Advertisment

ପର୍ଣ୍ଣ ପାଇଁ ମନା କରିବାରୁ ମହିଳାଙ୍କୁ ବନ୍ଦ ଘରେ ୬ ମାସ ଧରି ଲୁହା ରଡରେ ଆକ୍ରମଣ

ଗୋଟିଏ ବନ୍ଦ ଘରେ ମହିଳାଙ୍କୁ ମାଡ଼ ମରାଯାଉଥିବାରୁ ତାଙ୍କ ହାତ ଗୋଡ଼ ଓ ଦାନ୍ତ ଭାଙ୍ଗି ଯାଇଛି। ତାଙ୍କୁ ଅଭିଯୁକ୍ତମାନେ ଲୁହା ରଡରେ ମାଡ଼ ମାରିବା ସହ ଠିକ ଭାବେ ଖାଇବାକୁ ମଧ୍ୟ ଦେଉ ନଥିଲେ।

Khan

Khan

Advertisment

ସାମ୍ନାକୁ ଆସିଛି ଅତ୍ୟନ୍ତ ସାଂଘାତିକ ଘଟଣା। ଜଣେ ମହିଳା କେମିତି ୬ ମାସ ଧରି ନର୍କ ଯନ୍ତ୍ରଣାକୁ ସହ୍ୟ କରି ଚାଲିଥିଲେ, ତା’ର ତଥ୍ୟ ସାମ୍ନାକୁ ଆସିଛି। ମହିଳା ଜଣଙ୍କ ପର୍ଣ୍ଣ ଫିଲ୍ମ ଶୁଟିଂ ଓ ବାର୍‌ରେ ନାଚିବାକୁ ମନା କରିବାରୁ ତାଙ୍କୁ ବନ୍ଦ ଘରେ ୬ ମାସ କାଳ ଦିଆଯାଉଥିଲା ନିର୍ଯାତନା। ଲୁହା ରଡରେ ମାଡ଼ ମରାଯିବା ସହ ବିଭିନ୍ନ ପ୍ରକାରର ଅମାନବୀୟ କାଣ୍ଡ ତାଙ୍କ ସହ ଅଭିଯୁକ୍ତମାନେ କରୁଥିଲେ।

Advertisment

ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣାରେ ରହୁଥିବା ମହିଳାଙ୍କ ସହ ଏପରି କାଣ୍ଡ ସାମ୍ନାକୁ ଆସିବା ପରେ ସମସ୍ତେ ଚକିତ ହୋଇଛନ୍ତି। ଗୋଟିଏ ବନ୍ଦ ଘରେ ମହିଳାଙ୍କୁ ମାଡ଼ ମରାଯାଉଥିବାରୁ ତାଙ୍କ ହାତ ଗୋଡ଼ ଓ ଦାନ୍ତ ଭାଙ୍ଗି ଯାଇଛି। ତାଙ୍କୁ ଅଭିଯୁକ୍ତମାନେ ଲୁହା ରଡରେ ମାଡ଼ ମାରିବା ସହ ଠିକ ଭାବେ ଖାଇବାକୁ ମଧ୍ୟ ଦେଉ ନଥିଲେ।

ଉତ୍ତର ୨୪ ପ୍ରଗଣାର ପାନିହାତିରେ ରହୁଥିବା ମହିଳା ଜଣଙ୍କ ଏକଦା ହାୱଡା ଜିଲ୍ଲାର ଆର୍ଯ୍ୟନ ଖାନ ନାମକ ଜଣେ ବ୍ୟକ୍ତିକୁ ଭେଟିଥିଲେ। ଖାନ ତାଙ୍କୁ ଅଧିକ ଆୟର ଲୋଭ ଦେଖାଇ ଚାକିରି ଅଫର କରିଥିଲା। ପୂର୍ବରୁ ମହିଳା ଜଣଙ୍କ ଗୋଟିଏ ଇଭେଣ୍ଟ ମ୍ୟାନେଜମେଣ୍ଟରେ କାମ କରୁଥିଲେ। ସେ ଅଧିକ ଆୟ ଆଶାରେ ଖାନର କଥାରେ ବିଶ୍ୱାସ କରି ହାୱଡା ଚାଲି ଆସିଥିଲେ। କିନ୍ତୁ ଏଠାରେ ଖାନ ତାଙ୍କୁ ନିଜର ଡୋମଜୁର ଫ୍ଲାଟରେ ବନ୍ଧକ କରି ଦେଇଥିଲେ।

Advertisment

ପରିବାର ଲୋକଙ୍କ କହିବା କଥା ଯେ ଅଭିଯୁକ୍ତ ଖାନ ଓ ତା’ର ମା’ ଶ୍ୱେତା ଖାନ ମହିଳାଙ୍କୁ ପର୍ଣ୍ଣ ଫିଲ୍ମ ପାଇଁ ଶୁଟିଂ କରିବାକୁ ବାଧ୍ୟ କରୁଥିଲେ। ଏଥିସହ ଗୋଟିଏ ବାରରେ ତାଙ୍କୁ ଡ୍ୟାନ୍ସ କରିବାକୁ କହିଥିଲେ। କିନ୍ତୁ ମହିଳା ଜଣଙ୍କ ଏଥିରେ ରାଜି ନ ହେବାରୁ ଦୁଇ ଅଭିଯୁକ୍ତ ତାଙ୍କୁ ସେମାନଙ୍କ ଫ୍ଲାଟରେ ବନ୍ଦୀ ବନାଇ ନିର୍ଯାତନା ଦେଉଥିଲେ।

