Advertisment

ପୁଅକୁ ହତ୍ୟା ପରେ ଶବକୁ ବ୍ୟାଗରେ ବୋହି ଗୋଆରୁ କର୍ଣ୍ଣାଟକ ଯାତ୍ରା କଲା ମାଆ

ଅଭିଯୁକ୍ତ ମହିଳା ଜଣକ କର୍ଣ୍ଣାଟକର ଏକ ଷ୍ଟାର୍ଟ କମ୍ପାନୀର ସିଇଓ ଥିବା କୁହାଯାଉଛି।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ପୁଅକୁ ହତ୍ୟା କରି ଶବକୁ ବ୍ୟାଗରେ ନେଇ ଯାତ୍ରା କଲା ମାଆ। ଏପରି ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ବେଙ୍ଗାଲୁରର ଏକ ଷ୍ଟାର୍ଟ ଅପ୍ କମ୍ପାନୀର ସିଇଓ ଥିବା ମହିଳା ନିଜର ୪ ବର୍ଷର ପୁଅକୁ ଗୋଆରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।

Advertisment

ସବୁଠୁ ବଡ କଥା ହେଉଛି କି, ମହିଳା ଜଣକ ପୁଅର ଶବକୁ ଏକ ବ୍ୟାଗରେ ରଖି ଗୋଆରୁ ବେଙ୍ଗାଲୁରୁକୁ ଯାତ୍ରା କରିଛନ୍ତି। ପୁଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ବେଳେ କେଉଁ କାରଣରୁ ମାଆ ପୁଅକୁ ହତ୍ୟା କରିଛି, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ, ମହିଳା ଜଣକ ହେଉଛନ୍ତି ୩୯ ବର୍ଷୀୟ ସୂଚନା ସେଠ୍। ସେ ବେଙ୍ଗାଲୁରୁର ଏକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଷ୍ଟାର୍ଟ ଅପ୍ କମ୍ପାନୀର ଏଆଇ ଲ୍ୟାବର ସହ-ପ୍ରତିଷ୍ଠାତା ତଥା ସିଇଓ। ସେ ଉତ୍ତର ଗୋଆର କାଣ୍ଡୋଲିମର ଏକ ଆପାର୍ଟମେଣ୍ଟରେ ରହିଥିଲେ। ସେଠାରେ ତାଙ୍କ ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଆପାର୍ଟମେଣ୍ଟ ଛାଡିବା ସମୟରେ ସେଠାକାର କର୍ମଚାରୀ ମହିଳାଙ୍କ ଉପରେ ସନ୍ଦେହ କରିଥିଲେ। ତାଙ୍କ ପୁଅ ବାବଦରେ ପଚାରିବାରୁ ତାଙ୍କର ଜଣେ ବନ୍ଧୁଙ୍କ ସହ ଥିବା କହିଥିଲେ।

Advertisment

କିନ୍ତୁ ପରେ ଆପାର୍ଟମେଣ୍ଟ ରୁମରେ ରକ୍ତ ଦାଗ ଦେଖି ସନ୍ଦେହ କରିଥିଲେ କର୍ମଚାରୀ। ଏନେଇ ପୁଲିସକୁ ଖବର ଦେବା ପରେ ମହିଳା ଜଣକ ବେଙ୍ଗାଲୁରୁରେ ପହଞ୍ଚିବା ପୂର୍ବରୁ ପୁଲିସ ତାଙ୍କୁ ମୃତଦେହ ସହ ଧରିଥିଲା। ସୂଚନା ସେଠଙ୍କୁ ଗତକାଲି କର୍ଣ୍ଣାଟକର ଚିତ୍ରଦୁର୍ଗଠାରେ ଗିରଫ କରାଯାଇଛି। ଏଥିସହ ବ୍ୟାଗରେ ଥିବା ପୁଅର ମୃତଦେହକୁ ମଧ୍ୟ ଜବତ କରିଛି ତଦନ୍ତ କରୁଛି ପୁଲିସ। 

Karnataka Police MURDER CASE Crime Mother Killed Son
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe