Advertisment

ବନ୍ଧୁତା, ଦୁଷ୍କର୍ମ ଓ ବ୍ଲାକମେଲ୍‌: ଭୟଙ୍କର ଗ୍ୟାଙ୍ଗର ପର୍ଦ୍ଦାଫାସ

ଗ୍ୟାଙ୍ଗ ବେଶ ଯୋଜନାବଦ୍ଧ ଭାବେ ମହିଳା ଓ ଯୁବତୀମାନଙ୍କୁ ନିଜ ଜାଲରେ ଫସାଇ ଯୌନ ନିର୍ଯାତନା ଦେଉଥିଲେ। ସେମାନଙ୍କ ଟାର୍ଗେଟରେ ରହୁଥିଲେ ହିନ୍ଦୁ ମହିଳା ଓ ଯୁବତୀ।

Bhopal

Bhopal

Advertisment

ବିଗତ କିଛି ମାସ ହେଲାଣି ମଧ୍ୟପ୍ରଦେଶର ଭୋପାଲ ସମେତ କିଛି ଛୋଟ ସହରରେ ସକ୍ରିୟ ଥିବା ଗୋଟିଏ ଭୟଙ୍କର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି। ଏହି ଗ୍ୟାଙ୍ଗ ବେଶ ଯୋଜନାବଦ୍ଧ ଭାବେ ମହିଳା ଓ ଯୁବତୀମାନଙ୍କୁ ନିଜ ଜାଲରେ ଫସାଇ ଯୌନ ନିର୍ଯାତନା ଦେଉଥିଲେ। ସେମାନଙ୍କ ଟାର୍ଗେଟରେ ରହୁଥିଲେ ହିନ୍ଦୁ ମହିଳା ଓ ଯୁବତୀ। 

Advertisment

ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ହିନ୍ଦୁ ଝିଅ ଓ ମହିଳାଙ୍କ ବନ୍ଧୁତା କରୁଥିଲେ। ପରେ ସୁଯୋଗ ଦେଖି ସେମାନଙ୍କୁ ଦୁଷ୍କର୍ମ କରୁଥିଲେ ଓ ଏହାର ଭିଡିଓ ଦେଖାଇ ବ୍ଲାକମେଲ କରିବାକୁ ପଛାଉ ନଥିଲେ। କିଛି ଦିନ ଏମିତି ନିର୍ଯାତନା ଦେବା ପରେ ସେମାନେ ହିନ୍ଦୁ ଝିଅ ଓ ମହିଳାମାନଙ୍କୁ ଧର୍ମ ବଦଳାଉବାକୁ ମଧ୍ୟ ବାଧ୍ୟ କରୁଥିବା ଜଣାପଡ଼ିଛି। ବିଗତ କିଛି ମାସ ମଧ୍ୟରେ ଏଭଳି ଏକାଧିକ ମାମଲା ସାମ୍ନାକୁ ଆସିଛି। ପୁଲିସ୍‌ ଅଭିଯୋଗ ପାଇବା ପରେ ବିଭିନ୍ନ ସହରରୁ ୧୨ ଜଣ ସନ୍ଦିଗ୍ଧକୁ ଗିରଫ କରିଛି।

ପୀଡ଼ିତାଙ୍କ ଅଭିଯୋଗ

ଗ୍ୟାଙ୍ଗର ଅନ୍ୟତମ ପୀଡ଼ିତା ହେଲେ ଛାଡ଼ପତ୍ର ପରେ ନିଜ ୧୪ ବର୍ଷୀୟ ପୁଅ ସହ ରହୁଥିବା ଜଣେ ମହିଳା। ସେ ତାଙ୍କ ଏଫଆଇଆରରେ ଉଲ୍ଲେଖ କରିଛନ୍ତି ଯେ ନଦୀମ ନାମକ ଜଣେ ବ୍ୟକ୍ତି ପ୍ରଥମେ ତାଙ୍କ ସହ ବନ୍ଧୁତା ସ୍ଥାପନ କରିଥିଲା। ପରବର୍ତ୍ତୀ ସମୟରେ ବିବାହର ପ୍ରତିଶ୍ରୁତି ଦେଇ ସେ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିଲା। ଶାରିରୀକ ସମ୍ପର୍କ ରଖିବା ପରେ ନଦୀମ ବାହାଘର ପାଇଁ ଧର୍ମ ପରିବର୍ତ୍ତନ ସର୍ତ୍ତ ମହିଳାଙ୍କ ଆଗରେ ରଖିଥିଲା।

