Advertisment

ମିଳିନି ବିଜୁ ପକ୍କାଘର, ହେଲେ ମରାମତି ପାଇଁ ଆସିଛି ୩୦୦୦ ଟଙ୍କା

ବିଜୁ ପକ୍କାଘର ଯୋଜନାରେ ଘର ମିଳିଥିବା ଜାଣି ଦୁର୍ଯ୍ୟୋଧନଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। କେବେ ଓ କେମିତି ପାଇଲେ ଘର? ବୁଝିଲା ପରେ ଜାଣିବାକୁ ପାଇଥିଲେ ୨୦୧୪-୧୫ ଆର୍ଥିକ ବର୍ଷରେ ତାଙ୍କ ନାଁରେ ବିଜୁ ପକ୍କାଘର ଯୋଜନାରେ ଘର ହୋଇଛି।

Kendrapara

Kendrapara

Advertisment

ବିଜୁ ପକ୍କାଘର ଯୋଜନାରେ ହିତାଧିକାରୀଙ୍କୁ ମିଳିନି ଘର। ହେଲେ ମରାମତି ପାଇଁ ଆସିଛି ୩୦୦୦ ଟଙ୍କା। ଏପରି ଅଭିଯୋଗ ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ। ହିତାଧିକାରୀ ଏନେଇ ବ୍ଲକ ଅଫିସ୍‌ରେ ଅଭିଯୋଗ କଲେ ମଧ୍ୟ ଚୁପ୍‌ ବସିଛନ୍ତି ବିଡିଓ।

Advertisment

ଆଳି ବ୍ଲକ୍‌ ଆଳସରପୁର ଗାଁର ଦୁର୍ଯ୍ୟୋଧନ ନାୟକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆସିଥିଲା ୩୦୦୦ ଟଙ୍କା। ସେହି ଟଙ୍କା କେଉଁଠୁ ଆସିଥିଲା? କିଏ ସେହି ଟଙ୍କା ଦେଇଥିଲେ? ସେ ସମ୍ପର୍କରେ ବୁଝିବା ପାଇଁ ବ୍ୟାଙ୍କ ଯାଇଥିଲେ ଦୁର୍ଯ୍ୟୋଧନ। ବୁଝାବୁଝି କରିବା ପରେ ବ୍ଲକରୁ ଟଙ୍କା ଆସିଥିବା ଜାଣିବାକୁ ପାଇଥିଲେ। ତା’ପରେ ସେ ଆଳି ବ୍ଲକ ଅଫିସ୍‌ ଯାଇଥିଲେ। ସେଠାରେ ବୁଝିବା ପରେ ବିଜୁ ପକ୍କାଘର ଯୋଜନାରେ ଘରର ମରାମତି ପାଇଁ ଆସିଛି ୩୦୦୦ ଟଙ୍କା।

ବିଜୁ ପକ୍କାଘର ଯୋଜନାରେ ଘର ମିଳିଥିବା ଜାଣି ଦୁର୍ଯ୍ୟୋଧନଙ୍କ ଅକଲ୍‌ ଗୁଡୁମ୍‌ ହୋଇଯାଇଥିଲା। କେବେ ଓ କେମିତି ପାଇଲେ ଘର? ବୁଝିଲା ପରେ ଜାଣିବାକୁ ପାଇଥିଲେ ୨୦୧୪-୧୫ ଆର୍ଥିକ ବର୍ଷରେ ତାଙ୍କ ନାଁରେ ବିଜୁ ପକ୍କାଘର ଯୋଜନାରେ ଘର ହୋଇଛି। ତାଙ୍କ ନାଁରେ ୭୦ ହଜାର ଟଙ୍କା ୩ଟି କିସ୍ତିରେ ଉଠିଛି।

Advertisment

ତେବେ ଏଠି ପ୍ରଶ୍ନ ଉଠୁଛି, ଯଦି ଦୁର୍ଯ୍ୟୋଧନଙ୍କୁ ବିଜୁ ପକ୍କାଘର ଯୋଜନାରେ ଘର ମିଳିନି, ତାହାହେଲେ ତାଙ୍କ ନାଁରେ କିଏ ପାଇଲେ ଘର? ଏ ସମ୍ପର୍କରେ ଜାଣିବା ପାଇଁ ଦୁର୍ଯ୍ୟୋଧନ ବହୁବାର ଆଳି ବିଡିଓଙ୍କ ପାଖରେ ଅଭିଯୋଗ କରିଥିଲେ। ହେଲେ ଚୁପ୍‌ ରହୁଛନ୍ତି ବିଡିଓ। କୌଣସି ଜବାବ ଦେଉନାହାନ୍ତି।

ଦୁର୍ଯ୍ୟୋଧନଙ୍କ କହିବା ଅନୁସାରେ କିଛି ଦିନ ତଳେ ଗାଁ ମଙ୍ଗଳ ସଭା ହେଉଥିଲା। ସେଥିରେ ବିଡିଓଙ୍କ ସମେତ ସବୁ ଅଧିକାରୀ ଯୋଗଦେଇଥିଲେ। ସେହି ସମୟରେ ଦୁର୍ଯ୍ୟୋଧନ ଗୁହାରୀ କରିଥିଲେ। ଏହା ପରେ ଘଟଣା ସାମ୍ନାକୁ ଆସିଥିଲା।

ଆଳି ବିଡିଓ ମିନତୀ ଜଗଦ୍ଦେବ କହିଛନ୍ତି, ଅଭିଯୋଗ ଅନୁସାରେ ୨୦୧୪-୧୫ ବର୍ଷର ସମସ୍ତ କାଗଜପତ୍ର ଯାଞ୍ଚ କରାଯାଇଛି। ଯାଞ୍ଚ ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି ବୋଲି କହିଛନ୍ତି ବିଡିଓ।

ରିପୋର୍ଟ-ଆଳିରୁ ବନମାଳୀ ସାହୁ

Kendrapara
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe