Advertisment

ଜଳନ୍ତା କାରରୁ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

ଏକ ଦୁର୍ଗମ ଅଞ୍ଚଳରେ କାର୍ ଜଳୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ।

author-image
Debibandita Barick
C Pradeep & Burning Car

C Pradeep & Burning Car

ଜଳନ୍ତା କାରରୁ ଜଣେ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇଛି। ବେଙ୍ଗାଲୁରୁର ମିଦ୍ଦିନପାଲ୍ୟାର ଏକ ଦୁର୍ଗମ ଅଞ୍ଚଳରେ ଏହି ଘଟଣା ଘଟିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ସୂଚନା ଅନୁସାରେ, ମିଦ୍ଦିନପାଲ୍ୟାର ଏକ ଦୁର୍ଗମ ଅଞ୍ଚଳରେ ଏକ କାର୍ ଜଳୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ। ଖବର ପାଇ ପୁଲିସ ଦମକଳ ବାହିନୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲା। ଅଗ୍ନିଶମ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ବ୍ୟବସାୟୀଙ୍କର ମୃତ୍ୟୁ ହୋଇ ସାରିଥିଲା।

ପୋଷ୍ଟମୋର୍ଟମ୍ ରିପୋର୍ଟରେ ତାଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ମାତ୍ର ବ୍ୟବସାୟୀ ଜଣକ କାର୍ ଭିତରେ ଥିବାବେଳେ କିପରି ନିଆଁ ଲାଗିଲା, ଯଦି ଆତ୍ମହତ୍ୟା କରିଛନ୍ତି ତେବେ କାହିଁକି ଆତ୍ମହତ୍ୟା କରିଛନ୍ତି ସେନେଇ ଖୋଳତାଡ଼ କରୁଛି ପୁଲିସ।

Advertisment

ପୁଲିସ କହିଛି ଯେ, ମୃତ ବ୍ୟବସାୟୀ ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସି ପ୍ରଦୀପ। ସେ ହୋଟେଲ୍ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। କାରରେ ନିଆଁ ଲାଗିବା ପୂର୍ବରୁ ସେ ଏକ ସ୍ଥାନରେ କାରକୁ ପାର୍କିଂ କରିଥିଲେ। ଏହାପରେ ହଠାତ୍ କିପରି କାରରେ ନିଆଁ ଲାଗିଲା, ସେନେଇ ପୁଲିସ ତଦନ୍ତ କରୁଛି।

ସେପଟେ, ପୁଲିସ ପ୍ରଦୀପଙ୍କ ପରିବାର ଲୋକ ଏବଂ ସାଙ୍ଗ-ସାଥୀଙ୍କୁ ପଚରାଉଚରା କରୁଛି। କୌଣସି ସୁଇସାଇଡ୍ ନୋଟ୍ ମିଳିନଥିବା ସେମାନେ କହିଛନ୍ତି। ପ୍ରଦୀପ ଋଣ ଭାରରେ ଥିଲେ, ନା ପାରିବାରିକ ସମସ୍ୟା ଥିଲା ପୁଲିସ ଖୋଳତାଡ଼ କରୁଛି।  

Bengaluru Police Bengaluru Suicide Bengaluru Businessman Dies