ଏକଦା ମହିଳାଙ୍କ ଗୁପ୍ତାଙ୍ଗରେ ଅଭିଯୁକ୍ତ ଜଣକ ଲୁହା ରଡ ପୂରାଇ ଦେବାକୁ ବି ଚେଷ୍ଟା କରିଥିଲେ। ତାଙ୍କୁ ସେମାନେ ଏମିତି ମାଡ଼ ମାରିଛନ୍ତି ଯେ ମହିଳା ଜଣଙ୍କ ଛିଡ଼ା ହେବାକୁ ମଧ୍ୟ ସକ୍ଷମ ହେଉ ନାହାନ୍ତି। ତାଙ୍କୁ ଲୁହା ରଡରେ ମାଡ଼ ମରା ଯାଉଥିବାରୁ ତାଙ୍କ ମୁଣ୍ଡ, ଗୋଡ଼ ଓ ଅଣ୍ଟାରେ ମଧ୍ୟ ଆଘାତ ଲାଗିଛି।

ବର୍ତ୍ତମାନ ସାଗର ଦତ୍ତ ମେଡିକାଲ କଲେଜ ଓ ହସ୍ପିଟାଲରେ ଜୀବନ ସହ ସଂଘର୍ଷ କରୁଥିବା ମହିଳା ଜଣଙ୍କ ପୂରା ଶରୀରରେ ବିଭିନ୍ନ ପ୍ରକାରର କ୍ଷତ ଚିହ୍ନ ରହିଛି। ତାଙ୍କ ପରିବାର ଲୋକ ଏନେଇ ଖାରଦା ପୁଲିସ୍‌ ଷ୍ଟେସନରେ ଅଭିଯୋଗ କରିଥିବା ବେଳେ ଗତ ଶନିବାର ଦିନ ମହିଳା ଜଣଙ୍କ ଅଭିଯୁକ୍ତ ଖାନ ଘରୁ ଖସି ଆସିବାକୁ ସକ୍ଷମ ହୋଇଥିଲେ। ପରିବାର ଲୋକଙ୍କ ଅଭିଯୋଗ କ୍ରମେ ପୁଲିସ୍‌ ଦୁଇ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛି।

ପୁଲିସ୍‌ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଇସାରା ଏଣ୍ଟରଟେନମେଣ୍ଟ ନାଁରେ ଶ୍ୱେତା ଖାନ ପୁଅ ଆର୍ଯ୍ୟନ ଖାନ ସହ ମିଶି ଗୋଟିଏ ପ୍ରଡକ୍ସନ ହାଉସ ଆରମ୍ଭ କରିଥିଲା। ସେମାନେ ନିଜ ପ୍ରଡକ୍ସନ ସଂସ୍ଥା ପାଇଁ ୨୦୨୧ରେ ଗୋଟିଏ ୟୁଟ୍ୟୁବ ଚ୍ୟାନେଲ ମଧ୍ୟ ଖୋଲିଥିଲେ। କିନ୍ତୁ ବିଗତ ୪ ବର୍ଷ ମଧ୍ୟରେ ଏହି ଚ୍ୟାନେଲରେ କେବଳ ୧୧ଟି ମ୍ୟୁଜିକ ଭିଡିଓ ପୋଷ୍ଟ ହୋଇଛି। ଏହାକୁ ଦେଖିବା ପରେ ପୁଲିସ୍‌ ଆଶଙ୍କା କରିଛି ଯେ ପ୍ରଡକ୍ସନ ହାଉସ ନାଁରେ ଖାନ ମା’-ପୁଅ ଗୋଟିଏ ପର୍ଣ୍ଣୋଗ୍ରାଫି ରାକେଟ ଚଳାଇଥିଲେ।

ଆର୍ଯ୍ୟନ ଖାନ ଓ ଶ୍ୱେତା ଖାନକୁ ଅଞ୍ଚଳବାସୀ ମଧ୍ୟ ଭୟ କରୁଥିଲେ। ସେମାନଙ୍କ ବେଆଇନ କାର୍ଯ୍ୟକଳାପକୁ ବିରୋଧ କରୁଥିବା ଲୋକଙ୍କୁ ଆର୍ଯ୍ୟନ ଖାନ ସବୁବେଳେ ମିଛ କେସର ଧମକ ଦେଇ ଚୁପ କରାଇ ଦେଉଥିଲା। ସେ ଏକାଧିକ ବେଆଇନ କାମରେ ମଧ୍ୟ ଲିପ୍ତ ରହିଛି।

ଆର୍ଯ୍ୟନ ଓ ଶ୍ୱେତା ଯେଉଁ ଫ୍ଲାଟରେ ରହୁଛନ୍ତି, ତା’ର ଭଡ଼ା ମଧ୍ୟ ସେମାନେ ଦେଉ ନଥିଲେ। ଶ୍ୱେତା ଖାନକୁ ସ୍ଥାନୀୟ ଅଞ୍ଚଳରେ ସମସ୍ତେ ଫୁଲତୁଶି ବେଗମ ଭାବେ ଜାଣନ୍ତି। ଏକଦା ସେ ଗୋଟିଏ ବାରରେ ଡ୍ୟାନ୍ସ କରୁଥିଲା। ନାଚବାଲି ଭାବେ ସେ ବେଶ ପରିଚିତ।

ଅଭିଯୋଗ ପରେ ପୁଲିସ୍‌ ଆର୍ଯ୍ୟନ ଓ ଶ୍ୱେତାର ଠିକଣାରେ ରେଡ କରିଥିଲା। କିନ୍ତୁ ଉଭୟ ସେଠାରୁ ଫେରାର ହୋଇଯାଇଛନ୍ତି। ପୁଲିସ୍‌ ସେମାନଙ୍କୁ ଧରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛି।

West Bengal Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe