ କରୁଛି ପୁଲିସ୍‌। ସୁବର୍ଣ୍ଣପୁର ଜିଲ୍ଲା ପୁଲିସ୍‌କୁ ମିଳିଛି ଏହି ସଫଳତା।

Advertisment

ସାଧାରଣ ନିର୍ବାଚନ ପାଇଁ ବିନିକା ଥାନା ପୁଲିସ୍‌ ସହରର କଲେଜ ଛକରେ ନାକାବନ୍ଦି କରି ପାଟ୍ରୋଲିଂ କରୁଥିଲା। ସେହି ସମୟରେ ଆନ୍ଧ୍ରପ୍ରଦେଶ ନମ୍ୱର ଥିବା (AP05 TC-8181) ଇନୋଭା କାର ଆସୁଥିବା ଦେଖି ପୁଲିସ୍‌ ଅଟକାଇଥିଲା। ଗାଡ଼ି ଯାଞ୍ଚ ବେଳେ ପୁଲିସ୍‌କୁ ୫୫ ଲକ୍ଷ ୨୦ ହଜାର ଟଙ୍କା ମିଳିଥିଲା। ଏହା ପରେ ପୁଲିସ୍‌ କାର୍‌ ଭିତରେ ଥିବା ଲୋକଙ୍କୁ ଟଙ୍କା ବିଷୟରେ ପଚାରିଥିଲା। ମାତ୍ର ସେମାନେ ସନ୍ତୋଷ ଜନକ ଉତ୍ତର ଦେଇପାରିନଥିଲେ। ପରେ ପୁଲିସ୍‌ ସେହି ଟଙ୍କାକୁ ବ୍ୟାଙ୍କରେ ଜମା କରିଥିବା ଜଣାପଡ଼ିଛି।

ଜବତ ହୋଇଥିବା ଏତେ ପରିମାଣର ଟଙ୍କା ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲ୍ଲାକୁ ଯାଉଥିଲା। ଏହି ମାମଲାରେ ପୁଲିସ୍‌ କାକିନାଡ଼ା ଜିଲ୍ଲା ଗୋରିପୁରୀ ଗାଁର ପି.ଚନ୍ଦ୍ରଶେଖର, ପି.ସାମୁହାଧରି, ପି.ସୁଭୟାମ୍ୱା, ପି.ଛନନବଦୀ, ପୁଲ୍ଲୁଲୁ ଗାଁର ବୋନାସୁ ଭେଙ୍କଟ ଓ ବେନା ଭରମ୍‌ ଗ୍ରାମ ଗାଡ଼ି ଡ୍ରାଇଭର ବି.ଭିନୟ କ୍ରିଷ୍ଣାଙ୍କ ଅଟକ ରଖି ଜେରା କରୁଛି। ସେମାନେ ଏ ଟଙ୍କା କେଉଁଠୁ ଆଣୁଥିଲେ? କେଉଁ କାମରେ ବିନିଯୋଗ ପାଇଁ ଟଙ୍କା ଆଣୁଥିଲେ, ତାହା ଉପରେ ପୁଲିସ୍‌ ତଦନ୍ତ ଚଳାଇଛି।

Advertisment

ତେବେ ଏନେଇ ବିନିକା ଥାନା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁI

ରିପୋର୍ଟ- ବିନିକାରୁ ଦିଲ୍ଲୀପ ସାହୁ

Election Subarnpur