Advertisment

୧୨ ବର୍ଷ ତଳେ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେଇଥିବା ମହିଳା ଜଣଙ୍କ କହିଛନ୍ତି ଯେ ସେ ୩ ବର୍ଷ ତଳେ ନଦୀମଙ୍କୁ ଭେଟିଥିଲେ। ପ୍ରାଥମିକ ଭାବେ ନଦୀମ ତାଙ୍କୁ ସବୁଥରେ ସହଯୋଗ କରୁଥିଲା ଓ ନିୟମିତ ଭାବେ ତାଙ୍କ ଘରକୁ ମଧ୍ୟ ଆସୁଥିଲା। ମହିଳା ଜଣଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିବାରୁ ନଦୀମ ତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥିଲା। ମହିଳା ଜଣଙ୍କ ମଧ୍ୟ ତା’ ଉପରେ ବିଶ୍ୱାସ କରିଥିଲେ। ଉଭୟଙ୍କ ଶାରିରୀକ ସମ୍ପର୍କ ମଧ୍ୟ ରଖିଥିଲେ। ହେଲେ ମହିଳା ଜଣଙ୍କ ପରେ ଜାଣିବାକୁ ପାଇଥିଲେ ଯେ ନଦୀମ ପୂର୍ବରୁ ବିବାହିତ।

୨୦୨୫ ମେ’ ୧୩ରେ ନଦୀମ ମହିଳାଙ୍କୁ ତାଙ୍କ ଘରେ ଦୁଷ୍କର୍ମ କରିଥିଲା ଓ ଏହାର ଭିଡିଓ ରେକର୍ଡ କରିଥିଲା। ଭିଡିଓ ଦେଖାଇ ତାଙ୍କୁ ସେ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରିଥିଲା। ମହିଳା ଜଣଙ୍କ ଆହୁରି ଦାବି କରିଛନ୍ତି ଯେ ନଦୀମ ତାଙ୍କୁ ବୁର୍ଖା ପିନ୍ଧିବାକୁ ବାଧ୍ୟ କରୁଥିଲା, ଗୁରୁବାରରେ ଉପାସ କରିବାକୁ ବାରଣ କରୁଥିଲା ଓ ତା’ର ବିନା ଅନୁମତିରେ ବାହାରକୁ ନ ଯିବାକୁ ତାଗିଦ କରୁଥିଲା। ହେଲେ ମହିଳା ଜଣଙ୍କ ତା’ର କୌଣସି କଥାକୁ ଗ୍ରହଣ କରିବାକୁ ରାଜି ହେଉ ନଥିଲେ। ଏହାକୁ କେନ୍ଦ୍ର କରି ନଦୀମ ତାଙ୍କୁ ଆକ୍ରମଣ କରିବାରୁ ସେ ପୁଲିସ୍‌ର ଦ୍ୱାରସ୍ଥ ହୋଇଥିଲେ।

ଗ୍ୟାଙ୍ଗର ପର୍ଦ୍ଦାଫାସ

ବ୍ୟବସ୍ଥିତ ଢଙ୍ଗରେ ହିନ୍ଦୁ କଲେଜ ଛାତ୍ରୀଙ୍କୁ ଟାର୍ଗେଟ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା ଯେତେବେଳେ ଜଣେ ଯୁବତୀ ପୁଲିସ୍‌ ନିକଟରେ ଫରହାନ ନାମକ ଜଣେ ଯୁବକ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ। ଫରହାନକୁ ଗିରଫ କରିବା ପରେ ତା’ ନିକଟରୁ ୧୨ରୁ ଅଧିକ ଅଶ୍ଳୀଳ ଭିଡିଓ ଜବତ ହୋଇଥିଲେ। ଯେଉଁଥିରେ ସେ ଏକାଧିକ ମହିଳାଙ୍କୁ ଦୁଷ୍କର୍ମ ଓ ମାଡ଼ ମାରୁଥିବା ଦେଖାଯାଉଛି। ଘଟଣା ସାମ୍ନାକୁ ଆସିବା ପରେ ମୋଟ ୫ ଜଣ ପୀଡ଼ିତା ପୁଲିସର ଦ୍ୱାରସ୍ଥ ହୋଇ ସେମାନଙ୍କ ସହ ଘଟିଥିବା ଭୟଙ୍କର କାଣ୍ଡ ସମ୍ପର୍କରେ ପୁଲିସ୍‌କୁ ଅବଗତ କରାଇଛନ୍ତି। ପୁଲିସ୍‌ ଫରହାନ ବ୍ୟତୀତ ସାହିଲ, ଅଲୀ, ସାଦ, ଅବରାର ଓ ନାବୀଲକୁ ଗିରଫ କରିଛି।

ଗ୍ୟାଙ୍ଗର କାର୍ଯ୍ୟ କରିବାର ଶୈଳୀ

ପୁଲିସ୍‌ ତଦନ୍ତର ଜାଣିବାକୁ ପାଇଛି ଯେ ଏହି ଲଭ ଜିହାଦ ଗ୍ୟାଙ୍ଗର ନେତୃତ୍ୱ ଫରହାନ ନେଉଥିଲା। ଗ୍ୟାଙ୍ଗରା ସଦ୍ୟମାନେ ଭୋପାଲରେ ପଢ଼ୁଥିବା ଛୋଟ ସହର ଓ ଗାଁର ହିନ୍ଦୁ ଛାତ୍ରୀମାନଙ୍କୁ ଟାର୍ଗେଟ କରୁଥିଲେ। ଗ୍ୟାଙ୍ଗର ସଦସ୍ୟମାନେ ପ୍ରଥମେ ସେମାନଙ୍କ ସହ ବନ୍ଧୁତା ସ୍ଥାପନ କରି ପ୍ରେମ ସମ୍ପର୍କ ସୃଷ୍ଟି କରୁଥିଲେ। ଏହାପରେ ସେମାନଙ୍କୁ ଦୁଷ୍କର୍ମ କରି ଏହାର ଭିଡିଓ ରେକର୍ଡ କରୁଥିଲେ। ପରର୍ତ୍ତୀ ଅବସ୍ଥାରେ ଏହାକୁ ବ୍ୟବହାର କରି ସେମାନଙ୍କୁ ବ୍ଲାକେମଲ କରାଯିବା ସହ ଧର୍ମ ବଦଳାଇବାକୁ ବାଧ୍ୟ କରାଯାଉଥିଲା। ଫରହାନ ଅନ୍ୟ ପୀଡ଼ିତାମାନଙ୍କୁ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଏହି ଜାଲରେ ଫସାଇବାକୁ ବାଧ୍ୟ କରୁଥିଲା।

ଅଶୋକ ଗାର୍ଡେନରେ ଡ୍ୟାନ୍ସ ସ୍କୁଲ ଖୋଲିଥିବା ସାହିଲ ମଧ୍ୟ ହିନ୍ଦୁ ଯୁବତୀଙ୍କୁ ଟାର୍ଗେଟ କରୁଥିଲା। ଅଲୀ ମଧ୍ୟ ଜଣେ ହିନ୍ଦୁ ଛାତ୍ରୀଙ୍କ ସହ ସମାନ କାଣ୍ଡ ଘଟାଇଥିଲା ଓ ତା’ ଭିଡିଓକୁ ଫରହାନ ନିକଟକୁ ପଠାଇଥିଲା।

ମେକାନିକ ଭାବେ କାମ କରୁଥିବା ସାଦ ଯୁବତୀମାନଙ୍କୁ ଫରହାନର ଘରକୁ ପଠାଉଥିଲା ଓ ଗଞ୍ଜେଇ ଯୋଗାଣ କାମରେ ରହିଥିଲା। ମହିଳାମାନଙ୍କୁ ନିର୍ଯାତନା ଦେବା ପାଇଁ ବ୍ୟବହାର ହେଉଥିବା ରୁମ ନବୀଲ ଓ ଅବରାର ଯୋଗାଉଥିଲେ।

ଗତବର୍ଷ ଏହି ଗ୍ୟାଙ୍ଗର ଆଉ ଜଣେ ସଦସ୍ୟ ହମିଦ ଆତ୍ମହତ୍ୟା କରିଥିଲା। ପୀଡ଼ିତାମାନଙ୍କୁ ଗ୍ୟାଙ୍ଗ ପକ୍ଷରୁ ସାଧାଣତଃ ହୁକା ଲାଉଞ୍ଜ ଓ ପବଗୁଡ଼ିକୁ ନିଆଯାଉଥିଲା। ସେଠାରେ ସେମାନଙ୍କୁ ନିଶା ଦେଇ ପରବର୍ତ୍ତୀ ଅବସ୍ଥାରେ ଦୁଷ୍କର୍ମ କରାଯାଉଥିଲା। ଜେରା ବେଳେ ଫରହାନ ନିଜର କାଣ୍ଡ କାରନାମାକୁ ସ୍ୱୀକାର କରିଛି। ହେଲେ ଏଥିପାଇଁ ସେ ଅନୁତପ୍ତ ନୁହେଁ। ବରଂ ଏପରି କଲେ ତା’କୁ କୁଆଡ଼େ ସାୱାବ(ଧାର୍ମିକ ପୁରସ୍କାର) ମିଳିବ ବୋଲି ସେ ପୁଲିସକୁ କହିଛି।

ଜାଲରେ ଫସିଥିଲେ ଜଣେ ମହିଳା ପୁଲିସ୍‌ ଅଧିକାରୀ

ଗ୍ୟାଙ୍ଗର ଜାଲରେ ରାଇସେନ ଜିଲ୍ଲାର ମଣ୍ଡିଦୀପରେ ନିଯୁକ୍ତି ପାଇ ଥିବା ଜଣେ ମହିଳା ସବ ଇନସପେକ୍ଟ ମଧ୍ୟ ଫସିଥିଲେ। ଇସ୍ତିୟାକ ଅହମଦ ନାମକ ଜଣେ ବ୍ୟକ୍ତି ମହିଳା ପୁଲିସ୍‌ ଅଧିକାରୀଙ୍କୁ ଅମନର ପରିଚୟ ଦେଇ ବିବାହ କରିଥିଲେ। ତେବେ ବାହାଘରର ଦୁଇ ବର୍ଷ ପରେ ମହିଳା ପୁଲିସ୍‌ ଅଧିକାରୀ ଜଣଙ୍କ ଅମନର ପ୍ରକୃତ ପରିଚୟ ଜାଣିପାରିଥିଲେ ଓ ଏନେଇ ପୁଲିସରେ ଅଭିଯୋଗ ଦାଖଲ କରିଥିଲେ।

Love Jihad Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe