Advertisment

ମହିଳା ଡାକ୍ତରଙ୍କୁ ଧମକ: କୋଲକାତା ହସ୍ପିଟାଲ ଭଳି ଦଶା ଭୋଗିବ

ଗୁରୁବାର ରାତିରେ କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା।

author-image
Hemant Lenka
Doctor

Doctor

ପୁଣି ଜଣେ ସିଭିକ ସ୍ୱେଚ୍ଛାସେବୀର ଗୁଣ୍ଡାଗର୍ଦ୍ଦି ସାମ୍ନାକୁ ଆସିଛି। ପଶ୍ଚିମବଙ୍ଗର ଗୋଟିଏ ସରକାରୀ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କୁ ସେ ଦୁଷ୍କର୍ମ ଓ ହତ୍ୟାର ଧମକ ଦେଇଛି। ଗୁରୁବାର ରାତିରେ କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ଅତ୍ୟନ୍ତ ଭୟଙ୍କର ଢଙ୍ଗରେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିଲା।

Advertisment

ଏହାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଛି। ଉକ୍ତ ହସ୍ପିଟାଲରେ ଜଣେ ସିଭିକ ସ୍ୱେଚ୍ଛାସେବୀ ଏପରି କାଣ୍ଡ ଘଟାଇଥିଲା। ଏବେ ଆଉ ଏକ ସରକାରୀ ହସ୍ପିଟାଲରେ ମଧ୍ୟ ଜଣେ ସ୍ୱେଚ୍ଛାସେବୀ ସମାନ କାଣ୍ଡ ଘଟାଇବ ବୋଲି ଧମକ ଦେଇଛି।

ମହିଳା ଡାକ୍ତରଙ୍କ ଅଭିଯୋଗକ୍ରମେ ପୁଲିସ୍‌ ସୁଶାନ୍ତ ରୟକୁ ଗିରଫ କରିଛି। ଶୁକ୍ରବାର ରାତିରେ ପୂର୍ବ ବର୍ଦ୍ଧମାନରେ ଥିବା ସରକାରୀ ହସ୍ପିଟାଲକୁ ସୁଶାନ୍ତ ଯାଇଥିଲା। ସେ ନିଶାସକ୍ତ ଅବସ୍ଥାରେ ହସ୍ପିଟାଲରେ ଜରୁରିକାଳୀନ ୱାର୍ଡରେ ପଶିଥିଲା। ସେଠାରେ ସେ ମହିଳା ଡାକ୍ତରଙ୍କୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରିବାକୁ କହିଥିଲା।

Advertisment

ଯଦି ଉପଯୁକ୍ତ ଚିକିତ୍ସା ନ ମିଳିବ, ତା’ହେଲେ କୋଲକାତାରେ ଟ୍ରେନି ଡାକ୍ତରଙ୍କ ଅବସ୍ଥା ଯାହା ହେଲା, ଏଠି ବି ସେଇଆ ହେବ ବୋଲି ଧମକ ଦେଇଥିଲା ବୋଲି ଅଭିଯୋଗ ହୋଇଛି। ଅଭିଯୁକ୍ତ ଜଣକ କହିଥିଲା ଯେ “ଆରଜି କର ହସ୍ପିଟାଲରେ କ’ଣ ହୋଇଛି ଜାଣିଛ ତ? ମୁଁ ସମାନ କାଣ୍ଡ ଏଠି ଘଟାଇବି।”

ଏପରି ଧମକ ସତ୍ତ୍ୱେ ଡ୍ୟୁଟିରେ ଥିବା ଡାକ୍ତର ଓ କର୍ମଚାରୀମାନେ ତା’ର ଚିକିତ୍ସା କରିଥିଲେ। ହେଲେ ଏହି ଘଟଣାକୁ ବିରୋଧ କରି ଶନିବାର ହସ୍ପିଟାଲର ଡାକ୍ତର ଓ ନର୍ସମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାପରେ ପୁଲିସ୍‌ ସୁଶାନ୍ତ ରୟକୁ ଗିରଫ କରିଛି।

ପୁଲିସକୁ ସହାୟତା କରିବା ପାଇଁ ସିଭିକ ସ୍ୱେଚ୍ଛାସେବୀଙ୍କୁ ୨୦୧୩ରୁ ନିଯୁକ୍ତି ଦିଆଯାଉଛି। ହେଲେ ଏବେ ଜଣଙ୍କ ପରେ ସିଭିକ ସ୍ୱେଚ୍ଛାସେବୀଙ୍କ କାଣ୍ଡ କାରନାମା ସାମ୍ନା ଆସିବାରେ ଲାଗିଛି।

Kolkata Kolkata Police Kolkata Murder Case Kolkata Doctor Murder Case