representational image
ବେଙ୍ଗଲରେ ଗଣଦୁଷ୍କର୍ମର ଶିକାର ହୋଇଥିବା ଓଡ଼ିଶା(Odisha)ର ଡାକ୍ତରୀ ଛାତ୍ରୀଙ୍କ ସହ ସେଦିନ ରାତିରେ କ’ଣ ଘଟିଥିଲା? କେମିତି ତାଙ୍କୁ କିଛି ଯୁବକ ମେଡିକାଲ କଲେଜର ଗେଟ ପାଖରୁ ଘୋଷାଡ଼ି ନେଇ ଗଣଦୁଷ୍କର୍ମ କରିଥିଲେ? ଗଣଦୁଷ୍କର୍ମ(Stop Rape) ବେଳେ ସେମାନେ କେମିତି ତାଙ୍କ ସହ ବ୍ୟବହାର କରିଥିଲେ? ଏସବୁ ବିଷୟରେ ପୀଡ଼ିତା ରଖିଥିବା ଛାତି ଥରାଇ ଦେବା ତଥ୍ୟ ସାମ୍ନାକୁ ଆସିଛି। ନିଜେ ପୀଡ଼ିତା ତାଙ୍କ ସହ କଳା ରାତିରେ କ’ଣ ସବୁ ଘଟିଥିଲା, ସେକଥା କହିଛନ୍ତି।
ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଥିବା ଘରୋଇ ମେଡିକାଲ କଲେଜର ଦ୍ୱିତୀୟ ବର୍ଷର ଛାତ୍ରୀ ହେଉଛନ୍ତି ପୀଡ଼ିତା। ତାଙ୍କ ଘର ଓଡ଼ିଶାର ଜଳେଶ୍ୱର ଅଞ୍ଚଳରେ। କିନ୍ତୁ ଶୁକ୍ରବାର ସନ୍ଧ୍ୟାରେ ସେ ପଢ଼ୁଥିବା ମେଡିକାଲ କଲେଜ ନିକଟରେ ତାଙ୍କୁ କରାଯାଇଥିଲା ଗଣଦୁଷ୍କର୍ମ। ଘଟଣା ପରେ ଗୁରୁତର ହୋଇପଡ଼ିଥିବା ପୀଡ଼ିତାଙ୍କ ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି।
ସେହିପରି ପୁଲିସ୍ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଜାରି ରଖିଛି। ଓଡ଼ିଶାରୁ ବେଙ୍ଗଲ( West Bengal) ଯାଏ ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଚିକିତ୍ସା ସମୟରେ ପୀଡ଼ିତା ଜଣଙ୍କ ତାଙ୍କ ସହ କ’ଣ ସବୁ ଘଟିଥିଲା, ସେକଥା ବଖାଣିଛନ୍ତି।
ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ପୀଡ଼ିତା ଜଣଙ୍କ କହିଛନ୍ତି ଯେ “ଆମେ ଦେଖିବାକୁ ପାଇଥିଲୁ ଯେ କିଛି ଯୁବକ ସେମାନଙ୍କ ଗାଡ଼ି ଛାଡ଼ି ଆମ ଆଡ଼କୁ ଆସୁଛନ୍ତି। ଏହାକୁ ଦେଖି ମୁଁ ଓ ମୋର ପୁରୁଷ ବନ୍ଧୁ ଜଙ୍ଗଲ ଆଡ଼କୁ ଦୌଡ଼ିଥିଲୁ। ଏହାପରେ ୩ ଜଣ ଯୁବକ ଆମ ପିଛା କରିଥିଲେ। ସେମାନେ ମୋତେ ଧରିବା ସହ ଜଙ୍ଗଲ ଭିତରକୁ ଘୋଷାଡ଼ି ନେଇଥିଲେ।
ସେମାନେ ମୋତେ ପଛ ପଟୁ ଜାବୁଡ଼ି ଧରି ମୋ ଫୋନ ଛଡ଼ାଇ ନେଇଥିଲେ। ଏହାପରେ ମୋ ପୁରୁଷ ବନ୍ଧୁଙ୍କୁ କଲ କରିବାକୁ କହିଥିଲେ। ହେଲେ ମୋ ବନ୍ଧୁ ଆସି ନଥିଲେ। ସେ ନ ଆସିବାରୁ ଯୁବକମାନେ ମୋତେ ଜଙ୍ଗଲ ଭିତରକୁ ନେଇ ତଳେ ପକାଇ ଦେଇଥିଲେ। ମୁଁ ଚିତ୍କାର କରିବାରୁ ସେମାନେ ମୋତେ ଚୁପ ରହିବାକୁ ଧମକ ଦେଇଥିଲେ।
ଯଦି ମୁଁ ଚୁପ ନ ରହିବି, ତା’ହେଲେ ସେମାନେ ଆଉ କିଛି ଯୁବକଙ୍କୁ ଡାକିବେ ବୋଲି ଚେତାବନୀ ଦେଇଥିଲେ। ସେମାନେ ମଧ୍ୟ ମୋ ସହ ଖରାପ କାମ କରିବେ ବୋଲି ସତର୍କ କରାଇଥିଲେ। ତେଣୁ ଆମକୁ ଚୁପ ଚାପ ଆମ କାମ କରିବାକୁ ଦେ ବୋଲି ସେମାନେ କହିଥିଲେ।”
ଦ୍ୱିତୀୟ ବର୍ଷର ମେଡିକାଲ ଛାତ୍ରୀ ଜଣଙ୍କ ଶୁକ୍ରବାର ସନ୍ଧ୍ୟାରେ ନିଜର ଜଣେ ବନ୍ଧୁଙ୍କ ସହ କଲେଜ କ୍ୟାମ୍ପସ ବାହାରକୁ ଡିନର କରିବାକୁ ଯାଇଥିଲେ। ଏହି ସମୟରେ କିଛି ଯୁବକ ତାଙ୍କୁ ମେଡିକାଲ କଲେଜର ପଛ ପଟ ଜଙ୍ଗଲିଆ ଅଞ୍ଚଳକୁ ନେଇ ଗଣଦୁଷ୍କର୍ମ କରିଥିଲେ।
ଏହି ଘଟଣାରେ ପୁଲିସ୍ ୫ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ମଧ୍ୟରେ କଲେଜର ଜଣେ ପୂର୍ବତନ ସିକ୍ୟୁରିଟି ଗାର୍ଡ ରହିଛନ୍ତି। ଆଉ ଜଣେ ଅଭିଯୁକ୍ତ ହସ୍ପିଟାଲରେ କାର୍ଯ୍ୟରତ ରହିଥିଲେ। ସମସ୍ତ ୫ ଅଭିଯୁକ୍ତଙ୍କୁ ନେଇ ପୁଲିସ ଆଜି କ୍ରାଇମ ରିକ୍ରିଏସନ କରିଛି। ସେହିପରି ଘଟଣା ଦିନ ପୀଡ଼ିତାଙ୍କ ସହ ଥିବା ତାଙ୍କୁ ପୁରୁଷ ବନ୍ଧୁଙ୍କୁ ମଧ୍ୟ ପୁଲିସ୍ ଜେରା କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/10/14/stop-rape-2025-10-14-14-05-43.jpg)